ଫେବୃଆରୀ ୨୪ ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼,୧୮।୨:କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପଞ୍ଜାବର ପଟିଆଲା ସଙ୍ଗ୍ରୁର, ଫତେଗନ୍‌ ସାହିବ ଆଦି କେତେକ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ଅବଧିକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏଭଳି ପଦକ୍ଷେପ ନିଆଯାଇଛି। କୃଷକମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ ପାଇଁ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଥିଲା। ଇଣ୍ଟରନେଟ୍‌ ସେବା ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାର ଟେଲିଗ୍ରାଫ୍‌ ଆଇନ, ୧୮୮୫ର ସ୍ବତନ୍ତ୍ର […] The post ଫେବୃଆରୀ ୨୪ ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ appeared first on Dharitri Odia News.

ଫେବୃଆରୀ ୨୪ ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼,୧୮।୨:କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପଞ୍ଜାବର ପଟିଆଲା ସଙ୍ଗ୍ରୁର, ଫତେଗନ୍‌ ସାହିବ ଆଦି କେତେକ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ଅବଧିକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏଭଳି ପଦକ୍ଷେପ ନିଆଯାଇଛି। କୃଷକମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ ପାଇଁ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଥିଲା। ଇଣ୍ଟରନେଟ୍‌ ସେବା ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାର ଟେଲିଗ୍ରାଫ୍‌ ଆଇନ, ୧୮୮୫ର ସ୍ବତନ୍ତ୍ର କ୍ଷମତାର ଉପଯୋଗ କରିଛନ୍ତି।

The post ଫେବୃଆରୀ ୨୪ ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ appeared first on Dharitri Odia News.