ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଗଣ ହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୁଦ୍ଧରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ସନାତନୀ ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ସହରରେ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ୍ ପ୍ରଦର୍ଶନ କରଯାଇଛି। ସେଠାରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ସହ ହିନ୍ଦୁ ମାନଙ୍କ ଦୋକାନ ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯାଉଛି। ତେଣୁ ଭାରତ ସରକାରଙ୍କୁ ଚାପ ପକାଇବା ପାଇଁ ଆଜି ଭାରତ ସରକାର […] The post ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଗଣ ହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୁଦ୍ଧରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ସନାତନୀ ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ସହରରେ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ୍ ପ୍ରଦର୍ଶନ କରଯାଇଛି। ସେଠାରେ ହିନ୍ଦୁ ମନ୍ଦିର ଭଙ୍ଗାଯିବା ସହ ହିନ୍ଦୁ ମାନଙ୍କ ଦୋକାନ ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯାଉଛି। ତେଣୁ ଭାରତ ସରକାରଙ୍କୁ ଚାପ ପକାଇବା ପାଇଁ ଆଜି ଭାରତ ସରକାର ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ବାଂଲାଦେଶରେ ହିନ୍ଦୁ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ ଭାବେ ରୋକିବା ଉଦ୍ଦେଶ୍ୟରେ ଏହି ଜନ ଜାଗରଣ ମାଧ୍ୟମରେ ସାରା ଭାରତରେ ଆଜି ହିନ୍ଦୁ ମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି ମତ ରଖି ଆନ୍ଦୋଳନ କାରୀ ଶୋଭାଯାତ୍ରାରେ ବାଂଲାଦେଶୀ ଗୋ ବେକ୍ ଗୋ ବେକ ନାରା ଦେଇଥିଲେ। ବାଂଲା ଦେଶରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତର ଶହେ କୋଟି ହିନ୍ଦୁ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଜି ଆରଏସଏସ ର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ଏବଂ ବିଗତ ୭୧ ମସିହାରୁ ବାଂଲାଦେଶୀ ଙ୍କୁ ଭାରତ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଆସିଥିବା ବେଳେ ଆଜି କିନ୍ତୁ ବାଂଲାଦେଶ ଭାରତକୁ ଧୋକା ଦେଇଥିବା କହିଛନ୍ତି। ଆଜି ଉକ୍ତ ବିକ୍ଷୋଭ ସମାବେଶରେ ରାଜେନ୍ଦ୍ର ନାୟକ, ସଂଯୋଜକ ଦିଲ୍ଲୀପ ତ୍ରିପାଠୀ, ଧର୍ମେନ୍ଦ୍ର ବଡ଼ମାଳି, ଜନ୍ମଜୟ ପାଣିଗ୍ରାହୀ, ରଶ୍ମୀ ରଞ୍ଜନ ଦାସ, ପ୍ରଦୀପ ପୁରୋହିତ, ଗଣେଶ ପଧାନ, ପ୍ରମୋଦ ମହାପାତ୍ର, ସ୍ୱରୂପ ପାତ୍ର, ରାଜେଶ ସିଂ, କାହ୍ନୁ ସାହୁ, ଚନ୍ଦନ ପ୍ରହରାଜ, ଜିତୁ ବଡମାଳୀ, ସୁବାଷ ପଣ୍ଡା ପ୍ରମୁଖଙ୍କ ସହ ହଜାର ହଜାର ସଂଖ୍ୟାରେ ସନତାନୀ ସାମିଲ ଥିଲେ।
The post ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ appeared first on Odisha.News.