ବସ୍କୁ ଧକ୍କା ଦେବାପରେ କାର୍ରେ ଲାଗିଗଲା ନିଆଁ...ଜିଅନ୍ତା ଜଳିଗଲେ ୫ଯାତ୍ରୀ
ବସ୍ର ଡିଜେଲ ଟ୍ୟାଙ୍କରରେ ନିଆଁ ଲାଗିବା ସହ କାର୍ଟି ମଧ୍ୟ ଜଳି ଯାଇଥିଲା। କାରରେ ଥିବା ସମସ୍ତ ୫ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୫୦ଯାତ୍ରୀ ଆହତ ହୋଇଛନ୍ତି।
କାର୍ ସହ ଜିଅନ୍ତା ଜଳିଗଲେ ୫ଯାତ୍ରୀ। ମଥୁରାର ଯମୁନା ଏକ୍ସପ୍ରେସୱେରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସକୁ ଧକ୍କା ଦେବା ପରେ କାରରେ ନିଆଁ ଲାଗିଯାଇଛି। ଗାଡିରୁ ବାହାରି ନପାରିବା କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଯାଇଛି।
ସୂଚନା ଅନୁସାରେ, ଆଜି ସକାଳୁ ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସୱେରେ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଡିଭାଇଡରକୁ ଧକ୍କା ଦେଇଥିଲା। ପରେ ସେହି ବସକୁ କାରଟି ଧକ୍କା ଦେଇଥିଲା। ପରେ ବସର ଡିଜେଲ ଟ୍ୟାଙ୍କରରେ ନିଆଁ ଲାଗିବା ସହ କାର୍ ଟି ମଧ୍ୟ ଜଳି ଯାଇଥିଲା। କାରରେ ଥିବା ସମସ୍ତ ୫ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ୫୦ଯାତ୍ରୀ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାସ୍ଥଳରୁ ଏକ ଭିଡିଓରେ ଉଭୟ ବସ୍ ଏବଂ କାରରୁ ନିଆଁ ବାହାରୁଥିବା ଦେଖାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
मथुरा में दर्दनाक हादसा...
यमुना एक्स्प्रेस वे पर डबल डेकर बस से टकराई स्विफ्ट, लगी भीषण आग, कार सवार 5 लोग जिंदा जले.#Mathura #YamunaExpressway pic.twitter.com/hXCW2wwoap — Ashish Mishra (@AshishMisraRBL) February 12, 2024