ବଡ଼ ଅପଡେଟ୍: ଗିରଫ ହେଲେ ପିସିସି ସଭାପତି ଭକ୍ତ ଦାସ
ଭୁବନେଶ୍ୱର,୨୭।୩: ପିସିସି ସଭାପତି ଭକ୍ତ ଦାସଙ୍କୁ ଗିରଫ କଲା ପୋଲିସ। ତୁଙ୍ଗ କଂଗ୍ରେସ ନେତାଙ୍କୁ ଗିରଫଦାରି ଆରମ୍ଭ କରିଛି ପୋଲିସ। ପିସିସି ସଭାପତି ଭକ୍ତ ଦାସଙ୍କୁ ଉଠାଇ ନେଇଛି ପୋଲିସ। ସେହିପରି ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ମହମ୍ମଦ ମୋକିମ ଓ ଅନ୍ୟମାନଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ। ଗିରଫଦାରୀକୁ ନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଗିରଫଦାରୀକୁ ଆମର ଭୟ ନାହିଁ । ଲୋୟର ପିଏମଜିରେ ମୁହାଁମୁହିଁ […] The post ବଡ଼ ଅପଡେଟ୍: ଗିରଫ ହେଲେ ପିସିସି ସଭାପତି ଭକ୍ତ ଦାସ appeared first on Dharitri Odia News.
ଭୁବନେଶ୍ୱର,୨୭।୩: ପିସିସି ସଭାପତି ଭକ୍ତ ଦାସଙ୍କୁ ଗିରଫ କଲା ପୋଲିସ। ତୁଙ୍ଗ କଂଗ୍ରେସ ନେତାଙ୍କୁ ଗିରଫଦାରି ଆରମ୍ଭ କରିଛି ପୋଲିସ। ପିସିସି ସଭାପତି ଭକ୍ତ ଦାସଙ୍କୁ ଉଠାଇ ନେଇଛି ପୋଲିସ। ସେହିପରି ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ମହମ୍ମଦ ମୋକିମ ଓ ଅନ୍ୟମାନଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ। ଗିରଫଦାରୀକୁ ନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଗିରଫଦାରୀକୁ ଆମର ଭୟ ନାହିଁ ।
ଲୋୟର ପିଏମଜିରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-କଂଗ୍ରେସ। ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ କର୍ମୀ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।
ଏହାରି ଭିତରେ ବଡ଼ ଖବର ଆସିଛି। ତାରାଙ୍କୁ ଗିରଫ କରିଛି ପୋଲିସ। କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ଉଠାଇନେଇଛି ପୋଲିସ। କଂଗ୍ରେସ କର୍ମୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ବ୍ୟାରିକେଡ ଭାଙ୍ଗିବା ବେଳେ ଲାଠିଚାର୍ଜ ହୋଇଛି। ଲାଠିଚାର୍ଜବେଳେ ଚେୟାର ଫୋପାଡ଼ିଛନ୍ତି କଂଗ୍ରେସ କର୍ମୀ। ପୋଲିସ ଉପରକୁ ଟେକାପଥର ଓ ଟମାଟୋ ମାଡ଼ କରିଛି କଂଗ୍ରେସ। ପୋଲିସର ଶେଷ B ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ ଚେଷ୍ଟା କରିଛି। ଯାହାଦ୍ୱାରା ବିଧାନସଭା ଘେରାଉ କରିପାରିବ।
The post ବଡ଼ ଅପଡେଟ୍: ଗିରଫ ହେଲେ ପିସିସି ସଭାପତି ଭକ୍ତ ଦାସ appeared first on Dharitri Odia News.