ବଡ଼ ଭୁଲ କରିଦେଲେ ୟୁକ୍ରେନ ରାଷ୍ଟ୍ରପତି: ପୁଟିନ ଦେବେ ପାନେ

କିଭ୍‌,୨।୬: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ରୁଷିଆ ଉପରେ ଆକ୍ରମଣ କରି ଏକ ବଡ଼ ଭୁଲ କରିଦେଇଛନ୍ତି। ୟୁକ୍ରେନ ରୁଷିଆ ଭିତରେ ପ୍ରାୟ ୪ ହଜାର କିଲୋମିଟର ଭିତରେ ଡ୍ରୋନ ଆକ୍ରମଣ କରିଥିଏେ। ଏହାଦ୍ୱାରା ରୁଷର ଏୟାରବେସକୁ ବଡ଼ କ୍ଷତି ପହଞ୍ଚାଇଥିଲା ଏବଂ ପ୍ରାୟ ୪୦ଟି ଯୁଦ୍ଧ ବିମାନ ଧ୍ୱଂସ କରିଦେଇଥିଲା। ଏହି ଆକ୍ରମଣ ଏତେ ବଡ଼ ଥିଲା ଯେ ଏହାକୁ ଆଧୁନିକ ରୁଷିଆ ପାଇଁ ସବୁଠାରୁ ବଡ଼ କ୍ଷତି ଭାବରେ ଦେଖାଯାଉଛି। ଏହି ଆକ୍ରମଣର ପ୍ରତିଶୋଧ […] The post ବଡ଼ ଭୁଲ କରିଦେଲେ ୟୁକ୍ରେନ ରାଷ୍ଟ୍ରପତି: ପୁଟିନ ଦେବେ ପାନେ appeared first on Dharitri Odia News.

ବଡ଼ ଭୁଲ କରିଦେଲେ ୟୁକ୍ରେନ ରାଷ୍ଟ୍ରପତି: ପୁଟିନ ଦେବେ ପାନେ

କିଭ୍‌,୨।୬: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ରୁଷିଆ ଉପରେ ଆକ୍ରମଣ କରି ଏକ ବଡ଼ ଭୁଲ କରିଦେଇଛନ୍ତି। ୟୁକ୍ରେନ ରୁଷିଆ ଭିତରେ ପ୍ରାୟ ୪ ହଜାର କିଲୋମିଟର ଭିତରେ ଡ୍ରୋନ ଆକ୍ରମଣ କରିଥିଏେ। ଏହାଦ୍ୱାରା ରୁଷର ଏୟାରବେସକୁ ବଡ଼ କ୍ଷତି ପହଞ୍ଚାଇଥିଲା ଏବଂ ପ୍ରାୟ ୪୦ଟି ଯୁଦ୍ଧ ବିମାନ ଧ୍ୱଂସ କରିଦେଇଥିଲା। ଏହି ଆକ୍ରମଣ ଏତେ ବଡ଼ ଥିଲା ଯେ ଏହାକୁ ଆଧୁନିକ ରୁଷିଆ ପାଇଁ ସବୁଠାରୁ ବଡ଼ କ୍ଷତି ଭାବରେ ଦେଖାଯାଉଛି।

ଏହି ଆକ୍ରମଣର ପ୍ରତିଶୋଧ ରୁଷିଆ ବିପଜ୍ଜନକ ଭାବେ ଦେବାର ସମ୍ଭାବନା ଅଛି। ଆମେରିକାର ରାଷ୍ଟ୍ରପତିଙ୍କୁ ମଧ୍ୟ ଜେଲେନସ୍କିଙ୍କ ଏହି ପଦକ୍ଷେପରେ ଖୁସି ନାହାନ୍ତି। କାରଣ ଏହି ଆକ୍ରମଣ କରିବା ପୂର୍ବରୁ ଟ୍ରମ୍ପଙ୍କୁ ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ଜେଲେନସ୍କି ଏହି ଆକ୍ରମଣ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଣିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ, ୟୁକ୍ରେନର ଏହି ପଦକ୍ଷେପ ପୁଣି ଥରେ ଯୁଦ୍ଧବିରତି ପ୍ରୟାସକୁ ନଷ୍ଟ କରିଦେଇଛି। ଗତ ତିନି ବର୍ଷ ମଧ୍ୟରେ ଆମେରିକା ୟୁକ୍ରେନକୁ ବହୁତ ଆର୍ଥିକ ଏବଂ ସାମରିକ ସାହାଯ୍ୟ ଦେଇଛି, କେବଳ ଆମେରିକୀୟ ସାହାଯ୍ୟ ଯୋଗୁ ୟୁକ୍ରେନ ଏହି ଯୁଦ୍ଧକୁ ଏତେ ଦିନ ଧରି ଟାଣି ପାରିଛି। ଯଦିଓ ଗତ କିଛି ମାସ ଧରି ୟୁରୋପୀୟ ଦେଶମାନେ ଏହାକୁ ସାହାଯ୍ୟ କରୁଛନ୍ତି, କିନ୍ତୁ ଆମେରିକାକୁ କ୍ରୋଧିତ କରିବା ୟୁକ୍ରେନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।

୧,୧୯୩ ଦିନ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ସୋମବାର ତୁର୍କୀର ଇସ୍ତାନବୁଲରେ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଚସ୍ତରୀୟ ଆଲୋଚନା ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ଉଭୟ ପକ୍ଷ ପୁଣି ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନୀୟ ସେନା ସାଇବେରିଆର ପୂର୍ବାଞ୍ଚଳରେ ଥିବା ରୁଷିଆର ଏକ ରଣନୈତିକ ଏୟାରବେସ୍‌କୁ ଟାର୍ଗେଟ କରି ଡ୍ରୋନ୍‌ ମାଡ଼ କରିଛି। ଏହି ଆକ୍ରମଣରେ ରୁଷିଆର ୪୦ରୁ ଊର୍ଦ୍ଧ୍ୱ ଏୟାରକ୍ରାଫ୍ଟରେ ନିଅଁା ଲାଗି ସେଗୁଡ଼ିକ ଧ୍ୱଂସ ହୋଇଯାଇଛି। ସେହିପରି ରୁଷିଆର ୨ଟି ବ୍ରିଜ୍‌କୁ ମଧ୍ୟ ୟୁକ୍ରେନ୍‌ ଉଡ଼ାଇଦେଇଛି। ଏଥିରେ ୨ଟି ଟ୍ରେନ ଲାଇନଚ୍ୟୁତ୍‌ ହେବା ସହ ଅନୂ୍ୟନ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୯ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ରୁଷୀୟ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନୀୟ ସେନାର ଏକ ତାଲିମ ଶିବିରରେ ୧୨ ସୈନ୍ୟ ନିହତ ହୋଇଛନ୍ତି। ଏଭଳି ସ୍ଥିତିରେ ପ୍ରସ୍ତାବିତ ଶାନ୍ତି ଆଲୋଚନା ଏକପ୍ରକାର ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

The post ବଡ଼ ଭୁଲ କରିଦେଲେ ୟୁକ୍ରେନ ରାଷ୍ଟ୍ରପତି: ପୁଟିନ ଦେବେ ପାନେ appeared first on Dharitri Odia News.