ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ; କାଲିଠୁ କମିବ ବର୍ଷାର ପରିମାଣ
କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ତେବେ କାଲିଠୁ କମିବ ବର୍ଷାର ପରିମାଣ । କାଲି ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହାସହ ୪୮ଘଂଟା ଘନ କୁହୁଡି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଘନକୁହୁଡ଼ି ପାଇଁ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ କମିବ ବର୍ଷା । ୨ ଦିନ ପରେ ୨ରୁ ୪ ଡିଗ୍ରୀ କମିବ ରାତି ତାପମାତ୍ରା । ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ । ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ଆଜି ପ୍ରାୟତଃ କମିଯିବ । ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା ଜିଲ୍ଲାରେ ବିଶେଷତ ବର୍ଷା ରହିବ । ମାଲକାନଗିରି, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ବରଗଡ଼, ସୋନପୁରରେ ଆଜି କମିପରେ ବର୍ଷା । କାଲି ଦକ୍ଷିଣ ଉପକୂଳ, ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିରେ ହାଲକା ବର୍ଷା

କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ତେବେ କାଲିଠୁ କମିବ ବର୍ଷାର ପରିମାଣ । କାଲି ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହାସହ ୪୮ଘଂଟା ଘନ କୁହୁଡି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଘନକୁହୁଡ଼ି ପାଇଁ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ କମିବ ବର୍ଷା । ୨ ଦିନ ପରେ ୨ରୁ ୪ ଡିଗ୍ରୀ କମିବ ରାତି ତାପମାତ୍ରା । ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ ।
ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ଆଜି ପ୍ରାୟତଃ କମିଯିବ । ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା ଜିଲ୍ଲାରେ ବିଶେଷତ ବର୍ଷା ରହିବ । ମାଲକାନଗିରି, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ବରଗଡ଼, ସୋନପୁରରେ ଆଜି କମିପରେ ବର୍ଷା । କାଲି ଦକ୍ଷିଣ ଉପକୂଳ, ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିରେ ହାଲକା ବର୍ଷା। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି,କନ୍ଧମାଳ, କୋରାପୁଟ ଜିଲ୍ଲାରେ ରହିବ ଘନ କୁହୁଡି ।