ଫ୍ୟାନ୍ ରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ସୁନାବେଡା,କୋରାପୁଟ,୧୦/୦୨(କୃତ୍ତିବାସ ପ୍ରଧାନ/ଅମିତାଭ ବେହେରା) ସୁନାବେଡା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଖବର ମୁତାବକ ମହିଳା ଛାତ୍ରୀନିବାସ ’ବି’ ବ୍ଲକ୍ ର ୪୧୩ ନମ୍ବର ରୁମ୍ ରେ ରହୁଥିବା ସନ୍ଧ୍ୟାରାଣୀ ଦାସ(୧୮) ନିଜ ଓଢଣୀ ସାହାଯ୍ୟରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ବିଶ୍ୱ ବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ଗଣିତ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ବୋଲି ଜଣାପଡିଛି। କେନ୍ଦ୍ରାପଡା ଜିଲା ଦଧିବାମନପୁର ,ହିଞ୍ଜଳ ଗାଁ ତପନ ଦାସଙ୍କ ଝିଅ […] The post ଫ୍ୟାନ୍ ରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ appeared first on Dharitri Odia News.
ସୁନାବେଡା,କୋରାପୁଟ,୧୦/୦୨(କୃତ୍ତିବାସ ପ୍ରଧାନ/ଅମିତାଭ ବେହେରା) ସୁନାବେଡା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଖବର ମୁତାବକ ମହିଳା ଛାତ୍ରୀନିବାସ ’ବି’ ବ୍ଲକ୍ ର ୪୧୩ ନମ୍ବର ରୁମ୍ ରେ ରହୁଥିବା ସନ୍ଧ୍ୟାରାଣୀ ଦାସ(୧୮) ନିଜ ଓଢଣୀ ସାହାଯ୍ୟରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି।
ମୃତ ଛାତ୍ରୀ ବିଶ୍ୱ ବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ଗଣିତ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ବୋଲି ଜଣାପଡିଛି। କେନ୍ଦ୍ରାପଡା ଜିଲା ଦଧିବାମନପୁର ,ହିଞ୍ଜଳ ଗାଁ ତପନ ଦାସଙ୍କ ଝିଅ ବୋଲି ଜଣାପଡିଛି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ହଷ୍ଟେଲ ଭିତରେ ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିନାହିଁ। ହଷ୍ଟେଲର ରୁମ୍ ରେ ଅନ୍ୟ ଜଣେ ସହ ପାଠୀନିଙ୍କ ସହ ରହୁଥିଲେ ସନ୍ଧ୍ୟା ହେଲେ ପରୀକ୍ଷା ସରି ଯାଇଥିବା ହେତୁ ସେ ଚଳିତ ମାସ ୨ ତାରିଖରୁ ନିଜ ଗାଁ କୁ ଚାଲି ଯାଇଥିଲେ। ଫଳରେ ମୃତ ଛାତ୍ରୀ ଜଣକ ରୁମରେ ଏକାକୀ ରହୁଥିଲେ।
ଖବର ପାଇ ସୁନାବେଡା ଥାନାର ଏସ ଆଇ ଚରଣ ସିଂ ମାଝୀ ସହକର୍ମୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ପରିବାରକୁ ଖବର ଦେଇଥିଲେ। ତେବେ ପରିବାର ପକ୍ଷରୁ ଅନୁରୋଧ କ୍ରମେ ପୋଲିସ ତାଙ୍କ ଆସିବା ବାଟକୁ ଅପେକ୍ଷା କରିଥିବା ତଦନ୍ତକାରୀ ପୋଲିସ୍ ସୂଚନା ଦେଇଛନ୍ତି। ବିଡମ୍ବନାର ବିଷୟ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ ମଧ୍ୟକୁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ଗଣମାଧ୍ୟମ ପ୍ରତିନିଧି ମହଲରେ ଅସନ୍ତୋଷ ଦେଖା ଦେଇଛି। ଖବର ଛାପିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ମାମଲା ରୁଜୁ କରାଯାଇ ନଥିବା ଏବଂ ପରିବାର ଲୋକେ ପହଞ୍ଚିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସୁନାବେଡା ଥାନା ଦାୟିତ୍ୱରେ ରହିଥିବା ସେମିଳିଗୁଡା ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଦାନ ସୂଚନା ଦେଇଛନ୍ତି।
The post ଫ୍ୟାନ୍ ରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ appeared first on Dharitri Odia News.