ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ କ୍ଷୁବ୍ଧ AIMIM ମୁଖ୍ୟ, ଆଇନ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ
ମୁମ୍ଵାଇ ୧୩।୧୦: ଏନସିପି ଅଜିତ ପାୱାର ଦଳର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକିଙ୍କ ଉପରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇ ସେଠାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଏଆଇଏମ୍ଆଇଏମ୍ ମୁଖ୍ୟ ଓଓ୍ବେସୀ ଅସଦୁଦ୍ଦିନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।AIMIM ମୁଖ୍ୟ ଓଓ୍ବେସୀ ଅସଦୁଦ୍ଦିନ ଟ୍ୱିଟରରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଗୋଟିଏ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ବାବା ସିଦ୍ଦିକିଙ୍କ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ଏହା ମହାରାଷ୍ଟ୍ରରେ ଆଇନ ଏବଂ ବ୍ୟବସ୍ଥାର ଖରାପ ସ୍ଥିତିକୁ ଦର୍ଶାଉଛି । ତାଙ୍କ ପରିବାର, ବନ୍ଧୁ ଏବଂ ସହକର୍ମୀଙ୍କୁ ମୋର ସମବେଦନା ।Truly devastating news of two deaths on the same day.Baba Siddique’s murder is highly condemnable. It reflects the deteriorating state of law & order in Maharashtra. May Allah grant him maghfirah. My condolences to his family, friends & colleagues.Prof. Saibaba’s death is…— Asaduddin Owaisi (@asadowaisi) October 12, 2024ଅଧିକାରୀମାନେ ଏହି ସୂଚନା ଦେଇଛନ୍ତିଅଧିକାରୀ କହିଛନ୍ତି ଯେ ନିର୍ମଲ ନଗରର ଏକ ଗ୍ରାଉଣ୍ଡ ନିକଟରେ ବାବା ସ
ମୁମ୍ଵାଇ ୧୩।୧୦: ଏନସିପି ଅଜିତ ପାୱାର ଦଳର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକିଙ୍କ ଉପରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇ ସେଠାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଏଆଇଏମ୍ଆଇଏମ୍ ମୁଖ୍ୟ ଓଓ୍ବେସୀ ଅସଦୁଦ୍ଦିନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।
AIMIM ମୁଖ୍ୟ ଓଓ୍ବେସୀ ଅସଦୁଦ୍ଦିନ ଟ୍ୱିଟରରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଗୋଟିଏ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ବାବା ସିଦ୍ଦିକିଙ୍କ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ଏହା ମହାରାଷ୍ଟ୍ରରେ ଆଇନ ଏବଂ ବ୍ୟବସ୍ଥାର ଖରାପ ସ୍ଥିତିକୁ ଦର୍ଶାଉଛି । ତାଙ୍କ ପରିବାର, ବନ୍ଧୁ ଏବଂ ସହକର୍ମୀଙ୍କୁ ମୋର ସମବେଦନା ।
Truly devastating news of two deaths on the same day.
Baba Siddique’s murder is highly condemnable. It reflects the deteriorating state of law & order in Maharashtra. May Allah grant him maghfirah. My condolences to his family, friends & colleagues.
Prof. Saibaba’s death is…— Asaduddin Owaisi (@asadowaisi) October 12, 2024
ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି
ଅଧିକାରୀ କହିଛନ୍ତି ଯେ ନିର୍ମଲ ନଗରର ଏକ ଗ୍ରାଉଣ୍ଡ ନିକଟରେ ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଘଟିଥିବା ଏହି ଘଟଣା ପରେ ତୁରନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସମବେଦନା ଜଣାଇ ଅଜିତ ପାୱାର ଏହି ଆକ୍ରମଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପାୱାର କହିଛନ୍ତି, “ଏହି ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି।”
ସେ କହିଛନ୍ତି ଯେ ସେ ଜଣେ ଭଲ ବନ୍ଧୁ ଏବଂ ସହକର୍ମୀଙ୍କୁ ହରାଇଛନ୍ତି। ଅଜିତ ପାୱାର କହିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ଲଢୁଥିବା ତଥା ଧର୍ମନିରପେକ୍ଷତା ପାଇଁ ଆମେ ଜଣେ ନେତାଙ୍କୁ ହରାଇଛୁ। ସେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋରରୁ କୋଠରର ଦଣ୍ଡ ଦିଆଯିବ।