ବାଙ୍କୀରୁ ଦେବୀରଞ୍ଜନ ତ୍ରିପାଠୀ ଓ ଭୁବନେଶ୍ବର ମଧ୍ୟରୁ ଅନନ୍ତ ନାରାୟଣ ଜେନା ବିଜୟୀ
ଭୁବନେଶ୍ବର : ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ହେଇଛନ୍ତି। ୧୬ ହଜାର ୮୬୪ ଖଣ୍ଡ ଭୋଟରେ ଦେବୀରଞ୍ଜନ ତ୍ରିପାଠୀ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଛନ୍ତି। ବାଙ୍କୀ ବିଧାନସଭା କ୍ଷେତ୍ରରୁ ଦେବୀ ତ୍ରିପାଠୀ ୬୮,୭୫୨ ଭୋଟ ପାଇଛନ୍ତି। ସେପଟେ ମଧ୍ୟ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଅନନ୍ତ । […]

ଭୁବନେଶ୍ବର : ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ହେଇଛନ୍ତି। ୧୬ ହଜାର ୮୬୪ ଖଣ୍ଡ ଭୋଟରେ ଦେବୀରଞ୍ଜନ ତ୍ରିପାଠୀ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଛନ୍ତି। ବାଙ୍କୀ ବିଧାନସଭା କ୍ଷେତ୍ରରୁ ଦେବୀ ତ୍ରିପାଠୀ ୬୮,୭୫୨ ଭୋଟ ପାଇଛନ୍ତି।
ସେପଟେ ମଧ୍ୟ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଅନନ୍ତ । ଆଜି ଆରମ୍ଭରୁ ଭୁବନେଶ୍ୱର ମଧ୍ୟ ଆସନରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ଶେଷରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ।