ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି ଗୋଟିଏ ଜିନିଷ ହେଲା ପନିର। ବଜାରରେ ନକଲି ପନିର ମିଳୁଥିବାରୁ ଲୋକେ କିଭଳି ଅସଲି କାହାକୁ ଜାଣିବେ ଚିନ୍ତାରେ ପଡ଼ନ୍ତି। ଆଜି ଆମେ ସେ ବିଷୟରେ ଆପଣଙ୍କୁ କହିବୁ। -ଅସଲି ପନିରକୁ ହାତରେ ଭାଙ୍ଗିଦେଲେ ସହଜରେ ଭାଙ୍ଗିଯିବ। ହେଲେ ନକଲି ପନିର ରବର ଭଳି ମନେହେବ। ଅସଲି ପନିର ପାଣିରେ […] The post ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ… appeared first on Dharitri Odia News.

ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି ଗୋଟିଏ ଜିନିଷ ହେଲା ପନିର। ବଜାରରେ ନକଲି ପନିର ମିଳୁଥିବାରୁ ଲୋକେ କିଭଳି ଅସଲି କାହାକୁ ଜାଣିବେ ଚିନ୍ତାରେ ପଡ଼ନ୍ତି। ଆଜି ଆମେ ସେ ବିଷୟରେ ଆପଣଙ୍କୁ କହିବୁ।

-ଅସଲି ପନିରକୁ ହାତରେ ଭାଙ୍ଗିଦେଲେ ସହଜରେ ଭାଙ୍ଗିଯିବ। ହେଲେ ନକଲି ପନିର ରବର ଭଳି ମନେହେବ।
ଅସଲି ପନିର ପାଣିରେ ଫୁଟାଇଲେ ପୂର୍ବବତ ରହିବ। ହେଲେ ନକଲି ପନିର ଖଣ୍ଡ ଖଣ୍ଡ ହୋଇଯିବ।

-ଅସଲି ପନିରକୁ ଛାଣିଲେ ହାଲ୍‌କା ବାଦାମୀ ରଙ୍ଗ ହୋଇଯାଏ, ହେଲେ ନକଲି ପନିର ହଳଦିଆ ନଚେତ ଧଳା ରହିଥାଏ।

-ଅସଲି ପନିର ହାଲକା କ୍ଷୀର ଭଳି ବାସ୍ନା ହୋଇଥାଏ। ହେଲେ ନକଲି ପନିରର ଗନ୍ଧ ନ ଥାଏ। ନଚେତ କେମିକାଲ ବାସ୍ନା ଆସିଥାଏ।

-ଅସଲି ପନିରର ସ୍ବାଦ ହାଲକା ମିଠା ହୋଇଥାଏ, ହେଲେ ନକଲି ପନିରର ସ୍ବାଦ କଟୁ ନଚେତ ଖଟା ହୋଇଥାଏ।
ପନିରକୁ ଗରମ କରିବା ପରେ ଥଣ୍ଡା ହେବାକୁ ରଖନ୍ତୁ। ଏହି ପାଣିରେ କିଛି ମାତ୍ରାରେ ହରଡ଼ ଡାଲି ପକାନ୍ତୁ। ୧୦ ମିନିଟ ଛାଡ଼ି ଦିଅନ୍ତୁ। ଯଦି ପାଣିର ରଙ୍ଗ ହାଲ୍‌କା ଲାଲ ହୋଇଯାଏ ତେବେ ପନିର ଅପମିଶ୍ରିତ ବୋଲି ଜଣାପଡ଼ିଥାଏ।

-ଅସଲି ପନିର ନରମ ଏବଂ ଚିକ୍କଣ ହୋଇଥାଏ। ସେହିଭଳି ନକଲି ପନିର ଟାଣ ଏବଂ ଦାନାଥିବା ଭଳି ମନେ ହୋଇଥାଏ।

-ଅସଲି ପନିର ହାଲ୍‌କା ହଳଦିଆ ଏବଂ ଧଳା ରଙ୍ଗର ହୋଇଥାଏ। ନକଲି ପନିର ଅଧିକ ଧଳା ଏବଂ ଚମକଯୁକ୍ତ ହୋଇଥାଏ।

The post ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ… appeared first on Dharitri Odia News.