ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ
ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଘରକୁ ଯାଇ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଏହାର କିଛି ଫଟୋ ଏଏପି ଏମପିଙ୍କ କାର୍ଯ୍ୟାଳୟ ଦ୍ୱାରା ଶେୟାର କରାଯାଇଛି। ଶନିବାର ରାଘବ ଏବଂ ତାଙ୍କ ସ୍ତ୍ରୀ ପରିଣିତି ସେମାନଙ୍କ ବାସଭବନରେ ଏକ ବଡ଼ ପୂଜା ଆୟୋଜନ କରିଥିବାବେଳେ ଜଗଦଗୁରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପରେ ସମଗ୍ର […] The post ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଘରକୁ ଯାଇ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।
ଏହାର କିଛି ଫଟୋ ଏଏପି ଏମପିଙ୍କ କାର୍ଯ୍ୟାଳୟ ଦ୍ୱାରା ଶେୟାର କରାଯାଇଛି। ଶନିବାର ରାଘବ ଏବଂ ତାଙ୍କ ସ୍ତ୍ରୀ ପରିଣିତି ସେମାନଙ୍କ ବାସଭବନରେ ଏକ ବଡ଼ ପୂଜା ଆୟୋଜନ କରିଥିବାବେଳେ ଜଗଦଗୁରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପରେ ସମଗ୍ର ପରିବାରକୁ ଆଶୀର୍ବାଦ ଦେଇଥିଲେ।
ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ହେଉଛନ୍ତି ଉତ୍ତରାଖଣ୍ଡର ଜ୍ୟୋତିଷ ପୀଠର ୪୬ ତମ ଶଙ୍କରାଚାର୍ଯ୍ୟ।
ଏହାପୂର୍ବରୁ ରାଘବ, ପରିଣିତିି ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ଅନ୍ୟ ହିନ୍ଦୁ ସାଧୁମାନଙ୍କୁ ସ୍ବାଗତ କରିଥିଲେ।
ସୂଚନାଯୋଗ୍ୟ, ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଗତ ବର୍ଷ ରାଜସ୍ଥାନର ଉଦୟପୁରର ଲୀଲା ପ୍ୟାଲେସ ହୋଟେଲରେ ବିବାହ କରିଥିଲେ। ସେମାନଙ୍କର ଏହି ବିବାହ ସମାରୋହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକ ଯୋଗ ଦେଇଥିଲେ। ଏହା ବ୍ୟତୀତ ମନୋରଞ୍ଜନ ଶିଳ୍ପ ଏବଂ ରାଜନୀତିର ସେଲିବ୍ରିଟିମାନେ ଏଥିରେ ଯୋଗ ଦେଇଥିଲେ।
ଇନଷ୍ଟାଗ୍ରାମରେ ଏହାର ଫଟୋ ପୋଷ୍ଟ ସହିତ ଉଭୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
The post ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ appeared first on Dharitri Odia News.