ବହୁ ପରିମାଣରେ ବେଆଇନ ବାଣ ଜବତ, ବ୍ୟବସାୟ କାରବାର କରିବା ଅଭିଯୋଗରେ ପୁଅ କୁ କୋର୍ଟ ଚାଲାଣ, ବାପା ଙ୍କୁ ନୋଟିସ

ଜମନକିରା : ଜମନକିରା ଥାନା ସଦର ମହକୁମା କଦଳିମୁଣ୍ଡାରେ ଏକ ରାସନ ଦୋକାନ ଗୋଦାମ ଗୃହରେ ବେଆଇନ ବାଣ ରଖି ବେଆଇନ କାରବାର କରିବା ଅଭିଯୋଗରେ ପୁଅ ଅଶ୍ୱନି ସାହୁ (୩୩) କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ବାପ କ୍ଷୀରୋଦ ସାହୁ(୬୩) କୁ ନୋଟିସ କରାଜାଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଉକ୍ତ ବାଣ କୁ କୋର୍ଟ ଆଦେଶ ପରେ ତହସିଲଦାର ଏବଂ […] The post ବହୁ ପରିମାଣରେ ବେଆଇନ ବାଣ ଜବତ, ବ୍ୟବସାୟ କାରବାର କରିବା ଅଭିଯୋଗରେ ପୁଅ କୁ କୋର୍ଟ ଚାଲାଣ, ବାପା ଙ୍କୁ ନୋଟିସ appeared first on Odisha.News.

ବହୁ ପରିମାଣରେ ବେଆଇନ ବାଣ ଜବତ, ବ୍ୟବସାୟ କାରବାର କରିବା ଅଭିଯୋଗରେ ପୁଅ କୁ କୋର୍ଟ ଚାଲାଣ, ବାପା ଙ୍କୁ ନୋଟିସ

ଜମନକିରା : ଜମନକିରା ଥାନା ସଦର ମହକୁମା କଦଳିମୁଣ୍ଡାରେ ଏକ ରାସନ ଦୋକାନ ଗୋଦାମ ଗୃହରେ ବେଆଇନ ବାଣ ରଖି ବେଆଇନ କାରବାର କରିବା ଅଭିଯୋଗରେ ପୁଅ ଅଶ୍ୱନି ସାହୁ (୩୩) କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ବାପ କ୍ଷୀରୋଦ ସାହୁ(୬୩) କୁ ନୋଟିସ କରାଜାଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଉକ୍ତ ବାଣ କୁ କୋର୍ଟ ଆଦେଶ ପରେ ତହସିଲଦାର ଏବଂ ସ୍କ୍ୱାର୍ଡ ଅଧିକାରୀଙ୍କ ଉପସ୍ଥିତିରେ ନଷ୍ଟ କରାଯିବ ବୋଲି ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ.୨୦୪/୨୪ (୨୮୮ ବିଏନଏସ, ଆର.ଡବ୍ଲୁ ସେକ୍ସନ ୯(ବି)(୧)ବି, ଭାରତୀୟ ଏକ୍ସପ୍ଲୋଶିଭ ସବ୍ ଷ୍ଟାନ୍ସ ଏକ୍ଟ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢେ଼ ୧ ଟା ସମୟରେ କୌଣସି ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଥାନା ଆଇଆଇସି ଶ୍ରୀମତୀ ସାହୁ କଦଳିମୁଣ୍ଡା ର କ୍ଷୀରୋଦ ସାହୁ(୬୩) ଏବଂ ତାଙ୍କ ପୁଅ ଅଶ୍ଵିନୀ ସାହୁ ବେଆଇନ ଭାବେ ବାଣ ବିକ୍ରି କରୁଥିବା ଖବର ପାଇ ଚଢାଉ କରିଥିଲେ। ଚଢ଼ାଉ ପୂର୍ବରୁ ଆଇଆଇସି ଶ୍ରୀମତୀ ତହସିଲଦାର ହରେକୃଷ୍ଣ ବରିହା ଏବଂ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତ କ୍ଷୀରୋଦ ଏବଂ ପୁଅ ଅଶ୍ଵିନୀ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ବହୁ ପରିମାଣରେ ବାଣ ଗଚ୍ଛିତ କରି ବ୍ୟାପାର କରୁଥିବା ବାଣର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି। ପୋଲିସ ଉଭୟ ବାପା ଓ ପୁଅକୁ ଥାନା କୁ ଆଣି ପଚରା ଉଚୁରା ପରେ ବାପର ବୟସ ଅଧିକ ହୋଇଥିବା ହେତୁ ତାକୁ ନୋଟିସ କରାଯାଇଛି। ପୁଅ ଅଶ୍ଵିନୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇ ଥିବା ନେଇ ପୋଲିସ କହିଛି।

The post ବହୁ ପରିମାଣରେ ବେଆଇନ ବାଣ ଜବତ, ବ୍ୟବସାୟ କାରବାର କରିବା ଅଭିଯୋଗରେ ପୁଅ କୁ କୋର୍ଟ ଚାଲାଣ, ବାପା ଙ୍କୁ ନୋଟିସ appeared first on Odisha.News.