ବଢୁଛି ଷ୍ଟ୍ରୋକର ରିସ୍କ

ବିଶ୍ୱ ଷ୍ଟ୍ରୋକ୍‌ ସଙ୍ଗଠନରୁ ନିକଟରେ ମିଳିଥିବା ସୂଚନା ଅନୁସାରେ ପ୍ରତିବର୍ଷ ଦୁନିଆରେ ଏକ କୋଟିରୁ ଅଧିକ ଲୋକଙ୍କୁ ପ୍ରଥମଥର ପାଇଁ ଷ୍ଟ୍ରୋକ ହୋଇଥାଏ । ସେହିଭଳି ପ୍ରତିବର୍ଷ ଏଥିରୁ ପାଖାପାଖି ୬୫ ଲକ୍ଷ ଲୋକଙ୍କର ଷ୍ଟ୍ରୋକରେ ମୃତୁ୍ୟ ହୋଇଥାଏ । ତେବେ ଷ୍ଟ୍ରୋକର ରିସ୍କ ସବୁବେଳେ ବୟସ ଅନୁସାରେ ବଢିଥାଏ । ତେବେ ୨୫ ବର୍ଷ ପରେ ପ୍ରତି ଚାରିଜଣରେ ଜଣଙ୍କୁ ଷ୍ଟ୍ରୋକ ହେବାର ଆଶଙ୍କା ରହିଥାଏ ବୋଲି ଜଣା ପଡିଛି । ସେହିଭଳି ନ୍ୟାସନାଲ ଲାଇବ୍ରେରୀ […]

ବଢୁଛି ଷ୍ଟ୍ରୋକର ରିସ୍କ
ବଢୁଛି ଷ୍ଟ୍ରୋକର ରିସ୍କ

ବିଶ୍ୱ ଷ୍ଟ୍ରୋକ୍‌ ସଙ୍ଗଠନରୁ ନିକଟରେ ମିଳିଥିବା ସୂଚନା ଅନୁସାରେ ପ୍ରତିବର୍ଷ ଦୁନିଆରେ ଏକ କୋଟିରୁ ଅଧିକ ଲୋକଙ୍କୁ ପ୍ରଥମଥର ପାଇଁ ଷ୍ଟ୍ରୋକ ହୋଇଥାଏ । ସେହିଭଳି ପ୍ରତିବର୍ଷ ଏଥିରୁ ପାଖାପାଖି ୬୫ ଲକ୍ଷ ଲୋକଙ୍କର ଷ୍ଟ୍ରୋକରେ ମୃତୁ୍ୟ ହୋଇଥାଏ । ତେବେ ଷ୍ଟ୍ରୋକର ରିସ୍କ ସବୁବେଳେ ବୟସ ଅନୁସାରେ ବଢିଥାଏ । ତେବେ ୨୫ ବର୍ଷ ପରେ ପ୍ରତି ଚାରିଜଣରେ ଜଣଙ୍କୁ ଷ୍ଟ୍ରୋକ ହେବାର ଆଶଙ୍କା ରହିଥାଏ ବୋଲି ଜଣା ପଡିଛି । ସେହିଭଳି ନ୍ୟାସନାଲ ଲାଇବ୍ରେରୀ ଅଫି ମେଡିସିନ୍‌ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ କୋରୋନାରୀ ହାର୍ଟ ସମସ୍ୟା ପରେ ଷ୍ଟ୍ରୋକ ହେଉଛି ସବୁଠାରୁ ଅଧିକ ମୃତୁ୍ୟର କାରଣ । ଦେଶରେ ପ୍ରତି ଚାରି ମିନିଟ୍‌ରେ ଗୋଟିଏ ଷ୍ଟ୍ରୋକ ଜନିତ ମୃତୁ୍ୟ ହୋଇଥାଏ ବୋଲି ଏହି ରିପୋର୍ଟରେ ପ୍ରକାଶିତ । ସେହିଭଳି ସୂଚନା ଅନୁସାରେ ପ୍ରତିବର୍ଷ ପାଖାପାଖି ଏକ ଲକ୍ଷରୁ ଅଧିକ ଷ୍ଟ୍ରୋକ ଘଟଣା ସାମନାକୁ ଆସୁଛି । ତେବେ ଏହାକୁ କମାଇବାର ଏକ ଉପାୟ ଷ୍ଟ୍ରୋକ ବିଷୟରେ ଭଲରେ ଜାଣିବା । କେବଳ ସଚେତନତା ହିଁ ଅନେକ ଷ୍ଟ୍ରୋକ ରୋଗୀଙ୍କୁ ମୃତୁ୍ୟରୁ ବଞ୍ଚାଇ ପାରିବ । ବିଶେଷଭାବେ ବ୍ରେନ୍‌ ଓ ହାର୍ଟ ଷ୍ଟ୍ରୋକ୍‌ କ୍ଷତିକାରକ ହୋଇଥାଏ । ସେହିଭଳି ଷ୍ଟ୍ରୋକ ହେଲେ ଜଣେ ରୋଗୀଙ୍କର ମୁହଁରୁ ଲକ୍ଷଣ ଜଣା ପଡିଥାଏ । ଧୀରେଧୀରେ କୌଣସି ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଥାଏ, ଅତ୍ୟଧୀକ ଝାଳ ବାହାରିଥାଏ । ଏଥିରୁ ଷ୍ଟ୍ରୋକର ଆଶଙ୍କା ବଢିଥାଏ । ତେବେ ଏହି ସବୁ ଲକ୍ଷଣ ସମ୍ବନ୍ଧରେ ଡାକ୍ତରଙ୍କ ସହିତ ପରାମର୍ଶରେ ବୁଝି ନିଅନ୍ତୁ, କାରଣ ଏହା ଆମର ଦୈନନ୍ଦିନ ଜୀବନରେ ବିଶେଷ ଦରକାର ହୋଇଥାଏ ।