ବଲାଙ୍ଗୀରରେ ଅସୁରକ୍ଷିତ ଗଜରାଜ: ପୁଣି ଏକ ହାତୀ ମୃତ

ଦେଓଗାଁ: ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ ବଲାଙ୍ଗୀର ବନାଞ୍ଚଳର ଆଠଗାଁ ଫରେଷ୍ଟ ସେକ୍ସନର ଭୀମପାହାଡ଼ ଓ ଶୁଲିଆ ସଂରକ୍ଷିତ ଜଙ୍ଗଲର ପୁରାଣପାଣି  ନିକଟ ଶୁଲିଆ ଘାଟିରେ ଏକ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ହାତୀଟି ଦୁଇ ଦିନ ତଳେ ସୁସ୍ଥ ଥିବାବେଳେ ଆଜି ମୃତ୍ୟୁ ହୋଇଥିବାର ଖବର ଜଣାପଡିଛି। ହାତୀ ମୃତ୍ୟୁ ଖବର ଆସିବା ପରେ ବନ ବିଭାଗ ଲୁଚାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଖବର ପାଇ ଘଟଣାସ୍ଥଳକୁ ଭବାନୀପାଟଣାଠାରୁ ଆରସିସିଏଫ ଘଟଣାସ୍ଥଳକୁ ଆସୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା […]

ବଲାଙ୍ଗୀରରେ ଅସୁରକ୍ଷିତ ଗଜରାଜ: ପୁଣି ଏକ ହାତୀ ମୃତ

ଦେଓଗାଁ: ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ ବଲାଙ୍ଗୀର ବନାଞ୍ଚଳର ଆଠଗାଁ ଫରେଷ୍ଟ ସେକ୍ସନର ଭୀମପାହାଡ଼ ଓ ଶୁଲିଆ ସଂରକ୍ଷିତ ଜଙ୍ଗଲର ପୁରାଣପାଣି  ନିକଟ ଶୁଲିଆ ଘାଟିରେ ଏକ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ହାତୀଟି ଦୁଇ ଦିନ ତଳେ ସୁସ୍ଥ ଥିବାବେଳେ ଆଜି ମୃତ୍ୟୁ ହୋଇଥିବାର ଖବର ଜଣାପଡିଛି। ହାତୀ ମୃତ୍ୟୁ ଖବର ଆସିବା ପରେ ବନ ବିଭାଗ ଲୁଚାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଖବର ପାଇ ଘଟଣାସ୍ଥଳକୁ ଭବାନୀପାଟଣାଠାରୁ ଆରସିସିଏଫ ଘଟଣାସ୍ଥଳକୁ ଆସୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଗତ ମଙ୍ଗଳବାର ଦିନ ବଲାଙ୍ଗୀର ରେଞ୍ଜର ବଲାଙ୍ଗୀର ଫରେଷ୍ଟ ସେକ୍ସନର ମଠଖାଇ ସଂରକ୍ଷିତ ଜଙ୍ଗଲର ଅସୁର ଡୁଙ୍ଗୁରୀ ଠାରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଏହି ହାତୀର ମୃତ୍ୟୁକୁ ୫ ଦିନ ହୋଇଥିଲେ ବି ହାତୀର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଗୋଟିଏ ରେଞ୍ଜର ଦୁଇଟି ଫରେଷ୍ଟ ସେକ୍ସନର ଦୁଇଟି ସ୍ଥାନରେ ୫ଦିନ ଭିତରେ ଦୁଇଟି ହାତୀ ମୃତ୍ୟୁ ହୋଇଥିବାରୁ ହାତୀ ସ୍କ୍ବାର୍ଡ ଓ ଫରେଷ୍ଟର କେମିତି ଭାବରେ କାର୍ଯ୍ୟ କରୁଛନ୍ତି ତାହା ବାରି ହେଉଛି।