ବନ୍ଧୁ ଘରେ ମହାନଦୀରେ ବୁଡି ଯୁବକ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

ବାଙ୍କୀ ୪।୪: ବନ୍ଧୁ ଘରକୁ ଆସି ମହାନଦୀରେ ଗାଧୋଇବା ପଡିଲା ମହଙ୍ଗା । ମହାନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବୁଡି ନିଖୋଜ ହୋଇଛନ୍ତି । ବାଙ୍କୀ ସହଙ୍ଗା ଗୋପାଳପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ନିଖୋଜ ଯୁବକଙ୍କ ନାଁ ରାକା ବୋଲି ଜଣାପଡିଛି l ତାଙ୍କ ବୟସ ୨୩ ବର୍ଷ । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଅଞ୍ଚଳରୁ ଖଣ୍ଡାହାତl ଗ୍ରାମ ବନ୍ଧୁ ଘରକୁ ଆସିଥିଲେ ରାକା । ବନ୍ଧୁ ଘରକୁ ବାଙ୍କୀ ସହଙ୍ଗା ଗୋପାଳପୁର ଗ୍ରାମ ମହାନଦୀ ତୁଠରେ ଗାଧୋଇବାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ ରାକା ବୁଡିଯାଇଥିଲେ । ସାଥି ପିଲାମାନେ ଆସି ଗାଁରେ ଖବର ଦେଇଥିଲେ । ଗ୍ରାମଲୋକେ ଉଦ୍ଧାର ପାଇଁ ବୁଡ଼ିଯାଇଥିବା ସ୍ଥାନରେ ଡ଼ଙ୍ଗା ସାହାଯ୍ୟରେ ଖୋଜାଖୋଜି ଚଳାଇଛନ୍ତି lସେପଟେ ଡମପଡା ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମହାନଦୀରେ ଗାଧୋଉଥିବା ସ୍ଥାନରେ ଖୋଜାଖୋଜି ଚଳାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କ ଖୋଜ ଖବର ମିଳିପାରିନାହିଁ lYou Can Read :ଏକ ତରଫା ପ୍ରେମକୁ କେନ୍ଦ୍ରକରି ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ  

ବନ୍ଧୁ ଘରେ ମହାନଦୀରେ ବୁଡି ଯୁବକ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

ବାଙ୍କୀ ୪।୪: ବନ୍ଧୁ ଘରକୁ ଆସି ମହାନଦୀରେ ଗାଧୋଇବା ପଡିଲା ମହଙ୍ଗା । ମହାନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବୁଡି ନିଖୋଜ ହୋଇଛନ୍ତି । ବାଙ୍କୀ ସହଙ୍ଗା ଗୋପାଳପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ନିଖୋଜ ଯୁବକଙ୍କ ନାଁ ରାକା ବୋଲି ଜଣାପଡିଛି l ତାଙ୍କ ବୟସ ୨୩ ବର୍ଷ । 

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଅଞ୍ଚଳରୁ ଖଣ୍ଡାହାତl ଗ୍ରାମ ବନ୍ଧୁ ଘରକୁ ଆସିଥିଲେ ରାକା । ବନ୍ଧୁ ଘରକୁ ବାଙ୍କୀ ସହଙ୍ଗା ଗୋପାଳପୁର ଗ୍ରାମ ମହାନଦୀ ତୁଠରେ ଗାଧୋଇବାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ ରାକା ବୁଡିଯାଇଥିଲେ । ସାଥି ପିଲାମାନେ ଆସି ଗାଁରେ ଖବର ଦେଇଥିଲେ । ଗ୍ରାମଲୋକେ ଉଦ୍ଧାର ପାଇଁ ବୁଡ଼ିଯାଇଥିବା ସ୍ଥାନରେ ଡ଼ଙ୍ଗା ସାହାଯ୍ୟରେ ଖୋଜାଖୋଜି ଚଳାଇଛନ୍ତି l

ସେପଟେ ଡମପଡା ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମହାନଦୀରେ ଗାଧୋଉଥିବା ସ୍ଥାନରେ ଖୋଜାଖୋଜି ଚଳାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କ ଖୋଜ ଖବର ମିଳିପାରିନାହିଁ l

You Can Read :

ଏକ ତରଫା ପ୍ରେମକୁ କେନ୍ଦ୍ରକରି ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ