ବଜେଟ୍ ୨୦୨୪ : ଏଥର ବେତନଭୋଗୀଙ୍କୁ ତୃଷ୍ଟିକରଣ, କରମୁକ୍ତ ଆୟକର ସ୍ଲାବ୍‌ ୧୦ ଲକ୍ଷ ହେବ !

ନୂଆଦିଲ୍ଲୀ : ୨୦୨୪ ସାଧାରଣ ବଜେଟ୍‌ ଅବଗଣନା ଆରମ୍ଭ ହୋଇଛି। ପୂର୍ବ ବଜେଟରେ କେନ୍ଦ୍ର ସରକାର ଆୟକରଦାତାଙ୍କୁ ପ୍ରତାରଣା କରିଥିଲେ। ସେଥପାଇଁ ନିର୍ବାଚନୀ ବର୍ଷରେ ଏଥର ବେତନଭୋଗୀ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠାରୁ ଟିକସ ସ୍ଲାବ୍‌ରେ ରିଆତି ଆଶା କରୁଛନ୍ତି। ସୂଚନାନୁଯାୟୀ, ଏଥର ବେତନଭୋଗୀଙ୍କୁ ତୋଷୀକରଣ କରିବା ପାଇଁ କେନ୍ଦ୍ର ସରକାର କର ମୁକ୍ତ ଟିକସ ସ୍ଲାବ୍‌ ୭ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ୍ ୨୦୨୪। ଯଦିବା ଏହା ଏକ ପୂର୍ଣ୍ଣାଙ୍ଗ […]

ବଜେଟ୍ ୨୦୨୪ : ଏଥର ବେତନଭୋଗୀଙ୍କୁ ତୃଷ୍ଟିକରଣ, କରମୁକ୍ତ ଆୟକର ସ୍ଲାବ୍‌ ୧୦ ଲକ୍ଷ ହେବ !
income

ନୂଆଦିଲ୍ଲୀ : ୨୦୨୪ ସାଧାରଣ ବଜେଟ୍‌ ଅବଗଣନା ଆରମ୍ଭ ହୋଇଛି। ପୂର୍ବ ବଜେଟରେ କେନ୍ଦ୍ର ସରକାର ଆୟକରଦାତାଙ୍କୁ ପ୍ରତାରଣା କରିଥିଲେ। ସେଥପାଇଁ ନିର୍ବାଚନୀ ବର୍ଷରେ ଏଥର ବେତନଭୋଗୀ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠାରୁ ଟିକସ ସ୍ଲାବ୍‌ରେ ରିଆତି ଆଶା କରୁଛନ୍ତି। ସୂଚନାନୁଯାୟୀ, ଏଥର ବେତନଭୋଗୀଙ୍କୁ ତୋଷୀକରଣ କରିବା ପାଇଁ କେନ୍ଦ୍ର ସରକାର କର ମୁକ୍ତ ଟିକସ ସ୍ଲାବ୍‌ ୭ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ୍ ୨୦୨୪। ଯଦିବା ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ୍ ହେବ ନାହିଁ କିନ୍ତୁ ଏହାକୁ ଲେଖାନୁଦାନ କୁହାଯିବ। ନିର୍ବାଚନ ପୂର୍ବରୁ ଏହି ବଜେଟ୍‌ କରାଯାଉଥିବାରୁ କେନ୍ଦ୍ର ସରକାର ଟିକସଦାତାଙ୍କୁ ଆଶ୍ବସ୍ତି ଦେବା ପାଇଁ ଆୟକର ସ୍ଲାବ୍‌ରେ କେତେକ ପରିବର୍ତ୍ତନ କରିପାରନ୍ତି। ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ ବର୍ତ୍ତମାନ ମୋଟ ୫ଟି ଆୟକର ସ୍ଲାବ୍ ରହିଛି। ସେଥିମଧ୍ୟରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ବର୍ଗରେ ଆସିଥାଏ। ଏହାର ଅର୍ଥ ଏହି ବର୍ଗରେ ଆୁଥିଲେ କରଦାତା କୌଣସି ଟିକସ ଦିଅନ୍ତି ନାର୍ହି।

ଏହାପରେ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଆୟ ଉପରେ ୫ ପ୍ରତିଶତ ଟିକସ ଦେବାକୁ ପଡିବ। ଏଥିସହିତ ୫ ପ୍ରତିଶତରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ସିଧାସଳଖ ୨୦ ପ୍ରତିଶତ ଟିକସ ଦେବାକୁ ପଡିବ। ତେବେ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଆୟ ପାଇଁ ୩୦ ପ୍ରତିଶତ ଏବଂ ୨୦ ଲକ୍ଷରୁ ଅଧିକ ଆୟ ଥିବା ଲୋକଙ୍କୁ ମଧ୍ୟ ୩୦ ପ୍ରତିଶତ ଟିକସ ଦେବାକୁ ପଡିବ। ଏଥିସହିତ ନୂତନ ଟିକସ ବ୍ୟବସ୍ଥାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଟିକସମୁକ୍ତ ପରିସରରେ ରହିଛି।

ଏହାକୁ ଏଥର ସରକାର ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି। କୁହାଯାଉଛି ଯେ ଅର୍ଥମନ୍ତ୍ରୀ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିବେ ନାହିଁ। ଯାହା ହେବ କେବଳ ନୂତନ ଟିକସ ବ୍ୟବସ୍ଥାରେ ହିଁ ହେବ। ନର୍ଥ ବ୍ଲକରେ ଏ ସମ୍ପର୍କରେ ଏବେ ଜୋରଦାର ଚର୍ଚ୍ଚା ଚାଲିଥିବା ଜଣାପଡିଛି।