ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ଅଭାବନୀୟ ଘଟଣା; ଦଳାଚକଟା ଯୋଗୁ ୯ ଯାତ୍ରୀ ଆହତ

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ଅଭାବନୀୟ ଘଟଣା । ରବିବାର ୧ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଛି । ଏହି ଘଟଣାରେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଳ ବିଭାଗର ସୂଚନା ଅନୁଯାୟୀ, ରବିବାର ସକାଳୁ ବାନ୍ଦ୍ରା ଟର୍ମିନାଲର ୧ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା । ଟ୍ରେନରେ ଚଢ଼ିବା ବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । କିଛି ଯାତ୍ରୀ ହାତାହାତି ମଧ୍ୟ ହୋଇଥିଲେ । ଏହି ସମୟରେ ଭିଡ଼ ଭିତରେ ଲୋକେ ଏଣେତେଣେ ଧାଇଁବାକୁ ଲାଗିଥିଲେ । ଏଥିରେ ୯ଜଣ ଯାତ୍ରୀ ଆହତ ହୋଇଛନ୍ତି ।   ବାନ୍ଦ୍ରା ମହାନଗର ନିଗମର ଜଣେ ଅଧିକାରୀ କହିଛନ୍ତି, ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ ଟ୍ରେନରେ ଚଢ଼ିବା ବେଳେ ଏହି ଅଘଟଣ ଘଟିଛି । ରବିବାର ଭୋର ୫ଟା ୫୬ ମିନିଟରେ ଟ୍ରେନକୁ ଧରିବାକୁ ହଠାତ୍ ଯାତ୍ରୀଙ୍କ ଭିଡ଼ ଜମିଥିଲା । ଟ୍ରେନକେ ଚଢ଼ିବା ବେଳେ ଯାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ଏହି ସମୟରେ କିଛି ଲୋକ ଧକ୍କା ମାରିବା ସହିତ ହାତାହତି ହୋଇଥିଲେ । ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଲା ।....

ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ଅଭାବନୀୟ ଘଟଣା; ଦଳାଚକଟା ଯୋଗୁ ୯ ଯାତ୍ରୀ ଆହତ

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ବାନ୍ଦ୍ରା ରେଲଓ୍ବେ ଷ୍ଟେସନରେ ଅଭାବନୀୟ ଘଟଣା । ରବିବାର ୧ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଛି । ଏହି ଘଟଣାରେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ରେଳ ବିଭାଗର ସୂଚନା ଅନୁଯାୟୀ, ରବିବାର ସକାଳୁ ବାନ୍ଦ୍ରା ଟର୍ମିନାଲର ୧ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା । ଟ୍ରେନରେ ଚଢ଼ିବା ବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । କିଛି ଯାତ୍ରୀ ହାତାହାତି ମଧ୍ୟ ହୋଇଥିଲେ । ଏହି ସମୟରେ ଭିଡ଼ ଭିତରେ ଲୋକେ ଏଣେତେଣେ ଧାଇଁବାକୁ ଲାଗିଥିଲେ । ଏଥିରେ ୯ଜଣ ଯାତ୍ରୀ ଆହତ ହୋଇଛନ୍ତି ।   

ବାନ୍ଦ୍ରା ମହାନଗର ନିଗମର ଜଣେ ଅଧିକାରୀ କହିଛନ୍ତି, ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ ଟ୍ରେନରେ ଚଢ଼ିବା ବେଳେ ଏହି ଅଘଟଣ ଘଟିଛି । ରବିବାର ଭୋର ୫ଟା ୫୬ ମିନିଟରେ ଟ୍ରେନକୁ ଧରିବାକୁ ହଠାତ୍ ଯାତ୍ରୀଙ୍କ ଭିଡ଼ ଜମିଥିଲା । ଟ୍ରେନକେ ଚଢ଼ିବା ବେଳେ ଯାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ଏହି ସମୟରେ କିଛି ଲୋକ ଧକ୍କା ମାରିବା ସହିତ ହାତାହତି ହୋଇଥିଲେ । ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଲା ।....