ବରପଦା ଇଞ୍ଜିନିୟରିଂ କଲେଜ ସୋସାଇଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରୟାସକାନ୍ତି

ଭଦ୍ରକ: ଦୁର୍ନୀତି ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଲେଜର କଲେଜ ସୋସାଇଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରୟାସକାନ୍ତି ସାମଲ। କଲେଜ ଓ କର୍ମଚାରୀଙ୍କ ଉନ୍ନତିକୁ ଦୃଷ୍ଟିରେ ରଖି ମୁଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଥିବା କହିଛନ୍ତି  ପ୍ରୟାସକାନ୍ତି। ଆଶା କରୁଛି କଲେଜ ସ୍ଥିତିରେ ସୁଧାର ଆସିବ। ସେ କହିଛନ୍ତି ମୁଁ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛି ପ୍ରତି ତିନି ମାସରେ ଥରେ କଲେଜର ପ୍ରିନ୍ସିପାଲ ଓ କଲେଜ ପରିଚାଳନା କମିଟିର ସଦସ୍ୟଙ୍କ ସହ ବୈଠକ କରି କଲେଜର ଆୟ ବ୍ୟୟ ସମ୍ପର୍କିତ ସମସ୍ତ   ହିସାବ ରଖିବା ସହ ନିଜ ତତ୍ଵାବଧନାରେ  କଲେଜର ପ୍ରତିଟି କାର୍ଯ୍ୟ ବୁଝନ୍ତୁ। ଆଇନ ଅନୁସାରେ ଯାହା ପଦକ୍ଷେପ ନେବା କଥା ନିଅନ୍ତୁ। କଲେଜ କେମିତି ସୁନାମ ଅର୍ଜନ କରିବ ଏବଂ ପୁରୁଣା ଦିନକୁ ଫେରିବ ସେ ଦିଗରେ ସମସ୍ତ କର୍ମଚାରୀ ଯତ୍ନବାନର ସହ କାମ କରିବେ ବୋଲି ଆଶା ରଖୁଛି। କଲେଜର ଏବଂ ଛାତ୍ର-ଛାତ୍ରୀଙ୍କ ପ୍ରତିଟି ଉନ୍ନତିମୂଳକ କାର୍ଯ୍ୟରେ ମୁଁ ଦୂରରେ ଥାଇ ବି ସହଯୋଗ କରିବି। ଯାହା ବି ସାହାଯ୍ୟ ସହଯୋଗ ମୋଠୁ ଆଶା କରିବେ ମୁଁ ତାହା ଯୋଗାଇ ଦେବି ବୋଲି ପ୍ରୟାସକାନ୍ତି ସାମଲ କହିଛନ୍ତି।Also read: ଭିଜିଲାନ୍ସ ହାବୁଡ଼ରେ ସହିଦ ନଗର ଥାନା ଏସଆଇସୂଚନାଯୋଗ୍ୟ, ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିଲେ ଭଣ୍ଡାରିପୋଖରୀରର ବିଧାୟକ ତଥା ବରିଷ୍ଠ ବିଜେଡି

ବରପଦା ଇଞ୍ଜିନିୟରିଂ କଲେଜ ସୋସାଇଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରୟାସକାନ୍ତି

ଭଦ୍ରକ: ଦୁର୍ନୀତି ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଲେଜର କଲେଜ ସୋସାଇଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରୟାସକାନ୍ତି ସାମଲ। କଲେଜ ଓ କର୍ମଚାରୀଙ୍କ ଉନ୍ନତିକୁ ଦୃଷ୍ଟିରେ ରଖି ମୁଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଥିବା କହିଛନ୍ତି  ପ୍ରୟାସକାନ୍ତି। ଆଶା କରୁଛି କଲେଜ ସ୍ଥିତିରେ ସୁଧାର ଆସିବ। 

ସେ କହିଛନ୍ତି ମୁଁ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛି ପ୍ରତି ତିନି ମାସରେ ଥରେ କଲେଜର ପ୍ରିନ୍ସିପାଲ ଓ କଲେଜ ପରିଚାଳନା କମିଟିର ସଦସ୍ୟଙ୍କ ସହ ବୈଠକ କରି କଲେଜର ଆୟ ବ୍ୟୟ ସମ୍ପର୍କିତ ସମସ୍ତ   ହିସାବ ରଖିବା ସହ ନିଜ ତତ୍ଵାବଧନାରେ  କଲେଜର ପ୍ରତିଟି କାର୍ଯ୍ୟ ବୁଝନ୍ତୁ। ଆଇନ ଅନୁସାରେ ଯାହା ପଦକ୍ଷେପ ନେବା କଥା ନିଅନ୍ତୁ। କଲେଜ କେମିତି ସୁନାମ ଅର୍ଜନ କରିବ ଏବଂ ପୁରୁଣା ଦିନକୁ ଫେରିବ ସେ ଦିଗରେ ସମସ୍ତ କର୍ମଚାରୀ ଯତ୍ନବାନର ସହ କାମ କରିବେ ବୋଲି ଆଶା ରଖୁଛି। କଲେଜର ଏବଂ ଛାତ୍ର-ଛାତ୍ରୀଙ୍କ ପ୍ରତିଟି ଉନ୍ନତିମୂଳକ କାର୍ଯ୍ୟରେ ମୁଁ ଦୂରରେ ଥାଇ ବି ସହଯୋଗ କରିବି। ଯାହା ବି ସାହାଯ୍ୟ ସହଯୋଗ ମୋଠୁ ଆଶା କରିବେ ମୁଁ ତାହା ଯୋଗାଇ ଦେବି ବୋଲି ପ୍ରୟାସକାନ୍ତି ସାମଲ କହିଛନ୍ତି।

Also read: ଭିଜିଲାନ୍ସ ହାବୁଡ଼ରେ ସହିଦ ନଗର ଥାନା ଏସଆଇ

ସୂଚନାଯୋଗ୍ୟ, ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିଲେ ଭଣ୍ଡାରିପୋଖରୀରର ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ। ତାଙ୍କ ସହ ପୁଅ ପ୍ରୟାସକାନ୍ତି ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରାଡାରରେ ଥିଲେ। ନିକଟରେ ଇଡି ପ୍ରଫୁଲ୍ଲ ଓ ପ୍ରୟାସକାନ୍ତିଙ୍କ ଭଦ୍ରକ ଓ ଭୁବନେଶ୍ଵର ସ୍ଥିତ ୧୦ଟି ଠିକଣାରେ ଚଢଉ କରିଥିଲା। ଏହା ସହିତ ଉଭୟ ବାପା ଓ ପୁଅଙ୍କୁ ଇଡି ଜେରା କରି ସାରିଛି। ସଂପ୍ରତି ମାମଲାର ତଦନ୍ତ ଜାରି ରହିଛି। 

ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଥିଲା। ବିଧାୟକ ପ୍ରଫୁଲ୍ଲ ସାମଲ ଓ ପ୍ରୟାସକାନ୍ତି ସାମଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କିଛି ସଂଗଠନ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ। କିଛି ସ୍ଥାନରେ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା।