ରତନ ଟାଟାଙ୍କ ଇଚ୍ଛାପତ୍ରରେ ବଡ଼ ଖୁଲାସା, ମୋହିନୀ ମୋହନ ଦତ୍ତା ପାଇବେ ୫୦୦ କୋଟି ସମ୍ପତ୍ତି…

ନୂଆଦିଲ୍ଲୀ: ରତନ ଟାଟାଙ୍କ ଦେହାନ୍ତ ପରେ ସେ ଛାଡିଯାଇଥିବା ଇଚ୍ଛାପତ୍ରରେ ଏବେ ଏକ ବଡ଼ ଖୁଲାସା ହୋଇଛି। ସେଥିରେ ରତନ ଏପରି ଜଣେ ବ୍ୟକ୍ତିଙ୍କ ନାମ ରଖିଛନ୍ତି ଯାହାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ରତନ ଟାଟା ତାଙ୍କ ଇଚ୍ଛାପତ୍ରରେ ଜାମସେଦପୁରର ମୋହିନୀ ମୋହନ ଦତ୍ତାଙ୍କ ନାମରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି। ମୋହିନୀ ମୋହନ ପେଷାରେ ଜଣେ ଟ୍ରାଭେଲ ବ୍ୟବସାୟୀ। ଦତ୍ତଙ୍କା ପରିବାର ଷ୍ଟାଲିଅନ୍ ନାମକ ଏକ ଟ୍ରାଭେଲ୍ ଏଜେନ୍ସି ଚଳାଉଥିଲେ। ୨୦୧୩ […]

ରତନ ଟାଟାଙ୍କ ଇଚ୍ଛାପତ୍ରରେ ବଡ଼ ଖୁଲାସା, ମୋହିନୀ ମୋହନ ଦତ୍ତା ପାଇବେ ୫୦୦ କୋଟି ସମ୍ପତ୍ତି…
Untitled 1 26

ନୂଆଦିଲ୍ଲୀ: ରତନ ଟାଟାଙ୍କ ଦେହାନ୍ତ ପରେ ସେ ଛାଡିଯାଇଥିବା ଇଚ୍ଛାପତ୍ରରେ ଏବେ ଏକ ବଡ଼ ଖୁଲାସା ହୋଇଛି। ସେଥିରେ ରତନ ଏପରି ଜଣେ ବ୍ୟକ୍ତିଙ୍କ ନାମ ରଖିଛନ୍ତି ଯାହାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ରତନ ଟାଟା ତାଙ୍କ ଇଚ୍ଛାପତ୍ରରେ ଜାମସେଦପୁରର ମୋହିନୀ ମୋହନ ଦତ୍ତାଙ୍କ ନାମରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି। ମୋହିନୀ ମୋହନ ପେଷାରେ ଜଣେ ଟ୍ରାଭେଲ ବ୍ୟବସାୟୀ। ଦତ୍ତଙ୍କା ପରିବାର ଷ୍ଟାଲିଅନ୍ ନାମକ ଏକ ଟ୍ରାଭେଲ୍ ଏଜେନ୍ସି ଚଳାଉଥିଲେ। ୨୦୧୩ ମସିହାରେ ଏହି ଏଜେନ୍ସିର ମିଶ୍ରଣ ତାଜ ସର୍ଭିସେସ୍ ସହ ହୋଇଥିଲା ଯାହା ପରେ ଦତ୍ତା ପରିବାରର ଷ୍ଟାଲିଅନରେ ୮୦% ଅଂଶଧନ ରହିଲା। ଅବଶିଷ୍ଟ ୨୦୫ ଅଂଶଧନ ଟାଟା ଇଣ୍ଡଷ୍ଟ୍ରିଜ୍ ପାଖରେ ଥିଲା। ମୋହିନୀ ଦତ୍ତା ଟିସି ଟ୍ରାଭେଲ ସର୍ଭିସେସର ନିର୍ଦ୍ଦେଶକ ମଧ୍ୟ ରହିସାରିଛନ୍ତି। ରତନ ଟାଟାଙ୍କ ନିକଟତର ଲୋକମାନେ କୁହନ୍ତି ଯେ ଦତ୍ତା ତାଙ୍କର ପୁରୁଣା ବନ୍ଧୁ ଥିଲେ। ସେ ଟାଟା ପରିବାରର ମଧ୍ୟ ନିକଟତର ଥିଲେ। ଦତ୍ତାଙ୍କ ଝିଅମାନଙ୍କ ମଧ୍ୟରୁ ଜଣେ ୨୦୨୪ ପର୍ଯ୍ୟନ୍ତ ୯ ବର୍ଷ ପାଇଁ ଟାଟା ଟ୍ରଷ୍ଟରେ କାମ କରିଥିଲେ।