ବଡ଼ଦିନରେ ମଦ ବିକ୍ରି ବନ୍ଦ କରାଯାଉ
ଜୟପୁର,୧୭ା୧୨(ପବନ ପାଣିଗ୍ରାହୀ): ଜୟପୁର ପୌରାଞ୍ଚଳର ୫ ନମ୍ବର ଓ୍ବାର୍ଡର କାଉନ୍ସିଲର ବିଭିନ୍ନ ଦାବି ନେଇ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଆକାବରମ୍ ଶସ୍ୟା ରେଡ୍ଡୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କାଉନସିଲର ପ୍ରଣବ କିଶୋର ନାୟକଙ୍କ ସହ ସମର୍ଥକମାନେ ଉପସ୍ଥିତ ଥିଲେ। ଡିସେମ୍ବର ୨୫ ବଡଦିନରେ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବା, ନୂତନ ବସ୍ଷ୍ଟାଣ୍ଡରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦେବା ନେଇ ଦାବିପତ୍ର ଉଲ୍ଲେଖ କରାଯାଇଛି। ବଡଦିନରେ ଯୁବ ଗୋଷ୍ଠୀମାନେ ମଦ୍ୟପାନ […] The post ବଡ଼ଦିନରେ ମଦ ବିକ୍ରି ବନ୍ଦ କରାଯାଉ appeared first on Dharitri Odia News.
ଜୟପୁର,୧୭ା୧୨(ପବନ ପାଣିଗ୍ରାହୀ): ଜୟପୁର ପୌରାଞ୍ଚଳର ୫ ନମ୍ବର ଓ୍ବାର୍ଡର କାଉନ୍ସିଲର ବିଭିନ୍ନ ଦାବି ନେଇ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଆକାବରମ୍ ଶସ୍ୟା ରେଡ୍ଡୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କାଉନସିଲର ପ୍ରଣବ କିଶୋର ନାୟକଙ୍କ ସହ ସମର୍ଥକମାନେ ଉପସ୍ଥିତ ଥିଲେ।
ଡିସେମ୍ବର ୨୫ ବଡଦିନରେ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବା, ନୂତନ ବସ୍ଷ୍ଟାଣ୍ଡରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦେବା ନେଇ ଦାବିପତ୍ର ଉଲ୍ଲେଖ କରାଯାଇଛି। ବଡଦିନରେ ଯୁବ ଗୋଷ୍ଠୀମାନେ ମଦ୍ୟପାନ କରି ବିଶୃଙ୍ଖଳା ସୃଷ୍ଟି କରିବା ସହ ଦ୍ରୁତ ଗତିରେ ଗାଡି ଚଳାଉଥିବା କାଉନ୍ସିଲର ନାୟକ ଅଭିଯୋଗ କରିଛନ୍ତି। ଏ ନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି।
The post ବଡ଼ଦିନରେ ମଦ ବିକ୍ରି ବନ୍ଦ କରାଯାଉ appeared first on Dharitri Odia News.