ବର୍ଷା ଜନିତ କ୍ଷୟକ୍ଷତି ଓ ଚାଷୀ ମୃତ୍ୟୁ ପାଇଁ ସହାୟତା ଦାବି

ଯାଜପୁର: ପୌଷ ମାସର ଅଦିନିଆ ବର୍ଷା । କାଳ ସାଜିଲା ଚାଷୀଙ୍କ ପାଇଁ । ଉଜୁଡ଼ିଗଲା ଫସଲ । ଦେଖିକି ସହିପାରିଲେନି ଚାଷୀ । ଶେଷରେ ଜୀବନ ହାରିଦେଲେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଫସଲ ନଷ୍ଟ ପାଇଁ ଚାଲିଗଲା ଚାଷୀଙ୍କ ଜୀବନ । ଫସଲ ନଷ୍ଟ ହୋଇଥିବା ଦେଖି ଚାଷ ଜମିରେ ହିଁ ଟଳି ପଡିଲେ ଚାଷୀ । ମୃତକ ଚାଷୀ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର […] The post ବର୍ଷା ଜନିତ କ୍ଷୟକ୍ଷତି ଓ ଚାଷୀ ମୃତ୍ୟୁ ପାଇଁ ସହାୟତା ଦାବି appeared first on KNews Odisha.

ବର୍ଷା ଜନିତ କ୍ଷୟକ୍ଷତି ଓ ଚାଷୀ ମୃତ୍ୟୁ ପାଇଁ ସହାୟତା ଦାବି

ଯାଜପୁର: ପୌଷ ମାସର ଅଦିନିଆ ବର୍ଷା । କାଳ ସାଜିଲା ଚାଷୀଙ୍କ ପାଇଁ । ଉଜୁଡ଼ିଗଲା ଫସଲ । ଦେଖିକି ସହିପାରିଲେନି ଚାଷୀ । ଶେଷରେ ଜୀବନ ହାରିଦେଲେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଫସଲ ନଷ୍ଟ ପାଇଁ ଚାଲିଗଲା ଚାଷୀଙ୍କ ଜୀବନ । ଫସଲ ନଷ୍ଟ ହୋଇଥିବା ଦେଖି ଚାଷ ଜମିରେ ହିଁ ଟଳି ପଡିଲେ ଚାଷୀ । ମୃତକ ଚାଷୀ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ଅନ୍ତର୍ଗତ ମଣିତାପୁର ଗ୍ରାମର ମଣିରାମ ମହାନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ପଂଚାୟତର ଚାଷୀ ମୃତ୍ୟ ଘଟଣାକୁ ନେଇ ସ୍ଥାନୀୟ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦୁଃଖ ପ୍ରକାଶ କରିବା ସହ ମୃତ ଚାଷୀ ମଣିରାମ ମହାନ୍ତିଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟି ଶୋକ ସମବେଦନା ଜଣାଇଛନ୍ତି । ଏଥି ସହିତ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଏକର ଏକର ଜମିରେ ଚାଷ କରିଥିଲେ । କିନ୍ତୁ ଅଦିନିଆ ଲଗାଣ ବର୍ଷା କାରଣରୁ ତାଙ୍କ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ତାଙ୍କ ପରିବାର ସମ୍ପୂର୍ଣ୍ଣ ଚାଷ ଉପରେ ନିର୍ଭର କରୁଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ବିରୋଧୀ ଦାବି କରିବା ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ପାଇଁ ଦାବି କରାଯାଇଛି । ସେପଟେ ଯୋଗାଣ ମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପରେ ସର୍କିଟ ହାଉସରେ ଜିଲା ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି । କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି  ।

 

 

The post ବର୍ଷା ଜନିତ କ୍ଷୟକ୍ଷତି ଓ ଚାଷୀ ମୃତ୍ୟୁ ପାଇଁ ସହାୟତା ଦାବି appeared first on KNews Odisha.