ଫିଲ୍ମ ଷ୍ଟାଇଲରେ ମର୍ଡର ! ପାରୋଲରେ ଆସି ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା
ଲକ୍ଷ୍ନୌ: ପିସ୍ତଲ ଧରି ହସ୍ପିଟାଲକୁ ପଶିଲେ ୫ ଜଣ। ପାରୋଲରେ ଆସିଥିବା ଗ୍ୟାଙ୍ଗଷ୍ଟର ଉପରକୁ କଲେ ଆଖିବୁଜା ଗୁଳିମାଡ଼। ୨୫ ସେକେଣ୍ଡରେ ଖେଳ ଖତମ୍। ପୁରା ଫିଲ୍ମ ଷ୍ଟାଇଲରେ ମର୍ଡର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାରର ପାଟନାର ପାରସ ହସ୍ପିଟାଲରେ। ଆଇସିୟୁରେ ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଚାରି ଜଣ ଅପରାଧୀ ନିର୍ଭୀକ ଭାବରେ ବନ୍ଧୁକ ଧରି ଆଇସିୟୁରେ ପ୍ରବେଶ କରୁଛନ୍ତି।ଦୁର୍ବୃତ୍ତମାନେ ହସ୍ପିଟାଲର ରୁମ୍ ନମ୍ବର ୨୦୯ରେ ଏହି ଘଟଣା ଘଟାଇଛନ୍ତି। ଅପରାଧୀମାନେ ମାତ୍ର ୨୫ ସେକେଣ୍ଡ ମଧ୍ୟରେ ଏହି ଘଟଣା ଘଟାଇଛନ୍ତି। ହତ୍ୟା କରାଯାଇଥିବା ବ୍ୟକ୍ତିଙ୍କୁ ଚନ୍ଦନ ମିଶ୍ର ବୋଲି ଚିହ୍ନଟ କରାଯାଇଛି। ବେଉର ଜେଲରୁ ପାରୋଲରେ ଚିକିତ୍ସା ପାଇଁ ଚନ୍ଦନ ମିଶ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚନ୍ଦନ ମିଶ୍ର ବକ୍ସରର ବାସିନ୍ଦା ଥିଲେ ଏବଂ କେଶରୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ।ପୋଲିସ ଚନ୍ଦନ ମିଶ୍ରଙ୍କ ରୁମ୍ରୁ ୧୨ଟି ଗୁଳି ଜବତ କରିଛି। ପୋଲିସ ଏହି ମାମଲାରେ ହସ୍ପିଟାଲ ଗାର୍ଡ ସମେତ ୧୨ ଜଣଙ୍କୁ ଅଟକ ରଖିଛି ଏବଂ ପଚରାଉଚରା ଆରମ୍ଭ କରିଛି। ଏସଏସପି କାର୍ତ୍ତିକ କେ ଶର୍ମା କହିଛନ୍ତି ଯେ ଚନ୍ଦନ ମିଶ୍ର ଜଣେ କୁଖ୍ୟାତ ଅପରାଧୀ ଥିଲେ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ହସ୍ପିଟାଲରେ ପ୍ରବେଶ କରି ତ
ଲକ୍ଷ୍ନୌ: ପିସ୍ତଲ ଧରି ହସ୍ପିଟାଲକୁ ପଶିଲେ ୫ ଜଣ। ପାରୋଲରେ ଆସିଥିବା ଗ୍ୟାଙ୍ଗଷ୍ଟର ଉପରକୁ କଲେ ଆଖିବୁଜା ଗୁଳିମାଡ଼। ୨୫ ସେକେଣ୍ଡରେ ଖେଳ ଖତମ୍। ପୁରା ଫିଲ୍ମ ଷ୍ଟାଇଲରେ ମର୍ଡର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାରର ପାଟନାର ପାରସ ହସ୍ପିଟାଲରେ। ଆଇସିୟୁରେ ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଚାରି ଜଣ ଅପରାଧୀ ନିର୍ଭୀକ ଭାବରେ ବନ୍ଧୁକ ଧରି ଆଇସିୟୁରେ ପ୍ରବେଶ କରୁଛନ୍ତି।
ଦୁର୍ବୃତ୍ତମାନେ ହସ୍ପିଟାଲର ରୁମ୍ ନମ୍ବର ୨୦୯ରେ ଏହି ଘଟଣା ଘଟାଇଛନ୍ତି। ଅପରାଧୀମାନେ ମାତ୍ର ୨୫ ସେକେଣ୍ଡ ମଧ୍ୟରେ ଏହି ଘଟଣା ଘଟାଇଛନ୍ତି। ହତ୍ୟା କରାଯାଇଥିବା ବ୍ୟକ୍ତିଙ୍କୁ ଚନ୍ଦନ ମିଶ୍ର ବୋଲି ଚିହ୍ନଟ କରାଯାଇଛି। ବେଉର ଜେଲରୁ ପାରୋଲରେ ଚିକିତ୍ସା ପାଇଁ ଚନ୍ଦନ ମିଶ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚନ୍ଦନ ମିଶ୍ର ବକ୍ସରର ବାସିନ୍ଦା ଥିଲେ ଏବଂ କେଶରୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ।
ପୋଲିସ ଚନ୍ଦନ ମିଶ୍ରଙ୍କ ରୁମ୍ରୁ ୧୨ଟି ଗୁଳି ଜବତ କରିଛି। ପୋଲିସ ଏହି ମାମଲାରେ ହସ୍ପିଟାଲ ଗାର୍ଡ ସମେତ ୧୨ ଜଣଙ୍କୁ ଅଟକ ରଖିଛି ଏବଂ ପଚରାଉଚରା ଆରମ୍ଭ କରିଛି। ଏସଏସପି କାର୍ତ୍ତିକ କେ ଶର୍ମା କହିଛନ୍ତି ଯେ ଚନ୍ଦନ ମିଶ୍ର ଜଣେ କୁଖ୍ୟାତ ଅପରାଧୀ ଥିଲେ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ହସ୍ପିଟାଲରେ ପ୍ରବେଶ କରି ତାଙ୍କୁ ହତ୍ୟା କରିଥିଲେ। ସେ କହିଛନ୍ତି ଯେ ପୋଲିସ ଅପରାଧୀଙ୍କ ଫଟୋ ପାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।
ପୁଲିସ ଅନୁଯାୟୀ, ଚନ୍ଦନ ମିଶ୍ରଙ୍କ ବିରୋଧରେ ହତ୍ୟା ଏବଂ ଗ୍ୟାଙ୍ଗୱାର ସହିତ ଜଡିତ ଡଜନ ଡଜନ ମାମଲା ରୁଜୁ ହୋଇଛି। ବକ୍ସରରେ ଚନ୍ଦନ-ଶେରୁ ଗ୍ୟାଙ୍ଗର ଆତଙ୍କ ଥିଲା ଏବଂ ପରେ ଶେରୁ ଏବଂ ଚନ୍ଦନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। ପୋଲିସ ହତ୍ୟା ପାଇଁ ଶେରୁର ଗୋଷ୍ଠୀକୁ ସନ୍ଦେହ କରୁଛି। ଚନ୍ଦନ ଜଣେ କୁଖ୍ୟାତ ଅପରାଧୀ ଥିଲା। ଏହା ସମ୍ପୂର୍ଣ୍ଣ ଭାବରେ ଗ୍ୟାଙ୍ଗୱାରର ମାମଲା।