ବାପାଙ୍କୁ ଆକ୍ରମଣ କରି ପୁଅକୁ ଅପହରଣ ଅଭିଯୁକ୍ତ ଗିରଫ, ଟଙ୍କା କାରବାରକୁ ନେଇ ହୋଇଥିଲା ଅପହରଣ

ଆନନ୍ଦପୁର ୨୧।୭: କୋର୍ଟରୁ ଫେରିବା ବାଟରେ ବାପକୁ ଆକ୍ରମଣ କରି ପୁଅକୁ ଅପହରଣ ଘଟଣାରେ ନନ୍ଦିପଦା ପୋଲିସକୁ ମିଳିଛି ସଫଳତା । ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ନନ୍ଦିପଦା ଓ ଘଷିପୁରା ପୋଲିସ ଘଷିପୁରା ଥାନା ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରିବାରେ ସଫଳ ହୋଇଛି । ଶନିବାର ଅପରାହ୍ନରେ ପନ୍ଦାଡୋ ଗ୍ରାମର ନରେନ୍ଦ୍ର ନାୟକ ଓ ତାଙ୍କ ପୁଅ ସନାତନ ହାଟଡ଼ିହି ଜେଏମଏଫସି କୋର୍ଟକୁ ଏକ ମାମଲାରେ ହାଜିରା ଦେବାକୁ ଯାଇ ଘରକୁ ଫେରୁଥିବା ବେଳେ ନାହାଳିଆ ପୋଲ ନିକଟରେ କିଛି ଯୁବକ ନରେନ୍ଦ୍ରକୁ ମାଡ ମାରି ବିଲକୁ ଫିଙ୍ଗିଦେଇ ପୁଅ ସନାତନକୁ ଉଠାଇ ନେଇ ପଳାଇଥିଲେ । ୫ ଲକ୍ଷ ଦେଲେ ପୁଅକୁ ଫେରାଇବୁ ବୋଲି ଧମକ ଦେଉଥିଲା ଅପହର୍ତ୍ତା । ଅପହର୍ତ୍ତାର ମୋବାଇଲ ଫୋନ ଟ୍ରାକିଂ କରି ପୋଲିସ ଶନିବାର ରାତିରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ରବିବାର ସକାଳ ୧୦ଟା ବେଳେ ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଘଷିପୁରା ଥାନା ଟୋଲଙ୍କପଡା ଗ୍ରାମର ଲିପୁନ ବାରିକକୁ ମଧ୍ୟ ପୋଲିସ ଗିରଫ କରିଛି । ଅପହୃତ ସନାତନ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଣି ଅନଲାଇନ ଟ୍ରେଡିଂରେ ଲଗାଇ ଟଙ୍କା ଫେରସ୍ତ କରିନି ।   ଅଭିଯୁକ୍ତ ଲିପୁନକୁ ସନାତନ ଦେଇଥିବା ୧୪ ଲକ୍ଷ ଟଙ୍କା ସନାତନ ଫେରାଉ ନଥିବାରୁ ତାକୁ ଅପହରଣ କରିଥିବା ଲିପୁନ ସ୍ୱୀକାର କରିଛି । ପୋଲିସ ଅଭିଯୁକ୍ତକୁ ଧରି ସିନ ରିକ୍ରିଏସନ କରିଛି । ସେମାନେ ଦୁଇ ଜଣ ବାଇକରେ ଆସି ସନାତ

ବାପାଙ୍କୁ ଆକ୍ରମଣ କରି ପୁଅକୁ ଅପହରଣ ଅଭିଯୁକ୍ତ ଗିରଫ, ଟଙ୍କା କାରବାରକୁ ନେଇ ହୋଇଥିଲା ଅପହରଣ

ଆନନ୍ଦପୁର ୨୧କୋର୍ଟରୁ ଫେରିବା ବାଟରେ ବାପକୁ ଆକ୍ରମଣ କରି ପୁଅକୁ ଅପହରଣ ଘଟଣାରେ ନନ୍ଦିପଦା ପୋଲିସକୁ ମିଳିଛି ସଫଳତା । ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ନନ୍ଦିପଦା ଓ ଘଷିପୁରା ପୋଲିସ ଘଷିପୁରା ଥାନା ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରିବାରେ ସଫଳ ହୋଇଛି । 

ଶନିବାର ଅପରାହ୍ନରେ ପନ୍ଦାଡୋ ଗ୍ରାମର ନରେନ୍ଦ୍ର ନାୟକ ଓ ତାଙ୍କ ପୁଅ ସନାତନ ହାଟଡ଼ିହି ଜେଏମଏଫସି କୋର୍ଟକୁ ଏକ ମାମଲାରେ ହାଜିରା ଦେବାକୁ ଯାଇ ଘରକୁ ଫେରୁଥିବା ବେଳେ ନାହାଳିଆ ପୋଲ ନିକଟରେ କିଛି ଯୁବକ ନରେନ୍ଦ୍ରକୁ ମାଡ ମାରି ବିଲକୁ ଫିଙ୍ଗିଦେଇ ପୁଅ ସନାତନକୁ ଉଠାଇ ନେଇ ପଳାଇଥିଲେ । ୫ ଲକ୍ଷ ଦେଲେ ପୁଅକୁ ଫେରାଇବୁ ବୋଲି ଧମକ ଦେଉଥିଲା ଅପହର୍ତ୍ତା । ଅପହର୍ତ୍ତାର ମୋବାଇଲ ଫୋନ ଟ୍ରାକିଂ କରି ପୋଲିସ ଶନିବାର ରାତିରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ରବିବାର ସକାଳ ୧୦ଟା ବେଳେ ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଘଷିପୁରା ଥାନା ଟୋଲଙ୍କପଡା ଗ୍ରାମର ଲିପୁନ ବାରିକକୁ ମଧ୍ୟ ପୋଲିସ ଗିରଫ କରିଛି । ଅପହୃତ ସନାତନ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଣି ଅନଲାଇନ ଟ୍ରେଡିଂରେ ଲଗାଇ ଟଙ୍କା ଫେରସ୍ତ କରିନି ।   ଅଭିଯୁକ୍ତ ଲିପୁନକୁ ସନାତନ ଦେଇଥିବା ୧୪ ଲକ୍ଷ ଟଙ୍କା ସନାତନ ଫେରାଉ ନଥିବାରୁ ତାକୁ ଅପହରଣ କରିଥିବା ଲିପୁନ ସ୍ୱୀକାର କରିଛି । ପୋଲିସ ଅଭିଯୁକ୍ତକୁ ଧରି ସିନ ରିକ୍ରିଏସନ କରିଛି । ସେମାନେ ଦୁଇ ଜଣ ବାଇକରେ ଆସି ସନାତନକୁ ଅପହରଣ କରିଥିଲେ ବୋଲି ସ୍ୱୀକାର କରିଛନ୍ତି । 

You Can Read:

ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର, ସୁରକ୍ଷା ପାଇଁ ଗଡଗଡିଆ ଘାଟରେ ସ୍ଵତନ୍ତ୍ର ବ୍ୟବସ୍ଥା