ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଗୋଟିଏ ଘରେ ନିଆଁ ଲାଗି ବଣି ଓରଫ ବାବୁଲି ସାହୁଙ୍କ ଝିଅ କ୍ରିତିକା ସାହୁ ନାମକ ଜଣେ ୧୧ମାସର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବାବୁଲି ସାହୁ ତାଙ୍କ ସ୍ତ୍ରୀ ସୁଭଦ୍ରା ସାହୁଙ୍କୁ ମାଡମାରି ନିର୍ଯ୍ୟାତନା ଦେବା ସହିତ ଘରେ ନିଆଁ ଲଗାଇବା ସହ ଶିଶୁ କନ୍ୟାଙ୍କୁ ହତ୍ୟା […] The post ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ appeared first on Dharitri Odia News.

ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଗୋଟିଏ ଘରେ ନିଆଁ ଲାଗି ବଣି ଓରଫ ବାବୁଲି ସାହୁଙ୍କ ଝିଅ କ୍ରିତିକା ସାହୁ ନାମକ ଜଣେ ୧୧ମାସର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବାବୁଲି ସାହୁ ତାଙ୍କ ସ୍ତ୍ରୀ ସୁଭଦ୍ରା ସାହୁଙ୍କୁ ମାଡମାରି ନିର୍ଯ୍ୟାତନା ଦେବା ସହିତ ଘରେ ନିଆଁ ଲଗାଇବା ସହ ଶିଶୁ କନ୍ୟାଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ସୁଭଦ୍ରା ବାଲିମୀ ଥାନାରେ ଏକ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତିକରି ବାଲିମୀ ଥାନାରେ କେସ ନଂ-୬୬/୨୫ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ।

ବାଲିମୀ ଥାନା ଅଧିକାରୀ ସଲିଳ କୁମାର ପ୍ରଧାନ ଘଟଣା ସ୍ଥଳକୁ ପୋଲିସ ସହ ଯାଇ ତଦନ୍ତ କରିବା ସହିତ ଏକ ବିଲ ମାଳରୁ ଅଭିଯୁକ୍ତ ବାବୁଲି ସାହୁଙ୍କୁ ଗିରଫ କରିଛନ୍ତି । ନିଆଁ ଲାଗିବା ପରେ ଖବରପାଇ ଖଜୁରିଆକଟା ଅଗ୍ନିଶମ ସଂସ୍ଥା ଦଳ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ସ୍ଥାନିୟ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

The post ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ appeared first on Dharitri Odia News.