ବିହାରରେ ହେବେ ମୁସଲମାନ ମୁଖ୍ୟମନ୍ତ୍ରୀ? ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଓଓ୍ବାଇସିଙ୍କ ଦାବି

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ପୂର୍ବରୁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ବିହାରରେ ମୁସଲିମ କାର୍ଡ ଖେଳିଛନ୍ତି। ଅସଦୁଦ୍ଦିନ ଓୱାଇସି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଚାରି ବିହାରର ମୁଖ୍ୟମନ୍ତ୍ରୀ କାହିଁକି ମୁସଲମାନ ହୋଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ମୁଁ ବିହାରର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ମୁସଲମାନମାନଙ୍କୁ ନିବେଦନ କରୁଛି, ଆପଣ ବିହାରର ମୁଖ୍ୟମନ୍ତ୍ରୀ […] The post ବିହାରରେ ହେବେ ମୁସଲମାନ ମୁଖ୍ୟମନ୍ତ୍ରୀ? ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଓଓ୍ବାଇସିଙ୍କ ଦାବି appeared first on Dharitri Odia News.

ବିହାରରେ ହେବେ ମୁସଲମାନ ମୁଖ୍ୟମନ୍ତ୍ରୀ? ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଓଓ୍ବାଇସିଙ୍କ ଦାବି

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ପୂର୍ବରୁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ବିହାରରେ ମୁସଲିମ କାର୍ଡ ଖେଳିଛନ୍ତି। ଅସଦୁଦ୍ଦିନ ଓୱାଇସି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଚାରି ବିହାରର ମୁଖ୍ୟମନ୍ତ୍ରୀ କାହିଁକି ମୁସଲମାନ ହୋଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।
ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ମୁଁ ବିହାରର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ମୁସଲମାନମାନଙ୍କୁ ନିବେଦନ କରୁଛି, ଆପଣ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ କାହିଁକି। ଆଗାମୀ ବିଧାନସଭା ନିର୍ବାଚନରେ ଆମେ ଲାଲୁ ଯାଦବ ଏବଂ ନୀତୀଶ କୁମାରଙ୍କୁ କହିବୁ ଯେ ଜଣେ ମୁସଲମାନ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରିବେ।
ଓୱାଇସି ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ମୁଁ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମୋର ନେତା ଭାବେ ଗ୍ରହଣ କରେ ନାହିଁ। ସେଥିପାଇଁ ମୁଁ ବିଶ୍ୱାସ କରେ ନାହିଁ ଯେ ତାଙ୍କ ଅପେକ୍ଷା ଆପଣଙ୍କ ପାଖରେ ଅଧିକ ଦକ୍ଷତା ଅଛି । ସେ ତାଙ୍କ ଦୁଇ ଝିଅଙ୍କୁ ତାଙ୍କ ପରିବାରରୁ ଟିକେଟ ଦେଇଥିଲେ। ଏହା ଅପେକ୍ଷା ଆମ ପାଇଁ କ’ଣ ଅପମାନଜନକ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

The post ବିହାରରେ ହେବେ ମୁସଲମାନ ମୁଖ୍ୟମନ୍ତ୍ରୀ? ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଓଓ୍ବାଇସିଙ୍କ ଦାବି appeared first on Dharitri Odia News.