ଫିଲ୍ମ, ସିରିଏଲ୍ରେ ଦେଖାଯିବନି ଶିଖ୍ ବିବାହର ଦୃଶ୍ୟ, SGPC ନେଇପାରନ୍ତି ବଡ ନିଷ୍ପତ୍ତି
ନୂଆଦିଲ୍ଲୀ, ୧୧।୭: ଫିଲ୍ମ ଏବଂ ଟିଭି ସିରିଏଲରେ ଆନନ୍ଦ କାରଜ ବା ଶିଖ ବିବାହ ଦୃଶ୍ୟ ଆଉ ଦେଖାଯିବ ନାହିଁ । ମୋହାଲିରେ ସିରିଏଲ ସୁଟିଂ ସମୟରେ ହୋଇଥିବା ବିବାଦ ପରେ ଶିଖ୍ଙ୍କ ସର୍ବୋଚ୍ଚ ତଖତ୍ ଶ୍ରୀ ଅକାଳ ତଖତ୍ ସାହିବ ଏବଂ ସର୍ବୋଚ୍ଚ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି) ଏପରି ଦୃଶ୍ୟ ସୁଟିଂକୁ ଅନୁଚିତ ବୋଲି ଦର୍ଶାଇଛି । ଏହି ସିନ୍ ନକଲି ଗୁରୁଦ୍ୱାରା ସାହିବ ବନାଯାଇ ଶୁଟିଂ କରାଯାଇଥାଏ । ଅକାଳ ତଖତ୍ ଜଥେଦାର ଜ୍ଞାନୀ ରଘବୀର ସିଂ ଏହି ମାମଲାରେ ଏସ୍ଜିପିସିକୁ ରିପୋର୍ଟ ମାଗିଛନ୍ତି । ଏ ନେଇ ଅକାଳ ତଖତ୍ ପକ୍ଷରୁ ଆଦେଶ ଜାରି ହୋଇପାରେ । ଏହା ପୂର୍ବରୁ ମ୍ୟାରେଜ ପ୍ୟାଲେସଗୁଡ଼ିକୁ ବି ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ନେବା ଉପରେ କଟକଣା ଲଗାଯାଇଛି । ପ୍ରକାଶଥାଉ କି, ମୋହାଲିରେ ପଞ୍ଜାବୀ ଟିଭି ସିରିଏଲ ଉଡାରିୟାଁର ସୁଟିଂ ଚାଲିଥିଲା । ଏଥିରେ ନକଲି ଗୁରୁଦ୍ୱାରା ସେଟ୍ରେ ବିବାହ ଦୃଶ୍ୟ ସୁଟିଂ ହେବାବେଳେ ନିହଙ୍ଗମାନେ ସେଠାରେ ହଙ୍ଗାମା କରି ସୁଟିଂ ରୋକିଦେଇଥିଲେ । ପରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।
ନୂଆଦିଲ୍ଲୀ, ୧୧।୭: ଫିଲ୍ମ ଏବଂ ଟିଭି ସିରିଏଲରେ ଆନନ୍ଦ କାରଜ ବା ଶିଖ ବିବାହ ଦୃଶ୍ୟ ଆଉ ଦେଖାଯିବ ନାହିଁ । ମୋହାଲିରେ ସିରିଏଲ ସୁଟିଂ ସମୟରେ ହୋଇଥିବା ବିବାଦ ପରେ ଶିଖ୍ଙ୍କ ସର୍ବୋଚ୍ଚ ତଖତ୍ ଶ୍ରୀ ଅକାଳ ତଖତ୍ ସାହିବ ଏବଂ ସର୍ବୋଚ୍ଚ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି) ଏପରି ଦୃଶ୍ୟ ସୁଟିଂକୁ ଅନୁଚିତ ବୋଲି ଦର୍ଶାଇଛି । ଏହି ସିନ୍ ନକଲି ଗୁରୁଦ୍ୱାରା ସାହିବ ବନାଯାଇ ଶୁଟିଂ କରାଯାଇଥାଏ । ଅକାଳ ତଖତ୍ ଜଥେଦାର ଜ୍ଞାନୀ ରଘବୀର ସିଂ ଏହି ମାମଲାରେ ଏସ୍ଜିପିସିକୁ ରିପୋର୍ଟ ମାଗିଛନ୍ତି ।
ଏ ନେଇ ଅକାଳ ତଖତ୍ ପକ୍ଷରୁ ଆଦେଶ ଜାରି ହୋଇପାରେ । ଏହା ପୂର୍ବରୁ ମ୍ୟାରେଜ ପ୍ୟାଲେସଗୁଡ଼ିକୁ ବି ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ନେବା ଉପରେ କଟକଣା ଲଗାଯାଇଛି । ପ୍ରକାଶଥାଉ କି, ମୋହାଲିରେ ପଞ୍ଜାବୀ ଟିଭି ସିରିଏଲ ଉଡାରିୟାଁର ସୁଟିଂ ଚାଲିଥିଲା । ଏଥିରେ ନକଲି ଗୁରୁଦ୍ୱାରା ସେଟ୍ରେ ବିବାହ ଦୃଶ୍ୟ ସୁଟିଂ ହେବାବେଳେ ନିହଙ୍ଗମାନେ ସେଠାରେ ହଙ୍ଗାମା କରି ସୁଟିଂ ରୋକିଦେଇଥିଲେ । ପରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।