ବରଗଡ଼ରେ ନବର୍ନିମିତ ଥାନା କାର୍ଯ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ପରିସରରେ ନବ ନିର୍ମିତ ନୂତନ ଥାନା କାର୍ଯ୍ୟାଳୟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଥାନା କାର୍ଯ୍ୟାଳୟ ପରିସରରେ ବରଗଡ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସ୍ପି ପ୍ରହଲ୍ଲାଦ ସହାୟ ମିନା, ଅତିରିକ୍ତ ଏସ୍ପି ସୌରଭ ଓତା, ଏସ୍ଡିପିଓ […] The post ବରଗଡ଼ରେ ନବର୍ନିମିତ ଥାନା କାର୍ଯ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ପରିସରରେ ନବ ନିର୍ମିତ ନୂତନ ଥାନା କାର୍ଯ୍ୟାଳୟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଥାନା କାର୍ଯ୍ୟାଳୟ ପରିସରରେ ବରଗଡ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ବରଗଡ଼ ଏସ୍ପି ପ୍ରହଲ୍ଲାଦ ସହାୟ ମିନା, ଅତିରିକ୍ତ ଏସ୍ପି ସୌରଭ ଓତା, ଏସ୍ଡିପିଓ ପଦରାବିନ୍ଦ ତ୍ରିପାଠୀ, ବିଡିଓ ତ୍ରିପୁର ମହାନନ୍ଦ, ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଳିଙ୍ଗ,ଏଡିଏମ ମଧୁଛନ୍ଦା ସାହୁ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେଶ୍ୱର ଶତପଥୀ, ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଭେଡେନ ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
The post ବରଗଡ଼ରେ ନବର୍ନିମିତ ଥାନା କାର୍ଯ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.