ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ଆଗରେ, ଏହି ଜିଲାରେ ଯାଇଛି ସର୍ବାଧିକ ଜୀବନ
ଭୁବନେଶ୍ୱର,୫ା୯: ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ବୋଲି ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ମାତ୍ର ୫୪୨ ଜୀବନ। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ […] The post ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ଆଗରେ, ଏହି ଜିଲାରେ ଯାଇଛି ସର୍ବାଧିକ ଜୀବନ appeared first on Dharitri Odia News.
ଭୁବନେଶ୍ୱର,୫ା୯: ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ବୋଲି ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।
ସେ କହିଛନ୍ତି, ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ମାତ୍ର ୫୪୨ ଜୀବନ। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଗବେଷଣା କହୁଛି, ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍ ସୁପରିବାହୀ। ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ।
The post ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ଆଗରେ, ଏହି ଜିଲାରେ ଯାଇଛି ସର୍ବାଧିକ ଜୀବନ appeared first on Dharitri Odia News.