ବଡ଼ ଠାକୁର ତଳେ ପଡିଗଲେ ରାଜ୍ୟ ପାଇଁ ହେବ ବିପଦ, ଭାଇରାଲ ହେଉଛି ମାଳିକାର ପଂକ୍ତି

ଭୁବନେଶ୍ୱର,୧୦।୭: ଆଡପ ପହଣ୍ଡିବେଳେ ରଥରୁ ଖସ ପଡିଲେ ବଡ଼ ଠାକୁର ବଳଭଦ୍ର। ତେବେ ଗତକାଲି ପହଣ୍ଡିବେଳେ ବଡ଼ ଭାଇ ବଳିଆ ଚାରମାଳାରେ ପଡିଯାଇଥିଲେ। ଯାହାପରେ ବହୁ କଷ୍ଟରେ ତାଙ୍କୁ ଉଠାଇଥିଲେ ସେବାୟତ। ଆଡପ ମଣ୍ଡପ ବିଜେବେଳେ ଦେଖିବାକୁ ମିଳିଥିଲା ଏପରି ବଡ଼ ବିଭ୍ରାଟ। ଏପରି ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାଭିତରେ ସୋସିଆଲ ମଡିଆରେ ଏକ ଲେଖା ଭାଇରାଲ ହେଉଛି। ଯାହାକୁ ମାଳିକାର ଏକ ପୃଷ୍ଠା ବୋଲି ସୋସିଆଲ ମିଡିଆରେ କୁହାଯାଉଛି। ବିଭ୍ରାଟ […] The post ବଡ଼ ଠାକୁର ତଳେ ପଡିଗଲେ ରାଜ୍ୟ ପାଇଁ ହେବ ବିପଦ, ଭାଇରାଲ ହେଉଛି ମାଳିକାର ପଂକ୍ତି appeared first on Dharitri Odia News.

ବଡ଼ ଠାକୁର ତଳେ ପଡିଗଲେ ରାଜ୍ୟ ପାଇଁ ହେବ ବିପଦ, ଭାଇରାଲ ହେଉଛି ମାଳିକାର ପଂକ୍ତି

ଭୁବନେଶ୍ୱର,୧୦।୭: ଆଡପ ପହଣ୍ଡିବେଳେ ରଥରୁ ଖସ ପଡିଲେ ବଡ଼ ଠାକୁର ବଳଭଦ୍ର। ତେବେ ଗତକାଲି ପହଣ୍ଡିବେଳେ ବଡ଼ ଭାଇ ବଳିଆ ଚାରମାଳାରେ ପଡିଯାଇଥିଲେ। ଯାହାପରେ ବହୁ କଷ୍ଟରେ ତାଙ୍କୁ ଉଠାଇଥିଲେ ସେବାୟତ। ଆଡପ ମଣ୍ଡପ ବିଜେବେଳେ ଦେଖିବାକୁ ମିଳିଥିଲା ଏପରି ବଡ଼ ବିଭ୍ରାଟ। ଏପରି ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାଭିତରେ ସୋସିଆଲ ମଡିଆରେ ଏକ ଲେଖା ଭାଇରାଲ ହେଉଛି। ଯାହାକୁ ମାଳିକାର ଏକ ପୃଷ୍ଠା ବୋଲି ସୋସିଆଲ ମିଡିଆରେ କୁହାଯାଉଛି। ବିଭ୍ରାଟ ଘଟିବା ପରଠାରୁ ଏହି ଲେଖା ବହୁଳ ମାତ୍ରାରେ ଭାଇରାଲ ହେଉଛି। ଏଥିରେ ସଂସ୍କୃତ ସହ ଓଡ଼ିଆ ମଧ୍ୟ ଲେଖା ମଧ୍ୟ ରହିଛି। ଏଥିରେ ଲେଖାଅଛି ଯେ, ‘ଅସାବଧାନତା ଯୋଗୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡି ଯାଆନ୍ତି ତେବେ ରାଜାଙ୍କର ଓ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ। ମହାମାରୀ ବାରମ୍ବାର ହେବ’। ଏପରି ଲେଖା ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ସୂଚନାଥାଉ କି, ଗତକାଲି ଆଡପ ପହଣ୍ଡିରେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସି ପଡିଛନ୍ତି ମହାପ୍ରଭୁ ବଳଭଦ୍ର । ଠାକୁର କିଛିବାଟ ଆସିବା ପରେ ତଳକୁ ଖସି ପଡିଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ଏହା ସମ୍ଭବ ହୋଇ ନ ଥିଲା। ସୁଦର୍ଶନଙ୍କର ପହଣ୍ଡିି ବିଜେ ପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ହେବାକୁ ଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ରଥ ଉପରୁ ସେବାୟତଙ୍କ ଗୋଡ ଖସିବାରୁ ଏପରି ଅଘଟଣ ଘଟିଛି । ବଡ଼ ଠାକୁର ତଳକୁ ଖସିବାରୁ ତଳେ ଚାପି ହୋଇ ୧୦ରୁ ଉର୍ଦ୍ଧ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

The post ବଡ଼ ଠାକୁର ତଳେ ପଡିଗଲେ ରାଜ୍ୟ ପାଇଁ ହେବ ବିପଦ, ଭାଇରାଲ ହେଉଛି ମାଳିକାର ପଂକ୍ତି appeared first on Dharitri Odia News.