ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ
ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ପାଟପୁର ପଞ୍ଚାୟତ ରାମକୃଷ୍ଣ ନଗର କବିରାଜ ମହାନ୍ତିଙ୍କ ପୁଅ ସଞ୍ଜୟ ମହାନ୍ତି(୨୬)। ଏ ନେଇ ପାଟପୁର ଥାନାରେ ସଞ୍ଜୟଙ୍କ ବାପା କବିରାଜ ମହାନ୍ତି ଏତଲା ଦେଇଛନ୍ତି। ପାଟପୁର ପୋଲିସ ଅପମୃତ୍ୟୁ ମାମଲା ନଂ.୯/୨୫ ଅନୁଯାୟୀ ଘଟଣାର ତଦନ୍ତ ଚଳାଇଥିବା ବେଳେ ମୃତଦେହ […] The post ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ appeared first on Dharitri Odia News.
ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ପାଟପୁର ପଞ୍ଚାୟତ ରାମକୃଷ୍ଣ ନଗର କବିରାଜ ମହାନ୍ତିଙ୍କ ପୁଅ ସଞ୍ଜୟ ମହାନ୍ତି(୨୬)। ଏ ନେଇ ପାଟପୁର ଥାନାରେ ସଞ୍ଜୟଙ୍କ ବାପା କବିରାଜ ମହାନ୍ତି ଏତଲା ଦେଇଛନ୍ତି। ପାଟପୁର ପୋଲିସ ଅପମୃତ୍ୟୁ ମାମଲା ନଂ.୯/୨୫ ଅନୁଯାୟୀ ଘଟଣାର ତଦନ୍ତ ଚଳାଇଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ପାରିବାରିକ ଅଶାନ୍ତିରୁ ସଞ୍ଜୟ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସଞ୍ଜୟଙ୍କ ସାନଭାଇ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବେଳେ ସେଠାରେ ୩ ସନ୍ତାନର ମା’ଙ୍କୁ ଭଲପାଇ ଗାଁ କୁ ଆଣିଥିଲେ । ଘରେ ବାରଣ କରିବାରୁ ସେ ସାହାସପୁର ପଞ୍ଚାୟତ ହାଟପଦା ଗ୍ରାମର ଏକ ଭଡ଼ା ଘରେ ରହୁଥିଲେ। ଅନ୍ୟପକ୍ଷରେ ସଞ୍ଜୟ ଭଲ ପାଉଥିବା ଜଣେ ଯୁବତୀଙ୍କୁ ବାହାହେବା ପାଇଁ ବାପା ମା’ଙ୍କୁ କହିଥିଲେ । ପରିବାର ଲୋକେ ରାଜି ନ ହେବାରୁସେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ଶୁଣାଇଥିଲେ। ସାନ ଭାଇ ସ୍ତ୍ରୀଙ୍କୁ ନେଇ ବାହାର ରାଜ୍ୟକୁ ଗଲା ବେଳେ ବଡ଼ ଭାଇ ସଞ୍ଜୟଙ୍କୁ ଭଡ଼ା ଘରର ଚାବିକାଠି ଦେଇଥିଲେ । ଗତ ପ୍ରାୟ ୩ ଦିନ ହେବ ସଞ୍ଜୟ ନିଖୋଜ ଥିଲେ। ଏନେଇ ସଞ୍ଜୟଙ୍କ ବାପା କବିରାଜ ପୁଅର ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପାଟପୁର ପୋଲିସ ସଞ୍ଜୟଙ୍କ ମୋବାଇଲ ଟ୍ରାକିଂ କରିଥିଲେ। ସାହାସପୁର ହାଟପଦାର ଏକ ବନ୍ଦଘର ଲୋକେଶନ ଦେଖାଇଥିଲେ। ପୋଲିସ ସେଠାରେ ପହଞ୍ଚି ଭିତରୁ ବନ୍ଦ ଥିବା ଘରୁ ସଞ୍ଜୟଙ୍କ ମୃତଦେହ ଜବତ କରିଥିଲେ। ପାରିପାର୍ଶ୍ୱିକ ସ୍ଥିତିିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।
The post ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ appeared first on Dharitri Odia News.