ଫୋନ୍କରି ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା):ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ ଲାଗିଥିବା ସମୟରେ ସେ ନିଜ କର୍ତ୍ତବ୍ୟରେ ଅବହେଳା ନ କରି ରୋଗୀ ଚିକିତ୍ସା କରୁଛନ୍ତି। କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଓ ଆନ୍ତରିକତା ପାଇଁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଗଜପତି ଜିଲାରେ କାର୍ଯ୍ୟ କରୁଥିବା ଏପରି ଜଣେ ଡାକ୍ତର ହେଉଛନ୍ତି ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର। ଆର୍.ଉଦୟଗିରି ବ୍ଲକ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କର ଜଣେ ମାତ୍ର ଡାକ୍ତର ଥିବାରୁ […] The post ଫୋନ୍କରି ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା):ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ ଲାଗିଥିବା ସମୟରେ ସେ ନିଜ କର୍ତ୍ତବ୍ୟରେ ଅବହେଳା ନ କରି ରୋଗୀ ଚିକିତ୍ସା କରୁଛନ୍ତି। କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଓ ଆନ୍ତରିକତା ପାଇଁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଗଜପତି ଜିଲାରେ କାର୍ଯ୍ୟ କରୁଥିବା ଏପରି ଜଣେ ଡାକ୍ତର ହେଉଛନ୍ତି ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର। ଆର୍.ଉଦୟଗିରି ବ୍ଲକ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କର ଜଣେ ମାତ୍ର ଡାକ୍ତର ଥିବାରୁ ନିଜ ସ୍ବାସ୍ଥ୍ୟ ଖରାପ ଥିଲେ ସୁଦ୍ଧା ସେ ଛୁଟି ନେଇପାରି ନ ଥିଲେ। ଓପିଡିରେ ରୋଗୀ ଅପେକ୍ଷା କରିଥିବା ଦେଖି ନିଜ ଶରୀରରେ ସାଲାଇନ ଲାଗିଥିବା ଅବସ୍ଥାରେ ଆସି ସେ ରୋଗୀସେବା କରିଥିଲେ। ଗଳା ସଂକ୍ରମଣଜନିତ ଗୁରୁତର ଅସୁସ୍ଥତା ଯୋଗୁ ଗତ ୪ ଦିନ ହେଲା ଡାକ୍ତର କର କ୍ୱାର୍ଟର୍ସରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟହ ଏହି ଚିକିତ୍ସାଳୟକୁ ଶତାଧିକ ରୋଗୀ ଆସି ଓପିଡିରେ ଲାଇନରେ ଅପେକ୍ଷା କରିଥାନ୍ତି। ରୋଗୀଙ୍କୁ ଦେଖି ଡାକ୍ତର କର କାହାକୁ ନିରାଶ ନ କରି ନିଜ ଦେହରେ ସାଲାଇନ ଲାଗିଥିବା ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଡାକ୍ତର କରଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଫୋନ ଯୋଗେ କଥା ହୋଇ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଡାକ୍ତରଙ୍କ ଏଭଳି ସେବା ପ୍ରତି ସମର୍ପଣ ମନୋଭାବ ପାଇଁ ମନ୍ତ୍ରୀ ତାଙ୍କୁ ପ୍ରଶଂସା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏ ନେଇ ଡାକ୍ତର କରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ, ବତ୍ତର୍ର୍ମାନ ଧୀରେ ଧୀରେ ସୁସ୍ଥ ହେଉଛି। ଔଷଧ ଖାଇ ରୋଗୀଙ୍କ ଚିକିତ୍ସା କରୁଛି। ଲୋକଙ୍କ ସେବା କରିବା ମୋର କର୍ତ୍ତବ୍ୟ ବୋଲି ସେ କହିଛନ୍ତି।
The post ଫୋନ୍କରି ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.