ବଢିଲା ବାବା ରାମଦେବଙ୍କ ଅଡୁଆ, ବିଜ୍ଞାପନ ଜାରି ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ବଢିଲା ବାବା ରାମଦେବଙ୍କ ଅଡୁଆ। ଯୋଗଗୁରୁ ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଆୟୁର୍ବେଦ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଜାରି ହୋଇଛି ଅଦାଲତ ଅବମାନନା ନୋଟିସ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡାକ୍ତରୀ ଉତ୍ପାଦଗୁଡିକର ବିଜ୍ଞାପନ ଜାରି ନକରିବାକୁ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ନିର୍ଦ୍ଦେଶ ଦେଇଛନ୍ତି। ଏଲୋପାଥିକ ଔଷଧ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପତଞ୍ଜଳି ଆୟୁର୍ବେଦ ଭ୍ରମାତ୍ମକ ବିଜ୍ଞାପନ […] The post ବଢିଲା ବାବା ରାମଦେବଙ୍କ ଅଡୁଆ, ବିଜ୍ଞାପନ ଜାରି ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ appeared first on KNews Odisha.

ବଢିଲା ବାବା ରାମଦେବଙ୍କ ଅଡୁଆ। ଯୋଗଗୁରୁ ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଆୟୁର୍ବେଦ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଜାରି ହୋଇଛି ଅଦାଲତ ଅବମାନନା ନୋଟିସ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡାକ୍ତରୀ ଉତ୍ପାଦଗୁଡିକର ବିଜ୍ଞାପନ ଜାରି ନକରିବାକୁ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଲୋପାଥିକ ଔଷଧ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପତଞ୍ଜଳି ଆୟୁର୍ବେଦ ଭ୍ରମାତ୍ମକ ବିଜ୍ଞାପନ ଦେଇ ସାରା ଦେଶକୁ ଭ୍ରମିତ କରୁଛି। ଏହା ଦୁର୍ଭାଗ୍ୟଜନକ। ସରକାର ଆଖି ବନ୍ଦ କରି କାହିଁକି ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ।
ଗତବର୍ଷ ନଭେମ୍ବର ମାସରେ ମଧ୍ୟ କୋଭିଡ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନ ପାଇଁ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ତାଗିଦ୍ କରିଥିଲେ। ଏହାସହିତ ସରକାରଙ୍କୁ ଏପରି ଭ୍ରମାତ୍ମକ ବିଜ୍ଞାପନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫ ତାରିଖରେ ହେବ।
The post ବଢିଲା ବାବା ରାମଦେବଙ୍କ ଅଡୁଆ, ବିଜ୍ଞାପନ ଜାରି ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ appeared first on KNews Odisha.