ଫ୍ଲାଟ୍ କିଣିଲେ ଶାହରୁଖଙ୍କ ପୁଅ: ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବଲିଉଡ୍ର କିଙ୍ଗ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କର ଡେବ୍ୟୁ ସିରିଜର ନାମ ହେଉଛି ‘ଷ୍ଟାରଡମ’। ତାଙ୍କ ସିରିଜ ରିଲିଜ ପୂର୍ବରୁ ମଧ୍ୟ ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି। ନିକଟରେ ଆର୍ଯ୍ୟନ ଦକ୍ଷିଣ ଦିଲ୍ଲୀର ପଞ୍ଚଶିଲ ପାର୍କରେ ପ୍ରାୟ ୩୭ କୋଟି ଟଙ୍କାରେ ୨ ମହଲା ଫ୍ଲାଟ କିଣିଛନ୍ତି। ରୋଚକ କଥା ହେଉଛି, ଏହି ବିଲ୍ଡିଂର ତଳ ମହଲାରେ ପୂର୍ବରୁ ତାଙ୍କ ପିତା ଶାହରୁଖ ଏବଂ ମା’ ଗୌରୀ ଆଗରୁ ରହୁଥିଲେ। […] The post ଫ୍ଲାଟ୍ କିଣିଲେ ଶାହରୁଖଙ୍କ ପୁଅ: ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ବଲିଉଡ୍ର କିଙ୍ଗ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କର ଡେବ୍ୟୁ ସିରିଜର ନାମ ହେଉଛି ‘ଷ୍ଟାରଡମ’। ତାଙ୍କ ସିରିଜ ରିଲିଜ ପୂର୍ବରୁ ମଧ୍ୟ ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି। ନିକଟରେ ଆର୍ଯ୍ୟନ ଦକ୍ଷିଣ ଦିଲ୍ଲୀର ପଞ୍ଚଶିଲ ପାର୍କରେ ପ୍ରାୟ ୩୭ କୋଟି ଟଙ୍କାରେ ୨ ମହଲା ଫ୍ଲାଟ କିଣିଛନ୍ତି। ରୋଚକ କଥା ହେଉଛି, ଏହି ବିଲ୍ଡିଂର ତଳ ମହଲାରେ ପୂର୍ବରୁ ତାଙ୍କ ପିତା ଶାହରୁଖ ଏବଂ ମା’ ଗୌରୀ ଆଗରୁ ରହୁଥିଲେ।
ଶାହାରୁଖ ଏବଂ ଗୌରୀଙ୍କ ପ୍ରଥମ ସାକ୍ଷାତ ଦିଲ୍ଲୀରେ ହୋଇଥିଲା। ଶାହାରୁଖ ପଞ୍ଚଶିଲ ପାର୍କରେ ୨୭,୦୦୦ ବର୍ଗଫୁଟର ଭିଲ୍ଲା ଅଛି, ଯାହା ସେ ୨୦୦୧ରେ ୧୩ କୋଟିରୁ ଅଧିକ ମୂଲ୍ୟରେ କିଣିଥିଲେ। ଆଜି ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା। ୨୦୨୦ରେ, ଶାହାରୁଖ ଏହି ଘରକୁ ଭଡ଼ାରେ ଦେଇଥିଲେ।
ଆର୍ଯ୍ୟନ ଖାନଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ ‘ଷ୍ଟାରଡମ’ର କାହାଣୀ ଚିତ୍ତାକର୍ଷକ। ଏହି ସିରିଜ୍ ରେ ଖ୍ୟାତି, ସଫଳତା ଏବଂ ତାରକା ହେବାର ଇଚ୍ଛା ଚିତ୍ରିତ ହୋଇଛ। ଏହାର କାହାଣୀ ନିଜେ ଆର୍ଯ୍ୟନ ଖାନ ଲେଖିଛନ୍ତି।
The post ଫ୍ଲାଟ୍ କିଣିଲେ ଶାହରୁଖଙ୍କ ପୁଅ: ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.