ବଳଙ୍ଗା ଘଟଣାକୁ ନେଇ ବର୍ଷିଲେ ନବୀନ: ମୋହନ ସରକାରଙ୍କୁ କହିଦେଲେ ବଡ଼ କଥା

ଭୁବନେଶ୍ୱର,୧୯ା୭(ସୁନିତ୍‌ ମିଶ୍ର): ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କେତେଜଣ ନିଆଁ ଲଗାଇବା ଘଟଣା ଗଭୀର ମର୍ମାହତ କରିଛି। ଦିନ ଦ୍ୱିପ୍ରହରରେ ଏଭଳି ହତ୍ୟା କରିବା ଉଦ୍ୟମକୁ ତୀବ୍ର ବିରୋଧ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ନବୀନ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ପୋଷ୍ଟକରି କହିଛନ୍ତି, ଏଫ୍‌ଏମ୍‌ କଲେଜରେ ଛାତ୍ରୀ ମୃତ୍ୟୁବରଣ କରିବାର ସପ୍ତାହେ ଏବଂ ଗୋପାଳପୁରରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବାର ମାସକ ଭିତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମହିଳାଙ୍କ […] The post ବଳଙ୍ଗା ଘଟଣାକୁ ନେଇ ବର୍ଷିଲେ ନବୀନ: ମୋହନ ସରକାରଙ୍କୁ କହିଦେଲେ ବଡ଼ କଥା appeared first on Dharitri Odia News.

ବଳଙ୍ଗା ଘଟଣାକୁ ନେଇ ବର୍ଷିଲେ ନବୀନ: ମୋହନ ସରକାରଙ୍କୁ କହିଦେଲେ ବଡ଼ କଥା

ଭୁବନେଶ୍ୱର,୧୯ା୭(ସୁନିତ୍‌ ମିଶ୍ର): ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କେତେଜଣ ନିଆଁ ଲଗାଇବା ଘଟଣା ଗଭୀର ମର୍ମାହତ କରିଛି। ଦିନ ଦ୍ୱିପ୍ରହରରେ ଏଭଳି ହତ୍ୟା କରିବା ଉଦ୍ୟମକୁ ତୀବ୍ର ବିରୋଧ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ନବୀନ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ପୋଷ୍ଟକରି କହିଛନ୍ତି, ଏଫ୍‌ଏମ୍‌ କଲେଜରେ ଛାତ୍ରୀ ମୃତ୍ୟୁବରଣ କରିବାର ସପ୍ତାହେ ଏବଂ ଗୋପାଳପୁରରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବାର ମାସକ ଭିତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମହିଳାଙ୍କ ବିରୋଧରେ ଓଡ଼ିଶାରେ ଏଭଳି ଅବିଶ୍ୱସନୀୟ ଘଟଣା ଘଟିବା ଏକ ଦୈନିକ କାର୍ଯ୍ୟରେ ପରିଣତ ହେଲାଣି। ଏହା ସରକାରଙ୍କ ଏକ ଗୁରୁତର ସିଷ୍ଟୋମିକ ବିଫଳତା। ଏସବୁଥିରୁ ଜଣାପଡୁଛି ଅପରାଧୀମାନେ ଏ ସରକାରରେ ଆଉ ଦଣ୍ଡବିଧାନକୁ ଭୟ କରୁନାହାନ୍ତି। ସରକାରଙ୍କ ନିଷ୍କ୍ରିୟତା ଏବଂ ରାଜନୈତିକ ପୃଷ୍ଠପୋଷକତା କାରଣରୁ ମହିଳାମାନେ ଓଡ଼ିଶାରେ କେତେ ମାତ୍ରାରେ ଅସୁରକ୍ଷିତ ହେଲେଣି ତାହା ସ୍ପଷ୍ଟ ବୁଝାପଡୁଛି। ସରକାର ତୁରନ୍ତ ସକ୍ରିୟ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଯେପରି ଅପରାଧୀମାନେ ଗିରଫ ହେବେ। ସରକାର ଯଦି ସଚେତନ ନ ହେବେ ଏଭଳି ଘଟଣା ଆହୁରି ବଢ଼ିବ ବୋଲି ନବୀନ କହିଛନ୍ତି।

The post ବଳଙ୍ଗା ଘଟଣାକୁ ନେଇ ବର୍ଷିଲେ ନବୀନ: ମୋହନ ସରକାରଙ୍କୁ କହିଦେଲେ ବଡ଼ କଥା appeared first on Dharitri Odia News.