ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ। ୨୫ ବର୍ଷିୟା ଏହି ମହିଳା ରାଜସ୍ଥାନର ସବୁଠାରୁ କମ୍‌ ବୟସର ଏମ୍‌ପି ହୋଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ କମ୍‌ ବୟସର ୪ ଜଣ ନିର୍ବାଚିତ ଏମ୍‌ପିଙ୍କ ମଧ୍ୟରେ ସେ ରହିଛନ୍ତି। ସଞ୍ଜନା ଭରତପୁର ଲୋକସଭା ଆସନରୁ ୫୯ ବର୍ଷିୟ ଭାଜପା ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ଏମ୍‌ପି ରାମ […] The post ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି appeared first on Dharitri Odia News.

ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ। ୨୫ ବର୍ଷିୟା ଏହି ମହିଳା ରାଜସ୍ଥାନର ସବୁଠାରୁ କମ୍‌ ବୟସର ଏମ୍‌ପି ହୋଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ କମ୍‌ ବୟସର ୪ ଜଣ ନିର୍ବାଚିତ ଏମ୍‌ପିଙ୍କ ମଧ୍ୟରେ ସେ ରହିଛନ୍ତି। ସଞ୍ଜନା ଭରତପୁର ଲୋକସଭା ଆସନରୁ ୫୯ ବର୍ଷିୟ ଭାଜପା ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ଏମ୍‌ପି ରାମ ସ଼୍ବରୂପ କୋଲିଙ୍କୁ ୫୨ ହଜାର ଭୋଟରେ ପରାସ୍ତ କରିଛନ୍ତି।

ନିର୍ବାଚନ ଫଳାଫଳ ଆସିବା ପରେ ସଞ୍ଜନା ଏହାକୁ ଜନତାଙ୍କ ଜିତ୍‌ ବୋଲି କହିଛନ୍ତି। ଏଥିପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଅଶୋକ ଗେହଲଟ୍‌ ଏବଂ ସଚିନ୍‌ ପାଇଲଟ୍‌ଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ଲୋକଙ୍କ ଆଶା ଅନୁସାରେ କାର୍ଯ୍ୟ କରିବା ସହିତ ସେ ଲୋକଙ୍କ ସମସ୍ୟା ଦୂର କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ।  ଏହି ଆସନରେ ଲଢ଼ିବାକୁ ସୁଯୋଗ ଦେଇଥିବାରୁ ସେ କଂଗ୍ରେସ ଏବଂ ଜିତାଇଥିବାରୁ ଭରତପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।ଏହା ପୂର୍ବରୁ ବିଧାନସଭା ନିର୍ବାଚନରେ ପ୍ରତିଦ଼୍ବନ୍ଦିତା କରି ସେ ଭାଜପା ପ୍ରାର୍ଥୀଙ୍କ ଠାରୁ ୪୦୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।

ତେବେ ବିଶେଷ କଥା ହେଉଛି କି ସଞ୍ଜନାଙ୍କ ସ଼୍ବାମୀ ଜଣେ ପୋଲିସ କନଷ୍ଟେବଳ । ସଞ୍ଜନାଙ୍କର ଦୁଇଟି ଛୋଟ ଛୋଟ ଶିଶୁ ମଧ୍ୟ ରହିଛନ୍ତି। ସେ ୨୦୧୯ରେ ମହାରାଜା ସୁରଜମଲ ବୃଜ ବିଶ଼୍ବ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।  ଏମ୍‌ପି

The post ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି appeared first on Dharitri Odia News.