୪ ବର୍ଷ ହେଲା ସରୁନି କାମ, ଖାଲଖମାରେ ପୂରିଛି ରାସ୍ତା, ଯନ୍ତ୍ରୀଙ୍କୁ ପଚାରିଲେ…

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ରାସ୍ତା ସମ୍ପ୍ରସାରଣର ଆରମ୍ଭର ଇତି ମଧ୍ୟରେ ୪ ବର୍ଷ ବିତିଲାଣି ତଥାପି ରାସ୍ତା କାର୍ଯ୍ୟ ଶେଷ ହେଉନି। ଚୁକ୍ତି ଅନୁସାରେ ୨୦୨୩ରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ନାଁ ଧରୁନି। ଫଳରେ ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ଦିନକୁ ଦିନ ମୁଣ୍ଡ ଟେକୁଛି ଗାଡ଼ି ମୋଟର ଚଳାଚଳରେ ବହୁତ ସମସ୍ୟା ଦେଖାଯାଉଛି। ବର୍ଷା କାରଣରୁ ରାସ୍ତାର ଅବସ୍ଥା ଦ୍ବିଗୁଣିତ […] The post ୪ ବର୍ଷ ହେଲା ସରୁନି କାମ, ଖାଲଖମାରେ ପୂରିଛି ରାସ୍ତା, ଯନ୍ତ୍ରୀଙ୍କୁ ପଚାରିଲେ… appeared first on Dharitri Odia News.

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ରାସ୍ତା ସମ୍ପ୍ରସାରଣର ଆରମ୍ଭର ଇତି ମଧ୍ୟରେ ୪ ବର୍ଷ ବିତିଲାଣି ତଥାପି ରାସ୍ତା କାର୍ଯ୍ୟ ଶେଷ ହେଉନି। ଚୁକ୍ତି ଅନୁସାରେ ୨୦୨୩ରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ନାଁ ଧରୁନି। ଫଳରେ ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ଦିନକୁ ଦିନ ମୁଣ୍ଡ ଟେକୁଛି ଗାଡ଼ି ମୋଟର ଚଳାଚଳରେ ବହୁତ ସମସ୍ୟା ଦେଖାଯାଉଛି। ବର୍ଷା କାରଣରୁ ରାସ୍ତାର ଅବସ୍ଥା ଦ୍ବିଗୁଣିତ ଶୋଚନୀୟ ହୋଇପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ସିକକେତା ରାସ୍ତା କାର୍ଯ୍ୟରେ।

ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ସିମନବାଡ଼ିଠାରୁ ରାଇକିଆ ମୋଟ୍‌ ୨୫ କିମି ରହିଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଅଧୀନରେ ୧୫ କିମି ରାସ୍ତା ସିମନବାଡ଼ିଠାରୁ ବାଡ଼ାବାଙ୍ଗା ପଞ୍ଚାୟତର ସିକକେତା ପର୍ଯ୍ୟନ୍ତ ରହିଛି। ଉକ୍ତ ରାସ୍ତାକୁ ସମ୍ପ୍ରସାରଣ ପାଇଁ ସରକାର ମୋଟ୍‌ ୨୦ କୋଟି ୩୬ ଲକ୍ଷ ୩୮ ହାଜର ୯୯୮ ଅର୍ଥ ଅନୁଦାନ ଦେଇଛନ୍ତି। କିନ୍ତୁ ଉକ୍ତ ରାସ୍ତାରୁ ମାତ୍ର ୨ କିମି ପାଖାପାଖି ପିଚୁ ପଡ଼ିଥିବା ବେଳେ ଆହୁରି ୧୩ କିମି କାମ ଆରମ୍ଭ ପୂର୍ବରୁ ଯେଉଁ ଅବସ୍ଥା ରହିଥିଲା। ତା’ଠାରୁ ଅଧିକ ବିପର୍ଯ୍ୟୟ ହୋଇପଡ଼ିଛି। ଫଳରେ ଲୋକଙ୍କ ପାଇଁ ଉକ୍ତ ରାସ୍ତାରେ ଯାତାୟାତ ସମସ୍ୟା ଦେଖାଦେଉଛି। କୌଣସି ଜରୁରୀ କାର୍ଯ୍ୟ ନଥିଲେ ଉକ୍ତ ରାସ୍ତାରେ କେହି ଯାତାୟାତ କରୁନାହାନ୍ତି।
ସୂଚନାଯୋଗ୍ୟ ଯେ, ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଗତ ୨୯ ଜୁନ୍‌ ୨୦୨୨ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟଶେଷ ଦିନ ୨୯ ସେପ୍ଟେମ୍ବର ୨୦୨୩ ରହିଥିଲା କିନ୍ତୁ କାର୍ଯ୍ୟ ସରିବାର ସମୟସୀମା ୨ ବର୍ଷ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସଙ୍କୁ ପଚାରିବାରୁ ବର୍ଷା ଯୋଗୁ ଏବେ କାର୍ଯ୍ୟ ବନ୍ଦ ରହିଛି। ବର୍ଷା ଛାଡ଼ିଲେ ପୁଣି ମେଟାଲିଂ ଓ ପିଚୁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

The post ୪ ବର୍ଷ ହେଲା ସରୁନି କାମ, ଖାଲଖମାରେ ପୂରିଛି ରାସ୍ତା, ଯନ୍ତ୍ରୀଙ୍କୁ ପଚାରିଲେ… appeared first on Dharitri Odia News.