ବଳଙ୍ଗା ପୀଡିତାଙ୍କ ମୃତ୍ୟୁ: କଂଗ୍ରେସର କଡ଼ା ଚେତାବନୀ, ଓଡ଼ିଶାରେ ହେବ ସବୁଠୁ ବଡ଼ ଆନ୍ଦୋଳନ

ଭୁବନେଶ୍ୱର,୨।୮: ଦୀର୍ଘଦିନର ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ପୀଡିତାଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ରାଜନୀତି ଉଷ୍ମ ହେବାରେ ଲାଗିଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଥିବାବେଳେ ବଳଙ୍ଗା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ବିଫଳତାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାର ଓ ପୋଲିସ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଯଦି ଆଗାମୀ […] The post ବଳଙ୍ଗା ପୀଡିତାଙ୍କ ମୃତ୍ୟୁ: କଂଗ୍ରେସର କଡ଼ା ଚେତାବନୀ, ଓଡ଼ିଶାରେ ହେବ ସବୁଠୁ ବଡ଼ ଆନ୍ଦୋଳନ appeared first on Dharitri Odia News.

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ: କଂଗ୍ରେସର କଡ଼ା ଚେତାବନୀ, ଓଡ଼ିଶାରେ ହେବ ସବୁଠୁ ବଡ଼ ଆନ୍ଦୋଳନ

ଭୁବନେଶ୍ୱର,୨।୮: ଦୀର୍ଘଦିନର ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ପୀଡିତାଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ରାଜନୀତି ଉଷ୍ମ ହେବାରେ ଲାଗିଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଥିବାବେଳେ ବଳଙ୍ଗା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ବିଫଳତାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାର ଓ ପୋଲିସ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଯଦି ଆଗାମୀ ୭ ଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳେ ଏବଂ ଅପରାଧୀଙ୍କୁ ଗିରଫ ନ କରାଯାଏ ତେବେ କଂଗ୍ରେସ କର୍ମୀମାନେ ଡିଜିପି ଅଫିସ ଘେରାଉ କରିବେ।

ଭକ୍ତ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ପୋଲିସ ବିଭାଗକୁ ଦୁର୍ବଳ କରିଛନ୍ତି, ଯାହା ଫଳରେ ବଳଙ୍ଗା ଘଟଣା ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହେଉଛି। ସେ କହିଛନ୍ତି, ପୋଲିସ ଯଦି ଏତେ ଦୁର୍ବଳ ଯେ ବଳଙ୍ଗା ଅପରାଧୀଙ୍କୁ ଗିରଫ କରିପାରୁନାହିଁ, ତେବେ ଆମେ ପ୍ରଶାସନକୁ ଏହାର ଜବାବଦେହି କରିବୁ। ଆମେ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରୁଛୁ ଏବଂ ୭ ଦିନ ଭିତରେ ଅପରାଧୀଙ୍କୁ ଗିରଫ ନ କଲେ କଂଗ୍ରେସ ଡିଜିପି ଅଫିସ ଘେରାଉ କରିବ।

ଆଖି ବୁଜିଲେ ବଳଙ୍ଗା ପୀଡିତା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା!

The post ବଳଙ୍ଗା ପୀଡିତାଙ୍କ ମୃତ୍ୟୁ: କଂଗ୍ରେସର କଡ଼ା ଚେତାବନୀ, ଓଡ଼ିଶାରେ ହେବ ସବୁଠୁ ବଡ଼ ଆନ୍ଦୋଳନ appeared first on Dharitri Odia News.