ବର୍ଷା ଆଣିଲା ଆଶ୍ୱସ୍ତି
ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହେବା କାରଣରୁ ଏହାର ପ୍ରଭାବରେ ମଙ୍ଗଳବାର ଭୁବନେଶ୍ୱରରେ ଘଡ଼ଘଡ଼ି ସହିତ ଜୋର୍ରେ ବର୍ଷା ହୋଇଛି। ୭.୧ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି। ସୋମବାର ରାତିରେ ଜୋର୍ରେ ପବନ ହେବା ସହ ମଙ୍ଗଳବାର ସକାଳୁ ପାଗ ମେଘୁଆ ଥିଲା। ତେବେ ଅପରାହ୍ନ ପ୍ରାୟ ୧ଟା ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବର୍ଷା […] The post ବର୍ଷା ଆଣିଲା ଆଶ୍ୱସ୍ତି appeared first on Dharitri Odia News.
ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହେବା କାରଣରୁ ଏହାର ପ୍ରଭାବରେ ମଙ୍ଗଳବାର ଭୁବନେଶ୍ୱରରେ ଘଡ଼ଘଡ଼ି ସହିତ ଜୋର୍ରେ ବର୍ଷା ହୋଇଛି। ୭.୧ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି। ସୋମବାର ରାତିରେ ଜୋର୍ରେ ପବନ ହେବା ସହ ମଙ୍ଗଳବାର ସକାଳୁ ପାଗ ମେଘୁଆ ଥିଲା। ତେବେ ଅପରାହ୍ନ ପ୍ରାୟ ୧ଟା ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବର୍ଷା ହୋଇଥିଲା। ଫଳରେ ସହରବାସୀଙ୍କୁ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କେହି ଛତା ଧରି ବର୍ଷାରେ ଭିଜି ଆନନ୍ଦ ନେଇଥିଲେ ତ ଆଉ କିଏ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଜରି, ପଲିଥିନ୍ ବାନ୍ଧି ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଓଭରବ୍ରିଜ୍ ତଳେ, ମୋ ବସ୍ ଷ୍ଟପ୍ଗୁଡିକରେ ମଧ୍ୟ ଲୋକେ ଆଶ୍ରୟ ନେଇଥିଲେ। ଦିନତମାମ ପାଗ ମେଘୁଆ ଥିବାବେଳେ ଝିପିଝିପି ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା। ତେବେ ବର୍ଷା ପାଇଁ କେତେକ ସ୍ଥାନରେ କିଛି ସମୟ ଧରି ଟ୍ରାଫିକ ଜାମ୍ ହୋଇଯିିବାରୁ ଲୋକେ କଲବଲ ହୋଇଥିଲେ। ବିଶେଷ କରି ଜାତୀୟ ରାଜପଥ (ଏନ୍ଏଚ୍)ରେ ଏଭଳି ସ୍ଥିତି ଉପୁଜିଥିଲା। ବର୍ଷା ବେଳେ ଯିଏ ଯେଉଁଠି ଆଶ୍ରୟ ନେଇଥିଲେ। ବର୍ଷା ଛାଡିବା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବ୍ୟଗ୍ରତା ଦେଖାଦେଇଥିଲା। ଫଳରେ ଟ୍ରାଫିକ ଜାମ୍ ହୋଇପଡ଼ିଥିଲା। ହଂସପାଳ ଛକରେ ଫ୍ଲାଏଓଭର୍ ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ଜାତୀୟ ରାଜପଥ ଲାଗି ଏବେ ସହରରେ ଟ୍ରାଫିକ ସମସ୍ୟା ନଜରକୁ ଆସୁଛି। କେଉଁଠି ଫୁଟ ଓଭରବ୍ରିଜ କାମ ଚାଲୁଛି ତ କେଉଁଠି ଅଣ୍ଡରପାସ ନିର୍ମାଣ, ପୁଣି ଆଉ କେଉଁଠରେ ଓଭରବ୍ରିଜ ଲାଗି ସର୍ଭିସ ରୋଡରେ ଲୋକଙ୍କୁ ଯାତାୟତ କରିବାକୁ ପଡୁଛି। ସଙ୍କୁଚିତ ରାସ୍ତା ଲାଗି ଗାଡ଼ିମୋଟର ଯାତାୟତ ଏକ ପ୍ରକାର ଠପ୍ ହୋଇପଡ଼ିଛି। ଏଭଳି ସ୍ଥତିରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜାତୀୟ ରାଜପଥ ଲାଗି କଟକ-ପୁରୀ ଓ ପୁରୀ କଟକ ମୁଖ୍ୟ ରାସ୍ତାରେ ଲୋକଙ୍କୁ ଟ୍ରାଫିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ପୁରୀରୁ କଟକ ଅଭିମୁଖେ ଯାଉଥିବା ଯାନଗୁଡ଼ିକ ବମିଖାଲ ଛକଠାରୁ ପଛକୁ ପଛ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।
The post ବର୍ଷା ଆଣିଲା ଆଶ୍ୱସ୍ତି appeared first on Dharitri Odia News.