ବଜେଟ୍ ୨୦୨୪: କ୍ରୀଡ଼ା ମନ୍ତ୍ରଣାଳୟକୁ ମିଳିଲା ଅଧିକ ୪୫ କୋଟି, ପ୍ୟାରିସ୍ ଅଲମ୍ପିକ ଉପରେ ଦେଶର ନଜର
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଖେଳମନ୍ତ୍ରଣାଳକୁ ୩,୪୪୨.୩୨ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଗତ ବର୍ଷ ତୁଳନାରେ ଏଥର ୪୫.୩୬ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି। ଗତବର୍ଷ ଅନ୍ତରୀଣ ବଜେଟ୍ରେ ଖେଳମନ୍ତ୍ରଣାଳୟକୁ ୩.୩୯୬.୯୬ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ସୂଚନା ଥାଉକି ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍ରେ ଅଲମ୍ପିକ ଗେମ୍ସ ଆୟୋଜନ ହେବ। ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶର ଗୁରୁତ୍ୱ ଏହି ଖେଳ ଉପରେ ରହିଛି। ଖେଳ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ଖେଳ ଇଣ୍ଡିଆ ପାଇଁ ୯୦୦ କୋଟି ଆବଣ୍ଟିତ କରାଯାଇଛି। ଯାହା ଗତବର୍ଷ ତୁଳନାରେ ୨୦ କୋଟି ଅଧିକ। ଆଥଲେଟ୍ମାନଙ୍କ ପାଇଁ ଜାତୀୟ କ୍ୟାମ୍ପ ଆୟୋଜନ କରିବା, ଭିତ୍ତିଭୂମି ଓ ଉପକରଣ ଯୋଗାଇବା ଓ କୋଚ ଆଦି ନିଯୁକ୍ତ କରୁଥିବା ସ୍ପୋର୍ଟ୍ସ ଅଥୋରିଟି ଅଫ୍ ଇଣ୍ଡିଆ(ଏସ୍ଏଆଇ)କୁ ଗତବର୍ଷ(୭୯୫.୭୭ କୋଟି) ତୁଳନାରେ ୨୬.୮୩ କୋଟି ଟଙ୍କା ଅଧିକ ଆବଣ୍ଟିତ କରାଯାଇଛି। ସେହିପରି ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(ଏନ୍ଏସ୍ଏଫ୍)କୁ ୨୦୨୩-୨୪ ବଜେଟ୍ ୩୨୫ କୋଟି ତୁଳନାରେ ଅଧିକ ୧୫ କୋଟି ଦିଆଯାଇଛି। ପଢ଼ନ୍ତୁ-ବଜେଟ୍ରେ ଚେସ୍ ଖେଳ ଉପଲବ୍ଧି ବଖାଣିଲେ ଅର୍ଥମନ୍ତ୍ରୀ, ଚେସ୍ ମାଷ୍ଟର ପ୍ରଜ୍ଞାନାନନ୍ଦଙ୍କ କଲେ ପ୍ରଶଂସା ସେହିପରି ନ୍ୟାସ୍ନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା)କୁ ମଧ୍ୟ ଗତବ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଖେଳମନ୍ତ୍ରଣାଳକୁ ୩,୪୪୨.୩୨ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଗତ ବର୍ଷ ତୁଳନାରେ ଏଥର ୪୫.୩୬ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି। ଗତବର୍ଷ ଅନ୍ତରୀଣ ବଜେଟ୍ରେ ଖେଳମନ୍ତ୍ରଣାଳୟକୁ ୩.୩୯୬.୯୬ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା।
ସୂଚନା ଥାଉକି ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍ରେ ଅଲମ୍ପିକ ଗେମ୍ସ ଆୟୋଜନ ହେବ। ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶର ଗୁରୁତ୍ୱ ଏହି ଖେଳ ଉପରେ ରହିଛି। ଖେଳ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ଖେଳ ଇଣ୍ଡିଆ ପାଇଁ ୯୦୦ କୋଟି ଆବଣ୍ଟିତ କରାଯାଇଛି। ଯାହା ଗତବର୍ଷ ତୁଳନାରେ ୨୦ କୋଟି ଅଧିକ।
ଆଥଲେଟ୍ମାନଙ୍କ ପାଇଁ ଜାତୀୟ କ୍ୟାମ୍ପ ଆୟୋଜନ କରିବା, ଭିତ୍ତିଭୂମି ଓ ଉପକରଣ ଯୋଗାଇବା ଓ କୋଚ ଆଦି ନିଯୁକ୍ତ କରୁଥିବା ସ୍ପୋର୍ଟ୍ସ ଅଥୋରିଟି ଅଫ୍ ଇଣ୍ଡିଆ(ଏସ୍ଏଆଇ)କୁ ଗତବର୍ଷ(୭୯୫.୭୭ କୋଟି) ତୁଳନାରେ ୨୬.୮୩ କୋଟି ଟଙ୍କା ଅଧିକ ଆବଣ୍ଟିତ କରାଯାଇଛି। ସେହିପରି ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(ଏନ୍ଏସ୍ଏଫ୍)କୁ ୨୦୨୩-୨୪ ବଜେଟ୍ ୩୨୫ କୋଟି ତୁଳନାରେ ଅଧିକ ୧୫ କୋଟି ଦିଆଯାଇଛି।
ପଢ଼ନ୍ତୁ-ବଜେଟ୍ରେ ଚେସ୍ ଖେଳ ଉପଲବ୍ଧି ବଖାଣିଲେ ଅର୍ଥମନ୍ତ୍ରୀ, ଚେସ୍ ମାଷ୍ଟର ପ୍ରଜ୍ଞାନାନନ୍ଦଙ୍କ କଲେ ପ୍ରଶଂସା
ସେହିପରି ନ୍ୟାସ୍ନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା)କୁ ମଧ୍ୟ ଗତବର୍ଷର ୨୧.୭୩ କୋଟି ତୁଳନାରେ ୨୨.୩୦ କୋଟି ଅଧିକ ଦିଆଯାଇଛି। ଡୋପ୍ ସାମ୍ପଲ ଟେଷ୍ଟ କରୁଥିବା ନ୍ୟାସ୍ନାଲ ଡୋପ ଟେଷ୍ଟିଂ ଲାବରୋଟେରି(ଏନ୍ଡିଟିଏଲ୍)କୁ ଗତବର୍ଷ ତୁଳନାରେ ୨.୫ କୋଟି ଅଧିକ କରି ୨୨ କୋଟି ଦିଆଯାଇଛି।
ଜାତୀୟ କ୍ରୀଡ଼ା ବିଜ୍ଞାନ ଏବଂ ଅନୁସନ୍ଧାନକୁ କ୍ଷେତ୍ରରେ କେନ୍ଦ୍ର ବଜେଟ୍ ହ୍ରାସ କରାଯାଇ ୮ କୋଟି ଦିଆଯାଇଚି। ପୂର୍ବରୁ ୧୦ କୋଟିରୁ ଦିଆଯାଇଥିଲା। ତେବେ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟକୁ ୨୦୨୩-୨୪ ବଜେଟ ୮୩.୨୧ କୋଟିରୁ ୯୧.୯୦ କୋଟି ଟଙ୍କା ବୃଦ୍ଧି କରାଯାଇଛି। କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହନ ପାଇଁ ଦିଆଯାଉଥିବା ବଜେଟରେ ବଡ଼ ହ୍ରାସ କରି ୮୪ କୋଟିରୁ ୩୯ କୋଟି ଟଙ୍କାକୁ ହ୍ରାସ କରାଯାଇଛି।
ସେହିପରି ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠିକୁ ବଜେଟ୍ ହ୍ରାସ କରି ୪୬ କୋଟିରୁ ୧୮ କୋଟି, ପଣ୍ଡିତ ଦିନ୍ ଦିୟାଲ ଉପାଧ୍ୟାୟ ଜାତୀୟ ଖେଳାଳି କଲ୍ୟାଣ ଯୋଜନା ପାଇଁ ୨ କୋଟି ଟଙ୍କା ଦିଆଯାଇଛି। ଜାମ୍ମୁ କାଶ୍ମୀରରେ କ୍ରୀଡା ସୁବିଧାର ବିସ୍ତାର କରିବା ଦିଗରେ ମଧ୍ୟ ବଜେଟ୍ରେ ହ୍ରାସ କରାଯାଇଛି। ଗତବର୍ଷ ଏଥିପାଇଁ ୨୦ କୋଟି ବଜେଟ ହୋଇଥିଲା। ଏଥର ଏହାକୁ ୮ କୋଟିକୁ ହ୍ରାସ କରାଯାଇଛି। ସେହିପରି କମନୱେଲ୍ଥ ଗେମ୍ ପାଇଁ ଗତ ବଜେଟ୍ରେ ୧୫ କୋଟି ବଜେଟ ଆବଣ୍ଟିତ କରାଯାଇଥିଲା। ହେଲେ ଏଥର ଏହାକୁ ହ୍ରାସ କରାଯାଇ ମାତ୍ର ୦.୦୧ କୋଟି କରାଯାଇଛି।
ପଢ଼ନ୍ତୁ-ଶଶି ଥରୁର ବ୍ୟାଖ୍ୟା କଲେ GDPର ଅର୍ଥ, ଜାଣନ୍ତୁ ଲୋକସଭା ନିର୍ବାଚନ ନେଇ ତାଙ୍କ ମତ କ’ଣ?
The post ବଜେଟ୍ ୨୦୨୪: କ୍ରୀଡ଼ା ମନ୍ତ୍ରଣାଳୟକୁ ମିଳିଲା ଅଧିକ ୪୫ କୋଟି, ପ୍ୟାରିସ୍ ଅଲମ୍ପିକ ଉପରେ ଦେଶର ନଜର appeared first on Prameya News7.