ବରାହୀ ଲେନ୍ରେ ବ୍ୟାପିଲା ଝାଡାବାନ୍ତି, ନେଲା ଦୁଇ ଜୀବନ
ପୁରୀ ୨୭/୦୪: ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପିଛି ଝାଡାବାନ୍ତି । ପୁରୀ ବରାହୀ ଲେନରେ ଏହି ଝାଡାବାନ୍ତି ବ୍ୟାପିଛି । ଆକ୍ରାନ୍ତରେ ଦୁଇଜଣ ମୃତ୍ୟୁ ହୋଇଥିବା ଅଭିଯୋଗ । ସେମାନେ ହେଲେ ପୂର୍ଣ୍ଣବାସୀ ମଠର ମାତା ଓ ବରାହୀ ଲେନର ଦାମୋଦର ପଣ୍ଡା । ଦୂଷିତ ପାଣି ପିଇ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଦାବି କରିଛନ୍ତି ଲୋକେ । ସୂଚନା ଥାଉକି, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଶ୍ରୀକ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଅଣାୟତ୍ତ ହେଲାଣି ଝାଡ଼ାବାନ୍ତି । ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ପୁରୀର ବାଲି ସାହି, ରେଡକ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ମୃତକଦ୍ୱୟ ହେଲେ ଦାମୋଦର ପଣ୍ଡା,ପୂର୍ଣ୍ଣବାସୀ ମଠର ମାତା ମା’ । ଏଥିସହ ଘରେ ଘରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଅଣ୍ଡର ଗ୍ରାଉଣ୍ଡ ପାଇପ୍ ଫାଟି ପାଣି ଟ୍ୟାପ୍ରେ ମିଶୁଥିବାରୁ ଏପରି ସ
ପୁରୀ ୨୭/୦୪: ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପିଛି ଝାଡାବାନ୍ତି । ପୁରୀ ବରାହୀ ଲେନରେ ଏହି ଝାଡାବାନ୍ତି ବ୍ୟାପିଛି । ଆକ୍ରାନ୍ତରେ ଦୁଇଜଣ ମୃତ୍ୟୁ ହୋଇଥିବା ଅଭିଯୋଗ । ସେମାନେ ହେଲେ ପୂର୍ଣ୍ଣବାସୀ ମଠର ମାତା ଓ ବରାହୀ ଲେନର ଦାମୋଦର ପଣ୍ଡା । ଦୂଷିତ ପାଣି ପିଇ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଦାବି କରିଛନ୍ତି ଲୋକେ ।
ସୂଚନା ଥାଉକି, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଶ୍ରୀକ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଅଣାୟତ୍ତ ହେଲାଣି ଝାଡ଼ାବାନ୍ତି ।
ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ପୁରୀର ବାଲି ସାହି, ରେଡକ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି ।
ମୃତକଦ୍ୱୟ ହେଲେ ଦାମୋଦର ପଣ୍ଡା,ପୂର୍ଣ୍ଣବାସୀ ମଠର ମାତା ମା’ । ଏଥିସହ ଘରେ ଘରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଅଣ୍ଡର ଗ୍ରାଉଣ୍ଡ ପାଇପ୍ ଫାଟି ପାଣି ଟ୍ୟାପ୍ରେ ମିଶୁଥିବାରୁ ଏପରି ସ୍ଥିତି ଉପୁଜୁଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।