ବର୍ଷା ପାଇଁ ଆଗୁଆ ଚାରାରୋପଣ: ରାଜ୍ୟରେ ୫୧ ବନଖଣ୍ଡରେ ଲାଗିବ ୭ କୋଟି…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ କିଛିବର୍ଷ ହେବ ରାଜ୍ୟରେ ଚାରାରୋପଣ ଏବଂ ବଣ୍ଟନ କାର୍ଯ୍ୟ ବିଳମ୍ବ ହେଉଥିଲା। ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହେଉଥିଲେ। ଯଦି ଜୁଲାଇରେ ମଧ୍ୟ ଠିକ ଭାବେ ବର୍ଷା ନ ହେଲେ ତେବେ ତାହା ଅଗଷ୍ଟ ମାସରେ ଲଗାଯାଉଥିଲା। ଫଳରେ ଯେଉଁ ଲକ୍ଷ୍ୟ ନେଇ ଚାରା ରୋପଣ ହେଉଥିଲା ତାହା କିଛି ମାତ୍ରାରେ ବାଧାପ୍ରାପ୍ତ ହେଉଥିଲା। ଗତବର୍ଷ ୬ କୋଟିରୁ ଊର୍ଦ୍ଧ୍ୱ ଚାରା ରୋପଣ […] The post ବର୍ଷା ପାଇଁ ଆଗୁଆ ଚାରାରୋପଣ: ରାଜ୍ୟରେ ୫୧ ବନଖଣ୍ଡରେ ଲାଗିବ ୭ କୋଟି… appeared first on Dharitri Odia News.

ବର୍ଷା ପାଇଁ ଆଗୁଆ ଚାରାରୋପଣ: ରାଜ୍ୟରେ ୫୧ ବନଖଣ୍ଡରେ ଲାଗିବ ୭ କୋଟି…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ କିଛିବର୍ଷ ହେବ ରାଜ୍ୟରେ ଚାରାରୋପଣ ଏବଂ ବଣ୍ଟନ କାର୍ଯ୍ୟ ବିଳମ୍ବ ହେଉଥିଲା। ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହେଉଥିଲେ। ଯଦି ଜୁଲାଇରେ ମଧ୍ୟ ଠିକ ଭାବେ ବର୍ଷା ନ ହେଲେ ତେବେ ତାହା ଅଗଷ୍ଟ ମାସରେ ଲଗାଯାଉଥିଲା। ଫଳରେ ଯେଉଁ ଲକ୍ଷ୍ୟ ନେଇ ଚାରା ରୋପଣ ହେଉଥିଲା ତାହା କିଛି ମାତ୍ରାରେ ବାଧାପ୍ରାପ୍ତ ହେଉଥିଲା। ଗତବର୍ଷ ୬ କୋଟିରୁ ଊର୍ଦ୍ଧ୍ୱ ଚାରା ରୋପଣ ହୋଇଥିଲା।
କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ବାୟୁ ଓଡିିଶା ଛୁଇଁବା ସହ ଅନେକ ଅଞ୍ଚଳରେ ବର୍ଷା ହେଉଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ତେଣୁ ଏ ନେଇ ବନ ବିଭାଗ ତତ୍ପର ହେବା ସହ ଗୁରୁବାର ଠାରୁ ଚାରା ବଣ୍ଟନ ଏବଂ ରୋପଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏଥିସହ ଶୁକ୍ରବାର ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସଚିବ ସତ୍ୟବ୍ରତ ସାହୁ ଚାରା ରୋପଣ ଏବଂ ବଣ୍ଟନ କାର୍ଯ୍ୟ କିଭଳ ତ୍ୱରାନ୍ବିତ ହେବ ସେଥିପାଇଁ ଅନ୍‌ଲାଇନ ମାଧ୍ୟମରେ ସମୀକ୍ଷା କରିଥିଲେ। ରାଜ୍ୟର ୩୭ଟି ଆଞ୍ଚଳିକ ବନଖଣ୍ଡ ଏବଂ ୧୪ଟି ବନ୍ୟପ୍ରାଣୀ ବନଖଣ୍ଡରେ ଚଳିତ ବର୍ଷ ୭ କୋଟି ୫୦ ଲକ୍ଷ ଚାରା ରୋପଣ କରିବା ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ବିଭାଗ ସହ ମିଶି ଏହି ଲକ୍ଷ୍ୟ ପୂରଣ କରାଯିବ। ଏଥିସହ ବିଭିନ୍ନ ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ଚାରା ରୋପଣ ପାଇଁ କୁହାଯିବ । ରାଜ୍ୟରେ ୧୦ ହଜାର ଇକୋ କ୍ଲବ ଅଛି। ବିଦ୍ୟାଳୟ ଗୁଡ଼ିକ ଖୋଲିବା ପୁର୍ବରୁ ଇକୋ କ୍ଲବ ସହାୟତାରେ ଏକ ସପ୍ତାହ ମଧ୍ୟରେ ଲକ୍ଷାଧିକ ଚାରା ରୋପଣ କିଭଳି ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ପଡିବ। ତାହାହେଲେ ଯାଇ ଲକ୍ଷ୍ୟ ସାଧନ ହୋଇପାରିବ। ତେଣୁ ଏଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ସଚିବ ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ
ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ରେ ୧୦ ଲକ୍ଷ ଚାରା ଲୋକଙ୍କୁ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ଲକ୍ଷ ୫୦ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନ ବିଭିନ୍ନ ସଂଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, ଇକୋ କ୍ଲବ, ସାଧାରଣ ଲୋକଙ୍କୁ ଚାରା ବଣ୍ଟନ କରାଯାଉଅଛି। ଏନେଇ ବୁଗୁଡ଼ା, ପୋଲସରା, ଆସିକା, ବଡଗଡ ,ସୋରଡା ରେଞ୍ଜରେ ଚାରା ବଣ୍ଟନ ଚାଲିଛି ବୋଲି ଡିଏଫ ଓ ବିନୋଦ ଆଚାର୍ଯ୍ୟ ଏଠାରେ ସୂଚନା ଦେଇଛନ୍ତି।
ସେହିଭଳି ଉତ୍ତର ଘୁମୁସର ବନଖଣ୍ଡରେ ୧୧ ଲକ୍ଷ ୫୦ ହଜାର ଚାରା ବଣ୍ଟନ ହେବାକୁ ଥିବା ବେଳେ ୨ ଲକ୍ଷ ୯୮ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ ବୋଲି ଡି ଏଫ ଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ଚାରା ରୋପଣରେ ଅନେକ ଅନିୟମିତତା ହେଉଥିଲା। କିନ୍ତୁ ବିଗତ କିଛି ବର୍ଷ ହେବ ଚାରା ରୋପଣ ପୁର୍ବରୁ ଏବଂ ପରେ ଜିପିଏସ ମାଧ୍ୟମରେ ଫଟୋ ଉଠାଇ ବିଭାଗର ସ୍ବତନ୍ତ୍ର ଆପରେ ତୁରନ୍ତ ଲୋଡ କରାଯାଉଛି । ଏଥିସହ ବଡ ଚାରା ବିଭାଗ ପକ୍ଷରୁ ରୋପଣ ହେଉଛି। ଫଳରେ ଚାରା ମରିବା ହାର ମଧ୍ୟ ବହୁତ କମିଯାଇଛି।

The post ବର୍ଷା ପାଇଁ ଆଗୁଆ ଚାରାରୋପଣ: ରାଜ୍ୟରେ ୫୧ ବନଖଣ୍ଡରେ ଲାଗିବ ୭ କୋଟି… appeared first on Dharitri Odia News.