ବଜ୍ରପାତରୁ ସୁରକ୍ଷା ଦେବ ତାଳଗଛ, ୨୫ ହଜାର ମଞ୍ଜି ରୋପଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): ରାଜ୍ୟରେ ଅନେକ ସମୟରେ ବଜ୍ରପାତ ଯୋଗୁ ଜନଜୀବନ କ୍ଷତି ହେଉଛି। ଚାଷୀ ହୁଅନ୍ତୁ ବା ଛାତ୍ରୀଛାତ୍ର କାଳବୈଶାଖୀ ସମୟରେ ବଜ୍ରପାତ ଶିକାର ହୋଇ ଅକାଳରେ ଜୀବନ ଚାଲିଯାଉଛି। ସେହିପରି ବନ୍ୟପ୍ରାଣୀ କିମ୍ବା ଗୃହପାଳିତ ପ୍ରାଣୀଙ୍କ ମଧ୍ୟ ସମଦଶା ଭୋଗିବାକୁ ପଡୁଛି। ତେଣୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ବର୍ଷ ଅଞ୍ଚଳରେ ତାଳ ମଞ୍ଜି ରୋପଣ କରି ଏଭଳି ବିପଦରୁ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ ଆରମ୍ଭ କରିଛି। ତାଳଗଛ ସୃଷ୍ଟି […] The post ବଜ୍ରପାତରୁ ସୁରକ୍ଷା ଦେବ ତାଳଗଛ, ୨୫ ହଜାର ମଞ୍ଜି ରୋପଣ ଲକ୍ଷ୍ୟ appeared first on Dharitri Odia News.

ବଜ୍ରପାତରୁ ସୁରକ୍ଷା ଦେବ ତାଳଗଛ, ୨୫ ହଜାର ମଞ୍ଜି ରୋପଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): ରାଜ୍ୟରେ ଅନେକ ସମୟରେ ବଜ୍ରପାତ ଯୋଗୁ ଜନଜୀବନ କ୍ଷତି ହେଉଛି। ଚାଷୀ ହୁଅନ୍ତୁ ବା ଛାତ୍ରୀଛାତ୍ର କାଳବୈଶାଖୀ ସମୟରେ ବଜ୍ରପାତ ଶିକାର ହୋଇ ଅକାଳରେ ଜୀବନ ଚାଲିଯାଉଛି। ସେହିପରି ବନ୍ୟପ୍ରାଣୀ କିମ୍ବା ଗୃହପାଳିତ ପ୍ରାଣୀଙ୍କ ମଧ୍ୟ ସମଦଶା ଭୋଗିବାକୁ ପଡୁଛି। ତେଣୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ବର୍ଷ ଅଞ୍ଚଳରେ ତାଳ ମଞ୍ଜି ରୋପଣ କରି ଏଭଳି ବିପଦରୁ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ ଆରମ୍ଭ କରିଛି। ତାଳଗଛ ସୃଷ୍ଟି ହେଲେ ବଜ୍ରପାତରେ କ୍ଷୟକ୍ଷତିକୁ ରୋକିବାରେ ସହାୟତା କରିବ। ଏଥିସହ ତାଳକୁ ଜଙ୍ଗଲୀ ହାତୀଙ୍କ ପ୍ରିୟ ଖାଦ୍ୟ ହୋଇଥିବାରୁ ସେମାନଙ୍କ ଖାଦ୍ୟଭାବ ଯୋଗୁ ଯେଉଁ ଗାଁମୁହାଁ ହେଉଛନ୍ତି ତାହା ହ୍ରାସ ପାଇବ ଏବଂ ଜଙ୍ଗଲୀ ହାତୀଙ୍କୁ ସୁସ୍ବାଦ ଖାଦ୍ୟ ମିଳିପାରିବ ବୋଲି ବନ ବିଭାଗ ଏବେ ଏହି ମଞ୍ଜି ନିଜ ସରଂକ୍ଷିତ ଜଙ୍ଗଲରେ ମଞ୍ଜି ଲଗାଇବା କାର୍ଯ୍ୟ ଜୋରଦାର କରିଛି। କନ୍ଧମାଳ ଜିଲା ବାଲିଗୁଡ଼ା ବନ ଉପଖଣ୍ଡ ସିମନବାଡ଼ି ଏବଂ ବ୍ରାହ୍ମଣୀଗାଁ ବନାଞ୍ଚଳରେ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ କରାଯାଉଛି। ଦାରିଙ୍ଗବାଡ଼ି ବନାଞ୍ଚଳରେ ପ୍ରାୟ ୧୫ ହଜାର ୬ ଶହ ମଞ୍ଜି ଲଗାଯାଉଥିବା ବେଳେ ବ୍ରାହ୍ମଣୀଗାଁ ବନାଞ୍ଚଳରେ ପ୍ରାୟ ୮ ହଜାର ୫ ଶହ ମଞ୍ଜି ଲଗାଯାଉଥିବା ବାଲିଗୁଡ଼ା ବନଖଣ୍ଡ ଏସ୍‌ସିଏଫ୍‌ ସତୀଶ କୁମାର ଧାରୁଆ କହିଛନ୍ତି, ତାଙ୍କ ନେତୃତ୍ୱରେ ଉକ୍ତ ବନାଞ୍ଚଳରେ ବନପାଳ ରବିମୋହନ ନାୟକ, ବନରକ୍ଷୀ ସ୍ବପ୍ନାରାଣୀ ପାତ୍ର ଏହି ମଞ୍ଜି ଲଗାଇବା କାର୍ଯ୍ୟ କରାଉଥିବା ବେଳେ ବ୍ରାହ୍ମଣୀଗାଁରେ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ଏହି ମଞ୍ଜି ଲଗାଇବା କାର୍ଯ୍ୟ ଜୋର୍‌ଦାର କରାଯାଉଛି।

The post ବଜ୍ରପାତରୁ ସୁରକ୍ଷା ଦେବ ତାଳଗଛ, ୨୫ ହଜାର ମଞ୍ଜି ରୋପଣ ଲକ୍ଷ୍ୟ appeared first on Dharitri Odia News.