ଫେବ୍ରୁଆରୀରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ନିର୍ବନ୍ଧ !
ନୂଆଦିଲ୍ଲୀ: ରିଲ୍ରୁ ରିୟଲ ଲାଇଫ୍ ପାର୍ଟନର ହେବାକୁ ଯାଉଛନ୍ତି ସାଉଥ୍ର ଦୁଇ ସୁପରଷ୍ଟାର ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହିଁଙ୍କ ନିର୍ବନ୍ଧ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏନେଇ ଅନେକ ରିପୋର୍ଟରେ ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଆସନ୍ତା ଫେବ୍ରୁଆରୀରେ ଦୁହିଁଙ୍କ ନିର୍ବନ୍ଧ ହେବେ । ତେବେ ଏହି ଖବର ଉପରେ ସେମାନଙ୍କ ପକ୍ଷରୁ କୌଣସି ବୟାନ ସାମନାକୁ ଆସି ନାହିଁ । ଏହି ଯୋଡିଙ୍କର ପ୍ରଥମ ସାକ୍ଷାତ ଫିଲ୍ମ ‘ଗୀତା ଗୋବିନ୍ଦମ୍’ର ସୁଟିଂ ସମୟରେ ହୋଇଥିଲା । କୁହାଯାଏ ଯେ ଏହି ଫିଲ୍ମ ସମୟରେ ଦୁହେଁ ପରସ୍ପରଙ୍କର ନିକଟତର ହୋଇଥିଲେ । ଏହା ପରେ ଉଭୟଙ୍କୁ ‘ଡିୟର କାମରେଡ’ରେ ଦେଖିବାକୁ ମିଳିଥିଲା । ରଶ୍ମିକା ମନ୍ଦନା ମଧ୍ୟ ଟଲିଉଡ୍ ସହ ବଲିଉଡରେ ନିଜ ଅଭିନୟର ଛାପ ଛାଡ଼ି ସାରିଛନ୍ତି । ନିକଟରେ ବକ୍ସ ଅଫିସରେ କମାଲ କରିଥିବା ‘ଆନିମଲ’ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି । ପଢନ୍ତୁ: ଅଡୁଆରେ ନୟନତାରାଙ୍କ ଫିଲ୍ମ, ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ପରେ ମାମଲା ରୁଜୁ ଉଲ୍ଲେଖଯୋଗ୍ୟ ଯେ ରଶ୍ମିକା ମନ୍ଦନା ଏହା ପୂର୍ବରୁ ଲୋକପ୍ରିୟ ସାଉଥ୍ ଷ୍ଟାର ରକସିତ୍ ସେଟ୍ଟୀଙ୍କ ସହ ନିର୍ବନ୍ଧ କରିଥିଲେ । କିନ୍ତୁ ପରେ ଦୁହେଁ କୌଣସି କ
ନୂଆଦିଲ୍ଲୀ: ରିଲ୍ରୁ ରିୟଲ ଲାଇଫ୍ ପାର୍ଟନର ହେବାକୁ ଯାଉଛନ୍ତି ସାଉଥ୍ର ଦୁଇ ସୁପରଷ୍ଟାର ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହିଁଙ୍କ ନିର୍ବନ୍ଧ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏନେଇ ଅନେକ ରିପୋର୍ଟରେ ଦାବି କରାଯାଇଛି ।
ରିପୋର୍ଟ ଅନୁସାରେ ଆସନ୍ତା ଫେବ୍ରୁଆରୀରେ ଦୁହିଁଙ୍କ ନିର୍ବନ୍ଧ ହେବେ । ତେବେ ଏହି ଖବର ଉପରେ ସେମାନଙ୍କ ପକ୍ଷରୁ କୌଣସି ବୟାନ ସାମନାକୁ ଆସି ନାହିଁ ।
ଏହି ଯୋଡିଙ୍କର ପ୍ରଥମ ସାକ୍ଷାତ ଫିଲ୍ମ ‘ଗୀତା ଗୋବିନ୍ଦମ୍’ର ସୁଟିଂ ସମୟରେ ହୋଇଥିଲା । କୁହାଯାଏ ଯେ ଏହି ଫିଲ୍ମ ସମୟରେ ଦୁହେଁ ପରସ୍ପରଙ୍କର ନିକଟତର ହୋଇଥିଲେ । ଏହା ପରେ ଉଭୟଙ୍କୁ ‘ଡିୟର କାମରେଡ’ରେ ଦେଖିବାକୁ ମିଳିଥିଲା । ରଶ୍ମିକା ମନ୍ଦନା ମଧ୍ୟ ଟଲିଉଡ୍ ସହ ବଲିଉଡରେ ନିଜ ଅଭିନୟର ଛାପ ଛାଡ଼ି ସାରିଛନ୍ତି । ନିକଟରେ ବକ୍ସ ଅଫିସରେ କମାଲ କରିଥିବା ‘ଆନିମଲ’ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି ।
ପଢନ୍ତୁ: ଅଡୁଆରେ ନୟନତାରାଙ୍କ ଫିଲ୍ମ, ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ପରେ ମାମଲା ରୁଜୁ
ଉଲ୍ଲେଖଯୋଗ୍ୟ ଯେ ରଶ୍ମିକା ମନ୍ଦନା ଏହା ପୂର୍ବରୁ ଲୋକପ୍ରିୟ ସାଉଥ୍ ଷ୍ଟାର ରକସିତ୍ ସେଟ୍ଟୀଙ୍କ ସହ ନିର୍ବନ୍ଧ କରିଥିଲେ । କିନ୍ତୁ ପରେ ଦୁହେଁ କୌଣସି କାରଣ ଯୋଗୁଁ ଅଲଗା ହୋଇଯାଇଥିଲେ ।
The post ଫେବ୍ରୁଆରୀରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ନିର୍ବନ୍ଧ ! appeared first on Prameya News7.