ବାଂଲାଦେଶ ରେ ହିନ୍ଦୁ ମାନଙ୍କୁ ଅତ୍ୟାଚାର କୁ ପ୍ରତିବାଦ କରି ବିରାଟ ରାଲି
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ହିନ୍ଦୁ ଯୁବା ସଂଗଠନ , ସ୍ୱାଧୀନ ଏକତା ସଂଗଠନ,ରେଙ୍ଗାଲି ରାମ ସେନା,ରେଙ୍ଗାଲି ବିଶ୍ୱ ହିନ୍ଦୁ ପରିଷଦ,ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ,ରେଙ୍ଗାଲି ମିଳିତ ଆନୁକୂଲ୍ୟରେ ବାଙ୍ଗଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟଧିକ ଅତ୍ୟାଚାର, ଅନ୍ୟାୟ ଏବଂ ମା ଭଉଣୀ ମାନଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦ ରେ ଏକ ବିରାଟ ରାଲି ଓ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା। ଏହି ରାଲି ସ୍ଥାନୀୟ ବାବା ମନ୍ଦିର ରୁ ବାହାରି […] The post ବାଂଲାଦେଶ ରେ ହିନ୍ଦୁ ମାନଙ୍କୁ ଅତ୍ୟାଚାର କୁ ପ୍ରତିବାଦ କରି ବିରାଟ ରାଲି appeared first on Odisha.News.

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ହିନ୍ଦୁ ଯୁବା ସଂଗଠନ , ସ୍ୱାଧୀନ ଏକତା ସଂଗଠନ,ରେଙ୍ଗାଲି ରାମ ସେନା,ରେଙ୍ଗାଲି
ବିଶ୍ୱ ହିନ୍ଦୁ ପରିଷଦ,ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ,ରେଙ୍ଗାଲି ମିଳିତ ଆନୁକୂଲ୍ୟରେ ବାଙ୍ଗଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା
ଅତ୍ୟଧିକ ଅତ୍ୟାଚାର, ଅନ୍ୟାୟ ଏବଂ ମା ଭଉଣୀ ମାନଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦ ରେ ଏକ ବିରାଟ ରାଲି ଓ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା। ଏହି ରାଲି ସ୍ଥାନୀୟ ବାବା ମନ୍ଦିର ରୁ ବାହାରି ରେଙ୍ଗାଲି ମୁଖ୍ୟ ରାସ୍ତାଦେଇ ନାଇସ ଛକ ପର୍ଯ୍ୟନ୍ତ ବିରାଟ ପଟୁଆରାରେ ପହଂଚି ଥିଲା ବିଭିନ୍ନ ହିନ୍ଦୁ ସଂଗଠନ ଏହାକୁ ସମର୍ଥନ କରିଥିଲେ ଏବଂ ବାଙ୍ଗଲାଦେଶ ବିରୁଦ୍ଧରେ କଡା ପଦକ୍ଷେପ ନେବାପାଇଁ ସରକାର କୁ ଅନୁରୋଧ କରିଥିଲେ l ଏହି ରେଲି ଓ ପ୍ରତିବାଦ ସଭା ରେ ରେଙ୍ଗାଲି ପୁର୍ବତନ ବିଧାୟକ ନାଉରି ନାୟକ, ହିନ୍ଦୁ ଯୁବା ସଂଗଠନ ସଭାପତି ନରେନ୍ଦ୍ର ମେହେର ଏବଂ ସଂସ୍ଥାପକ ରକି ପାଣିଗ୍ରାହୀ , ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସଭାପତି ଡ଼ ରାଜକୁମାର ବଡ଼ପଣ୍ଡା, ହନୁମାନ ଜୟନ୍ତୀ ସମନ୍ୟୟ ସମିତି ସଭାପତି ସୁଧୀର ରଞ୍ଜନ ବହିଦାର, ସ୍ଵାଧୀନ ଏକତା ସଂଗଠନ ସଭାପତି ରାଜୀବ ମିଶ୍ର, ସଂପାଦକ ସରୋଜ ବିଶୋଇ, ରେଙ୍ଗାଲି ରାମ ସେନା ସଭାପତି ନୀତିଶ ଅଗ୍ରୱାଲ, ଙ୍କ ସହ ବହୁ ରେଙ୍ଗାଲି ଜନସାଧାରଣ ଯୋଗ ଦେଇଥିଲେ।
The post ବାଂଲାଦେଶ ରେ ହିନ୍ଦୁ ମାନଙ୍କୁ ଅତ୍ୟାଚାର କୁ ପ୍ରତିବାଦ କରି ବିରାଟ ରାଲି appeared first on Odisha.News.