ବଜାଜ୍ କରିବ ଆଉ ଏକ ଧମାକା, ଏହି ଦିନ ଲଞ୍ଚ୍ କରିବ ଦୁନିଆର ପ୍ରଥମ CNG ବାଇକ୍
ନୂଆଦିଲ୍ଲୀ: ଯାହା ଆଜି ଯାଏ ହୋଇ ନଥିଲା, ତାହା ଏବେ ହେବାକୁ ଯାଉଛି । ଆଜି ଯାଏ ଆପଣ କାରରେ ସିଏନଜି ଅପ୍ସନ ଶୁଣିଥିବେ । କିନ୍ତୁ ଏବେ ଦୁନିଆର ପ୍ରଥମ ସିଏନଜି ବାଇକ୍ ଲଞ୍ଚ ହେବାକୁ ଯାଉଛି । ବଜାର ଅଟୋ କମାଲ କରି ଦେଖାଇଛି ଏବଂ ଏପରି ଏକ ବାଇକ୍ ତିଆରି କରିଛି ଯାହା ସିଏନଜିରେ ଚାଲିବ । ବଜାଜ ପଲସର NS400ର ଲଞ୍ଚ ଇଭେଣ୍ଟ ବେଳେ କମ୍ପାନି ମ୍ୟାନେଜିଂ ଡାଇରେକ୍ଟର ସିଏନଜି ବାଇକ୍ କେବେ ବଜାରକୁ ଆସିବ ସେନେଇ ସୂଚନା ଦେଇଛନ୍ତି ।ଯେବେଠାରୁ ସିଏନଜି ମୋଟରସାଇକେଲ୍ କଥା ସାମନକୁ ଆସିଛି ସେବେଠୁ ଲୋକେ ସିଏନଜି ବାଇକର ଲଞ୍ଚିଂକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏବେ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଏହି ସିଏନଜି ବାଇକର ନାଁ କଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।ବଜାଜ ଅଟୋର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ ଏହା ସ୍ପଷ୍ଟ କରିଛନ୍ତି ଯେ ବଜାଜର ପ୍ରଥମ ସିଏନଜି ବାଇକ୍ ଚଳିତ ମାସ ୨୦୨୪ ଜୁନ୍ ୧୮ରେ ଭାରତରେ ଲଞ୍ଚ କରାଯିବ । ଏହି ବାଇକ୍ ବଜାରକୁ ଆସିବା ପରେ ମହଙ୍ଗା ପେଟ୍ରୋଲରୁ ଆଶ୍ୱସ୍ତି ମିଳିବ । ଏହା ବ୍ୟତୀତ ପ୍ରେଟୋଲ ତୁଳନାରେ ସିଏନଜି ବାଇକ ଜରିଆରେ ଭଲ ମାଇଲେଜ ମିଳିବା ନେଇ ଆଶା କରାଯାଉଛି ।
ନୂଆଦିଲ୍ଲୀ: ଯାହା ଆଜି ଯାଏ ହୋଇ ନଥିଲା, ତାହା ଏବେ ହେବାକୁ ଯାଉଛି । ଆଜି ଯାଏ ଆପଣ କାରରେ ସିଏନଜି ଅପ୍ସନ ଶୁଣିଥିବେ । କିନ୍ତୁ ଏବେ ଦୁନିଆର ପ୍ରଥମ ସିଏନଜି ବାଇକ୍ ଲଞ୍ଚ ହେବାକୁ ଯାଉଛି । ବଜାର ଅଟୋ କମାଲ କରି ଦେଖାଇଛି ଏବଂ ଏପରି ଏକ ବାଇକ୍ ତିଆରି କରିଛି ଯାହା ସିଏନଜିରେ ଚାଲିବ । ବଜାଜ ପଲସର NS400ର ଲଞ୍ଚ ଇଭେଣ୍ଟ ବେଳେ କମ୍ପାନି ମ୍ୟାନେଜିଂ ଡାଇରେକ୍ଟର ସିଏନଜି ବାଇକ୍ କେବେ ବଜାରକୁ ଆସିବ ସେନେଇ ସୂଚନା ଦେଇଛନ୍ତି ।
ଯେବେଠାରୁ ସିଏନଜି ମୋଟରସାଇକେଲ୍ କଥା ସାମନକୁ ଆସିଛି ସେବେଠୁ ଲୋକେ ସିଏନଜି ବାଇକର ଲଞ୍ଚିଂକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏବେ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଏହି ସିଏନଜି ବାଇକର ନାଁ କଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।
ବଜାଜ ଅଟୋର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ ଏହା ସ୍ପଷ୍ଟ କରିଛନ୍ତି ଯେ ବଜାଜର ପ୍ରଥମ ସିଏନଜି ବାଇକ୍ ଚଳିତ ମାସ ୨୦୨୪ ଜୁନ୍ ୧୮ରେ ଭାରତରେ ଲଞ୍ଚ କରାଯିବ । ଏହି ବାଇକ୍ ବଜାରକୁ ଆସିବା ପରେ ମହଙ୍ଗା ପେଟ୍ରୋଲରୁ ଆଶ୍ୱସ୍ତି ମିଳିବ । ଏହା ବ୍ୟତୀତ ପ୍ରେଟୋଲ ତୁଳନାରେ ସିଏନଜି ବାଇକ ଜରିଆରେ ଭଲ ମାଇଲେଜ ମିଳିବା ନେଇ ଆଶା କରାଯାଉଛି ।