ବାତ୍ୟା ଫେଙ୍ଗାଲ ଲ୍ୟାଣ୍ଡଫଲ୍ ପରେ ବନ୍ୟା, ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି
ତାମିଲନାଡୁ , ୨।୧୨: ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍ କରିଥିବା ବାତ୍ୟା ଫେଙ୍ଗାଲ ରବିବାର ଏକ ଗଭୀର ଅବପାତରେ ଦୁର୍ବଳ ପରିଣତ ହୋଇଛି। କିନ୍ତୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପ୍ରଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କିଛି ସ୍ଥାନ ପ୍ରଭାବିତ ହୋଇଛନ୍ତି। ତାମିଲନାଡୁର କୃଷ୍ଣଗିରି ଜିଲା ଗତ ଦୁଇ ଦିନ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଅନେକ ଗାଡି ରାସ୍ତାରୁ ତଳିଆ ଅଞ୍ଚଳକୁ ବନ୍ୟାରେ ଭାସି ଯାଇଛି। ଅଧିକାରୀଙ୍କ […] The post ବାତ୍ୟା ଫେଙ୍ଗାଲ ଲ୍ୟାଣ୍ଡଫଲ୍ ପରେ ବନ୍ୟା, ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି appeared first on Dharitri Odia News.
ତାମିଲନାଡୁ , ୨।୧୨: ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍ କରିଥିବା ବାତ୍ୟା ଫେଙ୍ଗାଲ ରବିବାର ଏକ ଗଭୀର ଅବପାତରେ ଦୁର୍ବଳ ପରିଣତ ହୋଇଛି। କିନ୍ତୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପ୍ରଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କିଛି ସ୍ଥାନ ପ୍ରଭାବିତ ହୋଇଛନ୍ତି। ତାମିଲନାଡୁର କୃଷ୍ଣଗିରି ଜିଲା ଗତ ଦୁଇ ଦିନ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଅନେକ ଗାଡି ରାସ୍ତାରୁ ତଳିଆ ଅଞ୍ଚଳକୁ ବନ୍ୟାରେ ଭାସି ଯାଇଛି।
ଅଧିକାରୀଙ୍କ କହିବାନୁସାରେ, କୃଷ୍ଣଗିରି ଜିଲାରେ ଗତ ୧୪ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଆସୁଛି।ଉଭୟ ତାମିଲନାଡୁ ଏବଂ ପୁଡୁଚେରୀ ଅଞ୍ଚଳରେ ବଞ୍ଚିତ ନାଗରିକଙ୍କୁ ଥଇଥାନ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।
ଭାରତୀୟ ସେନା ପୁଡୁଚେରୀର ବନ୍ୟା ଜଳରେ ବୁଡ଼ିଯାଇଥିବା ଏକ ଘରେ ଫସି ରହିଥିବା ଶିଶୁକୁ ଉଦ୍ଧାର କରିଥିଲା। ଆଇଆଇଟି ମାଡ୍ରାସର ଅନେକ ଲୋକ ତାମିଲନାଡୁର ତିରୁବନନାମାଲାଇ ଜିଲାର ଏକ ଭୂସ୍ଖଳନ ତଳେ ଫସି ରହିଥିବା ପରିବାରର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରବିବାର ଦିନ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ଡଙ୍ଗା ସାହାଯ୍ୟରେ କୁଡାଲୋର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିଛନ୍ତି।
ତାମିଲନାଡୁର ନୀଳଗିରିସ, ଏରୋଡ କୋଏମ୍ବାଟୁର, ତିରୁପୁର, ଦିଣ୍ଡିଗୁଲ, କୃଷ୍ଣଗିରି, ସାଲେମ, ନାମକାଲ, ତ୍ରିଚି, କରୁର, ମଦୁରାଇ, ଏବଂ ଥେନି ପାଇଁ ଭାରତ ପାଣିପାଗ ବିଭାଗ (ଆଇଏମଡି) ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି। ପାଗ ଖରାପ ଥିବାରୁ ମଙ୍ଗଳବାର ପର୍ୟ୍ୟନ୍ତ କର୍ଣ୍ଣାଟକ ଏବଂ ଏହାର ନିକଟବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ପାଇଁ ଆଇଏମଡି ଏକ ’ଅରେଞ୍ଜ’ ଚେତାବନୀ ଜାରି କରିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁର ସମସ୍ତ ବେସରକାରୀ ତଥା ସରକାରୀ ବିଦ୍ୟାଳୟ ଓ କଲେଜ ଆଜି ବନ୍ଦ ରହିଛି।ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଅନୁଯାୟୀ, ସାରା ରାଜ୍ୟରେ ୭,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୪୭ ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।
ପୁଡୁଚେରୀରେ କୃଷ୍ଣ ନାଗରର କିଛି ଅଞ୍ଚଳରେ ଜଳ ସ୍ତର ପ୍ରାୟ ପାଞ୍ଚ ଫୁଟକୁ ବୃଦ୍ଧି ପାଇ ପ୍ରାୟ ୫୦୦ ଘରର ବାସିନ୍ଦା ଫସି ରହିଛନ୍ତି। ସେଥିମଧ୍ୟରୁ ୧୦୦ ରୁ ଅଧିକଙ୍କୁ ଭାରତୀୟ ସେନା ଉଦ୍ଧାର କରିଥିବା ବୋଲି ଅଧିକାରୀମାନେ କହିଛନ୍ତି।
The post ବାତ୍ୟା ଫେଙ୍ଗାଲ ଲ୍ୟାଣ୍ଡଫଲ୍ ପରେ ବନ୍ୟା, ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି appeared first on Dharitri Odia News.