ଫ୍ଲୋରିଡାରେ ‘ହେଲେନେ’ ତାଣ୍ଡବ; ୨୨୫ କି.ମି ବେଗରେ ବହିଲା ପବନ, ୬ ରାଜ୍ୟରେ ଜରୁରୀ ସ୍ଥିତି ଘୋଷଣା

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟା  'ହେଲେ‌ନେ' । ଏହାର ପ୍ରଭାବରେ  ଛାରଖାର ହୋଇଛି ବିଗ୍ ବେଣ୍ଡ୍ କ୍ଷେତ୍ର । ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଘଣ୍ଟା ପ୍ରତି ପବନର ବେଗ ୨୨୫ କିମି ଥିଲା । ‘ହେଲେନେ’ର ପ୍ରଭାବ ୧୨ଟି ରାଜ୍ୟରେ  ଦେଖିବାକୁ ମିଳିଛି । ସାମୁଦ୍ରିକ ଝଡ଼ ବର୍ତ୍ତମାନ ସୁଦ୍ଧା ୩୯ଜଣଙ୍କ ଜୀବନ ନେଇଛି। ସେହିପରି ଏଥିରେ ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । ଫ୍ଲୋରିଡା ସମେତ ଜର୍ଜିଆ, ନର୍ଥ କାରୋଲିନା, ସାଉଥ୍  କାରୋଲିନା, ଭର୍ଜିନିଆ ଏବଂ ଆଲବାମାରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି ।  ଏହି ରାଜ୍ୟଗୁଡ଼ିକରେ ୧ ହଜାରରୁ ଅଧିକ  ବିମାନ ବାତିଲ କରାଯାଇଛି । ୪ ହଜାରରୁ  ଅଧିକ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।  ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ, ଘରଦ୍ୱାର  ବୁଡ଼ିଯାଇଛି । ଲୋକଙ୍କ ଘର ଭିତରେ ବନ୍ୟା ଜଳ ପଶିଯାଇଛି ।ଷ୍ଟେଟ୍‌ ଏମର୍ଜେନ୍ସି ସର୍ଭିସ ଅନୁସାରେ, ଆଗାମୀ ୩ ଦିନରେ ୫ କୋଟି   ଲୋକ ଏଥିରେ ପ୍ରଭାବିତ ହୋଇପାରନ୍ତି । ବାତ୍ୟା ଯୋଗୁ ବିଦ୍ୟୁତ୍ ସରବରାହ ଛିନ୍ନ ହୋଇଛି । ଫଳରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଅନ୍ଧାରରେ ରହିଛନ୍ତି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଏହା ଏ ପର୍ଯ୍ୟନ୍ତର ସବୁଠୁ ଶକ୍ତିଶାଳୀ ଝଡ଼ ବୋଲି ଫ୍ଲୋରିଡାର  ରାଜଧାନୀ ଟାଲାହୈସି ମେୟର ଜନ୍‌ ଡେଲି କହିଛନ୍ତି । ଏଥିଯୋଗୁ ଏ

ଫ୍ଲୋରିଡାରେ ‘ହେଲେନେ’ ତାଣ୍ଡବ; ୨୨୫ କି.ମି ବେଗରେ ବହିଲା ପବନ, ୬ ରାଜ୍ୟରେ ଜରୁରୀ ସ୍ଥିତି ଘୋଷଣା

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟା  'ହେଲେ‌ନେ' । ଏହାର ପ୍ରଭାବରେ  ଛାରଖାର ହୋଇଛି ବିଗ୍ ବେଣ୍ଡ୍ କ୍ଷେତ୍ର । ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଘଣ୍ଟା ପ୍ରତି ପବନର ବେଗ ୨୨୫ କିମି ଥିଲା । ‘ହେଲେନେ’ର ପ୍ରଭାବ ୧୨ଟି ରାଜ୍ୟରେ  ଦେଖିବାକୁ ମିଳିଛି । ସାମୁଦ୍ରିକ ଝଡ଼ ବର୍ତ୍ତମାନ ସୁଦ୍ଧା ୩୯ଜଣଙ୍କ ଜୀବନ ନେଇଛି। ସେହିପରି ଏଥିରେ ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । ଫ୍ଲୋରିଡା ସମେତ ଜର୍ଜିଆ, ନର୍ଥ କାରୋଲିନା, ସାଉଥ୍  କାରୋଲିନା, ଭର୍ଜିନିଆ ଏବଂ ଆଲବାମାରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି ।  ଏହି ରାଜ୍ୟଗୁଡ଼ିକରେ ୧ ହଜାରରୁ ଅଧିକ  ବିମାନ ବାତିଲ କରାଯାଇଛି । ୪ ହଜାରରୁ  ଅଧିକ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।  ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ, ଘରଦ୍ୱାର  ବୁଡ଼ିଯାଇଛି । ଲୋକଙ୍କ ଘର ଭିତରେ ବନ୍ୟା ଜଳ ପଶିଯାଇଛି ।

ଷ୍ଟେଟ୍‌ ଏମର୍ଜେନ୍ସି ସର୍ଭିସ ଅନୁସାରେ, ଆଗାମୀ ୩ ଦିନରେ ୫ କୋଟି   ଲୋକ ଏଥିରେ ପ୍ରଭାବିତ ହୋଇପାରନ୍ତି । ବାତ୍ୟା ଯୋଗୁ ବିଦ୍ୟୁତ୍ ସରବରାହ ଛିନ୍ନ ହୋଇଛି । ଫଳରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଅନ୍ଧାରରେ ରହିଛନ୍ତି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଏହା ଏ ପର୍ଯ୍ୟନ୍ତର ସବୁଠୁ ଶକ୍ତିଶାଳୀ ଝଡ଼ ବୋଲି ଫ୍ଲୋରିଡାର  ରାଜଧାନୀ ଟାଲାହୈସି ମେୟର ଜନ୍‌ ଡେଲି କହିଛନ୍ତି । ଏଥିଯୋଗୁ ଏହି ସହରର  ବ୍ୟାପକ କ୍ଷୟକ୍ଷତି ଘଟିଛି । 

ଆମେରିକା  ପାଣିପାଗ ବିଜ୍ଞାନୀ ଫିଲ୍‌ କ୍ଲାଟ୍‌ଜ୍‌ବୈକ୍‌ କହିଛନ୍ତି, ଗତ ୩୫ ବର୍ଷ ଭିତରେ କେବଳ ୩ଟି ଝଡ଼ ହେଲେନ୍‌ଠାରୁ ବଡ଼ ଥିଲା । ୨୦୧୭ରେ ଇରମା, ୨୦୦୫ରେ ୱିଲ୍‌ମା ଏବଂ ୧୯୯୫ରେ ଓପଲ୍‌ ବଡ଼ ଝଡ଼ ଥିଲା । ହେଲେନ ପ୍ରଭାବରେ ଲଗାତର ବର୍ଷା ଯୋଗୁ ନର୍ଥ କାରୋଲିନାରେ  ସ୍ୱାନ୍ନାନୋଆ ନଦୀ ବିପଦସଙ୍କେତ ସ୍ତର ଟପିଛି । ଅନେକ ସ୍ଥାନରେ ବନ୍ୟା ସ୍ଥିତି  ଉପୁଜିଛି । ଦକ୍ଷିଣପୂର୍ବ ଅଞ୍ଚଳରେ ବନ୍ୟା ସହ ଭୂସ୍ଖଳନ ଆଶଙ୍କା ବଢ଼ିଛି।