ବାଂଲାଦେଶ ୟୁନୁସ ସରକାରଙ୍କ ବଡ଼ ନିଷ୍ପତ୍ତି, ନିର୍ବାଚନରେ ଏବେ ନାବାଳକ ମଧ୍ୟ କରିପାରିବେ ମତଦାନ!
ଢାକା ୨୮।୧୨: ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପକ୍ଷରୁ ନାବାଳକଙ୍କୁ ଭୋଟ ଦାନର ଅଧିକାର ଦେବା ପାଇଁ ସୁପାରିଶ କରାଯାଇଛି। ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରାଯାଏ ତେବେ ଆଗାମୀ ନିର୍ବାଚନରେ ବାଂଲାଦେଶରେ ନାବାଳକ ଅର୍ଥାତ ୧୮ ବର୍ଷରୁ କମ ବୟଷ୍କ ମଧ୍ୟ ଭୋଟ ଦେବା ପାଇଁ ଯୋଗ୍ୟ ହେବେ। ତେବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଏହି ସୁପାରିଶକୁ ବିରୋଧ କରିଛି। ବିଏନପି କହିଛି ଯେ ଏହା ଦ୍ୱାରା ନିର୍ବାଚନ ଆୟୋଗଙ୍କ ଉପରେ ଚାପ ପଡିବ ଓ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ହେବ। ‘ଦି ଢାକା ଟ୍ରିବ୍ୟୁନ’ ଖବର ମୁତାବକ ଗତ ଅଗଷ୍ଟରେ ସେଖ ହସିନାଙ୍କ ନେତୃତ୍ୱାଧୀନ ସରକାରଙ୍କ ପତନ ପରେ ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ ୟୁନୁସ ମତଦାନର ସର୍ବନିମ୍ନ ଆୟୁ ହ୍ରାସ କରି ୧୭ ବର୍ଷ କରିବାକୁ ସୁପାରିଶ କରିଛନ୍ତି। ଏକ ନିର୍ବାଚନ ସମ୍ପର୍କିତ ପ୍ରସାରଣରେ ୟୁନୁସ କହିଛନ୍ତି ‘ମୋତେ ଲାଗୁଛି ଯୁବକମାନେ ନିଜ ଭବିଷ୍ୟତ ସମ୍ପର୍କରେ ରାୟ ଦେଇ ପାରନ୍ତି। ଏଥି ପାଇଁ ଭୋଟ ଦେବାର ବୟସ ହ୍ରାସ କରି ୧୭ ବର୍ଷ କରାଯିବା ଦରକାର’। ବିଏନପି ସାଧାରଣ ସମ୍ପାଦକ ମିର୍ଜା ଫଖରୁଲ ଇସ୍ଲାମ ଆଲମଗିର ଢାକା ପ୍ରେସ୍ କ୍ଲବରେ ଗଣମାଧ୍ୟମ ସହ ଚର୍ଚ୍ଚାରେ କହିଛନ୍ତି ଯେ ଭୋଟ ଦେବା ଲାଗି ବୟସ ହ୍ରାସ କରି ୧୭ ବର୍ଷ କରାଯିବା ଦ୍ୱାରା ଏକ ନୂଆ ଭୋଟର ସୂଚୀ ପ୍ରସ୍ତୁତ କରିବାକୁ
ଢାକା ୨୮।୧୨: ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପକ୍ଷରୁ ନାବାଳକଙ୍କୁ ଭୋଟ ଦାନର ଅଧିକାର ଦେବା ପାଇଁ ସୁପାରିଶ କରାଯାଇଛି। ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରାଯାଏ ତେବେ ଆଗାମୀ ନିର୍ବାଚନରେ ବାଂଲାଦେଶରେ ନାବାଳକ ଅର୍ଥାତ ୧୮ ବର୍ଷରୁ କମ ବୟଷ୍କ ମଧ୍ୟ ଭୋଟ ଦେବା ପାଇଁ ଯୋଗ୍ୟ ହେବେ। ତେବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଏହି ସୁପାରିଶକୁ ବିରୋଧ କରିଛି।
ବିଏନପି କହିଛି ଯେ ଏହା ଦ୍ୱାରା ନିର୍ବାଚନ ଆୟୋଗଙ୍କ ଉପରେ ଚାପ ପଡିବ ଓ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ହେବ। ‘ଦି ଢାକା ଟ୍ରିବ୍ୟୁନ’ ଖବର ମୁତାବକ ଗତ ଅଗଷ୍ଟରେ ସେଖ ହସିନାଙ୍କ ନେତୃତ୍ୱାଧୀନ ସରକାରଙ୍କ ପତନ ପରେ ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ ୟୁନୁସ ମତଦାନର ସର୍ବନିମ୍ନ ଆୟୁ ହ୍ରାସ କରି ୧୭ ବର୍ଷ କରିବାକୁ ସୁପାରିଶ କରିଛନ୍ତି। ଏକ ନିର୍ବାଚନ ସମ୍ପର୍କିତ ପ୍ରସାରଣରେ ୟୁନୁସ କହିଛନ୍ତି ‘ମୋତେ ଲାଗୁଛି ଯୁବକମାନେ ନିଜ ଭବିଷ୍ୟତ ସମ୍ପର୍କରେ ରାୟ ଦେଇ ପାରନ୍ତି। ଏଥି ପାଇଁ ଭୋଟ ଦେବାର ବୟସ ହ୍ରାସ କରି ୧୭ ବର୍ଷ କରାଯିବା ଦରକାର’।
ବିଏନପି ସାଧାରଣ ସମ୍ପାଦକ ମିର୍ଜା ଫଖରୁଲ ଇସ୍ଲାମ ଆଲମଗିର ଢାକା ପ୍ରେସ୍ କ୍ଲବରେ ଗଣମାଧ୍ୟମ ସହ ଚର୍ଚ୍ଚାରେ କହିଛନ୍ତି ଯେ ଭୋଟ ଦେବା ଲାଗି ବୟସ ହ୍ରାସ କରି ୧୭ ବର୍ଷ କରାଯିବା ଦ୍ୱାରା ଏକ ନୂଆ ଭୋଟର ସୂଚୀ ପ୍ରସ୍ତୁତ କରିବାକୁ ପଡିବ। ଏଥି ପାଇଁ ଦେଶରେ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହେବ। ଆଲମଗିର କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ଏବେ ଏହି ଧାରଣା ଉପୁଜିଛି ଯେ ଅନ୍ତରୀଣ ସରକାର ଜାଣିଶୁଣି ମତଦାନ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି। ତେବେ ବିଏନପି ନେତା କହିଛନ୍ତି ଯେ ହିତାଧିକାରୀଙ୍କ ସହିତ ପରାମର୍ଶ ବିନା ମୁଖ୍ୟ ପରାମର୍ଶଦାତାଙ୍କୁ ଏପରି ପ୍ରସଙ୍ଗ ଉଠାଇବା ଉଚିତ ନଥିଲା।
ଆଲମଗିର କହିଛନ୍ତି ଯେ ‘ସରକାରର ଏବେ ଆପଣ ମୁଖ୍ୟ କାର୍ଯ୍ୟକାରୀ ଅଟନ୍ତି, ଆପଣ କହୁଛନ୍ତି ଭୋଟ ଦେବା ପାଇଁ ୧୭ ବର୍ଷ ଉପଯୁକ୍ତ ବୟସ। ଯେତେବେଳେ ଆପଣ ଏହା କହୁଛନ୍ତି ନିର୍ବାଚନ ଆୟୋଗଙ୍କ ନିମନ୍ତେ ଏହା ବାଧ୍ୟକାରୀ’। ସେ କହିଛନ୍ତି ଯେ ସରକାରଙ୍କୁ ଏହି ପ୍ରସଙ୍ଗ ନିର୍ବାଚନ ଆୟୋଗଙ୍କ ଉପରେ ଛାଡିବାର ଥିଲା। ବର୍ତ୍ତମାନ ସମୟରେ ଦେଶରେ ମତଦାନ ବୟସ ୧୮ବର୍ଷ ରହିଛି। ଏଥିରେ ଯଦି ୧ ବର୍ଷ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଏହି ପ୍ରସ୍ତାବ ନିର୍ବାଚନ ଆୟୋଗ ଦିଅନ୍ତୁ ଓ ରାଜନୈତିକ ଦଳଙ୍କ ସହ ଆଲୋଚନା କରନ୍ତୁ।
ୟୁନୁସ ଡିସେମ୍ବର ୧୬ ବିଜୟ ଦିବସ ଅବସରରେ ସଂକେତ ଦେଇଥିଲେ ଯେ ଦେଶରେ ନିର୍ବାଚନ ୨୦୨୬ପ୍ରାରମ୍ଭରେ ହୋଇପାରେ। ସେ କହିଥିଲେ ଯେ ମୋଟାମୋଟି ଭାବେ ନିର୍ବାଚନ ୨୦୨୫ ଶେଷ ଓ ୨୦୨୬ ପ୍ରଥମ ୬ ମାସ ମଧ୍ୟରେ କରାଯାଇ ପାରେ। ଭୋଟର ସୂଚୀ ଅପଡେଟ କରାଯିବା ପରେ ଦେଶରେ ନିର୍ବାଚନ ହେବ।