ବଲୱନ୍ତରାୟ ମେହେଟାଙ୍କ ପରେ ବିଜୟ ରୂପାନୀ...ବିମାନ ଦୁର୍ଘଟଣାରେ ଗୁଜରାଟ ହରାଇଛି ଦୁଇ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ଜୀବନ ଯାଇଛି । ମୃତଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ପରଲୋକ ହୋଇଛି । ରାଜ୍ୟର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ସେ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ବିଜୟ ରୂପାନୀଙ୍କ ପରଲୋକ ଗୁଜରାଟ ରାଜନୈତିକ ଇତିହାସର ପୁର୍ନରାବୃତ୍ତି କରିଛି ।ବିମାନ ଦୁର୍ଘଟଣାରେ ଗୁଜରାଟର ଦୁଇ ଜଣ ମୁଖ୍ୟମନ୍ତ୍ରୀ (ଜଣେ ସିଟିଂ ଓ ଜଣେ ପୂର୍ବତନ)ଙ୍କ ଜୀବନ ଯାଇଛି । ଆଜିର ଘଟଣା ଛଅ ଦଶନ୍ଧି ପୂର୍ବେ ବଲୱନ୍ତରାୟ ମେହେଟାଙ୍କ ମୃତ୍ୟୁକୁ ମନେ ପକାଇ ଦେଇଛି । ୧୯୬୫ ସେପ୍ଟେମ୍ୱରରେ ଗୁଜରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀବାଦୀ ନେତା ବଲୱନ୍ତରାୟ ମେହେଟା, ଅହମ୍ମଦାବାଦରୁ ମିଠାପୁର ଯାତ୍ରା କରୁଥିଲେ । ତେବେ ଏହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥାଏ । ମୁଖ୍ୟମନ୍ତ୍ରୀ ଯେଉଁ ବିମାନରେ ଯାତ୍ରା କରୁଥିଲେ, ପାକିସ୍ତାନ ଏୟାରଫୋର୍ସ ତାକୁ ମାରି ଖସାଇ ଦେଇଥିଲା । ବେସାମରିକ ବିମାନକୁ ସାମରିକ ବିପଦ ଭାବି ଦୁଇଟି ପାକିସ୍ତାନ ବାୟୁ ସେନାର F-86 ସାବର ଜେଟ୍ କଚ୍ଛର ରଣ ନିକଟରେ ଗୁଳି ଚଳାଇଥିଲେ । ଏଥିରେ ମେହେଟା, ତାଙ୍କ ପତ୍ନୀ ସରୋଜବେନ୍, ସହଯୋଗୀ, ଜଣେ ସାମ୍ବାଦିକ ଏବଂ ଦୁଇ ଜଣ କ୍ରିୟୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ଯଦିଓ ପରେ ପାକିସ୍ତାନ ଏହାକୁ ଯୁଦ୍ଧକାଳୀନ ଭୁଲ ବୋଲି କହିଥିଲା, ତଥାପି ସରକାରୀ ଭାବେ କୌଣସ
ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ଜୀବନ ଯାଇଛି । ମୃତଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ପରଲୋକ ହୋଇଛି । ରାଜ୍ୟର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ସେ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ବିଜୟ ରୂପାନୀଙ୍କ ପରଲୋକ ଗୁଜରାଟ ରାଜନୈତିକ ଇତିହାସର ପୁର୍ନରାବୃତ୍ତି କରିଛି ।
ବିମାନ ଦୁର୍ଘଟଣାରେ ଗୁଜରାଟର ଦୁଇ ଜଣ ମୁଖ୍ୟମନ୍ତ୍ରୀ (ଜଣେ ସିଟିଂ ଓ ଜଣେ ପୂର୍ବତନ)ଙ୍କ ଜୀବନ ଯାଇଛି । ଆଜିର ଘଟଣା ଛଅ ଦଶନ୍ଧି ପୂର୍ବେ ବଲୱନ୍ତରାୟ ମେହେଟାଙ୍କ ମୃତ୍ୟୁକୁ ମନେ ପକାଇ ଦେଇଛି । ୧୯୬୫ ସେପ୍ଟେମ୍ୱରରେ ଗୁଜରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀବାଦୀ ନେତା ବଲୱନ୍ତରାୟ ମେହେଟା, ଅହମ୍ମଦାବାଦରୁ ମିଠାପୁର ଯାତ୍ରା କରୁଥିଲେ । ତେବେ ଏହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥାଏ । ମୁଖ୍ୟମନ୍ତ୍ରୀ ଯେଉଁ ବିମାନରେ ଯାତ୍ରା କରୁଥିଲେ, ପାକିସ୍ତାନ ଏୟାରଫୋର୍ସ ତାକୁ ମାରି ଖସାଇ ଦେଇଥିଲା ।
ବେସାମରିକ ବିମାନକୁ ସାମରିକ ବିପଦ ଭାବି ଦୁଇଟି ପାକିସ୍ତାନ ବାୟୁ ସେନାର F-86 ସାବର ଜେଟ୍ କଚ୍ଛର ରଣ ନିକଟରେ ଗୁଳି ଚଳାଇଥିଲେ । ଏଥିରେ ମେହେଟା, ତାଙ୍କ ପତ୍ନୀ ସରୋଜବେନ୍, ସହଯୋଗୀ, ଜଣେ ସାମ୍ବାଦିକ ଏବଂ ଦୁଇ ଜଣ କ୍ରିୟୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ଯଦିଓ ପରେ ପାକିସ୍ତାନ ଏହାକୁ ଯୁଦ୍ଧକାଳୀନ ଭୁଲ ବୋଲି କହିଥିଲା, ତଥାପି ସରକାରୀ ଭାବେ କୌଣସି କ୍ଷମା ପ୍ରାର୍ଥନା କରି ନଥିଲା ।