ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ ଆସିଥିଲେ। ଘର ଆଲମାରି ଭାଙ୍ଗିବା ପାଇଁ ଉଦ୍ୟମ କରିବା ସମୟରେ ଶୋଇଥିବା ମହିଳାଙ୍କ ନିଦ ଭାଙ୍ଗିଯିବା ସହ ତାଙ୍କ ଝିଅ ମଧ୍ୟ ନିଦରୁ ଉଠିଯାଇଥିଲେ। ଲୁଟେରାମାନେ ମା-ଝିଅଙ୍କୁ ଛୁରି ଦେଖାଇ ଲୁଟ୍ କରିବା ପରେ […] The post ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି।
ସୂଚନାନୁଯାୟୀ, ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ ଆସିଥିଲେ। ଘର ଆଲମାରି ଭାଙ୍ଗିବା ପାଇଁ ଉଦ୍ୟମ କରିବା ସମୟରେ ଶୋଇଥିବା ମହିଳାଙ୍କ ନିଦ ଭାଙ୍ଗିଯିବା ସହ ତାଙ୍କ ଝିଅ ମଧ୍ୟ ନିଦରୁ ଉଠିଯାଇଥିଲେ। ଲୁଟେରାମାନେ ମା-ଝିଅଙ୍କୁ ଛୁରି ଦେଖାଇ ଲୁଟ୍ କରିବା ପରେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଲୁଟେରାମାନେ ଦୁଇ ଘଣ୍ଟା ଧରି ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଫଳରେ ମହିଳା ଜଣଙ୍କ ଅଚେତ ହୋଇଯାଇଥିଲେ। ଏହା ପରେ ଲୁଟେରାମାନେ ଚାଲିଯାଇଥିଲେ।
ମହିଳାଙ୍କ ସ୍ବାମୀ ଘରକୁ ଫେରିବା ପରେ ମହିଳା ଜଣଙ୍କ ପୂରା ଘଟଣା ସ୍ବାମୀଙ୍କୁ କହିଥିଲେ। ଏହା ପରେ ଦମ୍ପତି ଯାଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାରେ ଆଉ କିଏ ସଂପୃକ୍ତ ରହିଛନ୍ତି ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ ଜାରି ରଖିଛି।
The post ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.